'83' ଫିଲ୍ମରୁ ବଲିଉଡ଼ରେ ପାଦ ଥାପିଲେ କପିଲ ଦେବଙ୍କ ଝିଅ, ଜାଣନ୍ତୁ ଫିଲ୍ମରେ ତାଙ୍କୁ କେଉଁ ଭୂମିକା ମିଳିଛି
Advertisement

'83' ଫିଲ୍ମରୁ ବଲିଉଡ଼ରେ ପାଦ ଥାପିଲେ କପିଲ ଦେବଙ୍କ ଝିଅ, ଜାଣନ୍ତୁ ଫିଲ୍ମରେ ତାଙ୍କୁ କେଉଁ ଭୂମିକା ମିଳିଛି

'83' ଫିଲ୍ମରେ ରଣଭୀର ସିଂ କପିଲ ଦେବ ଭୂମିକାରେ ଅଭିନୟ କରିଛନ୍ତି । ଅନ୍ୟପକ୍ଷରେ ଦୀପିକା ପାଦୁକୋନ ମଧ୍ୟ କପିଲ ଦେବଙ୍କ ପତ୍ନୀ ରୋମି ଭାଟିଆଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଆହୁରି ଅନେକ ତାରକା ଅଛନ୍ତି ଯେଉଁମାନେ 1983 ବିଶ୍ୱକପ୍ ର ହିରୋ ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ କପିଲ ଦେବଙ୍କ ଝିଅ ଆମିୟା ମଧ୍ୟ ରଣଭୀର ସିଂଙ୍କ '83' ମାଧ୍ୟମରେ ବଲିଉଡରେ ପାଦ ଥାପିଛନ୍ତି ।

'83' ଫିଲ୍ମରୁ ବଲିଉଡ଼ରେ ପାଦ ଥାପିଲେ କପିଲ ଦେବଙ୍କ ଝିଅ, ଜାଣନ୍ତୁ ଫିଲ୍ମରେ ତାଙ୍କୁ କେଉଁ ଭୂମିକା ମିଳିଛି

ବଲିଉଡ ଅଭିନେତା ରଣଭୀର ସିଂ (Ranveer Singh) ଏବଂ ଦୀପିକା ପାଦୁକୋନଙ୍କ (Deepika Padukone) ମଲ୍ଟି ଷ୍ଟାର ଫିଲ୍ମ '83'  (83 Movie) ରିଲିଜ ହୋଇ ସାରିଛି । ଯାହାକୁ ସିନେପ୍ରେମୀ ମାନେ ବହୁତ ପ୍ରଶଂସା କରୁଛନ୍ତି । 1983 ରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତିଥିଲା ​​ଏବଂ ଏହି ଫିଲ୍ମଟି ଏହାର କାହାଣୀ ବର୍ଣ୍ଣନା କରିଥାଏ । ଯେଉଁଥିରେ ରଣଭୀର ସିଂ କପିଲ ଦେବ ଭୂମିକାରେ ଅଭିନୟ କରିଛନ୍ତି । ଅନ୍ୟପକ୍ଷରେ ଦୀପିକା ପାଦୁକୋନ କପିଲ ଦେବଙ୍କ ପତ୍ନୀ ରୋମି ଭାଟିଆ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ଆହୁରି ଅନେକ ତାରକା ମାନେ ଅଛନ୍ତି ଯେଉଁମାନେ 1983 ବିଶ୍ୱକପ୍ ର ହିରୋ ଭୂମିକାରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ଅନ୍ୟ ଏକ କାରଣ ଅଛି, ଯେଉଁଥିପାଇଁ ଏହି ଫିଲ୍ମଟି ଅଧିକ ସ୍ୱତନ୍ତ୍ର ହୋଇଛି ।

କପିଲ ଦେବଙ୍କ ଝିଅ ଆମିୟା ମଧ୍ୟ ରଣଭୀର ସିଂଙ୍କ '83' ଫିଲ୍ମ ମାଧ୍ୟମରେ ବଲିଉଡରେ ପାଦ ଦେଇଛନ୍ତି । ସେ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ଏହାକୁ ନିଜେ କବୀର ଖାନ ମଧ୍ୟ ଖୁଲାସା କରିଛନ୍ତି । ଆମିୟା କବୀର ଖାନଙ୍କ ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।

କବୀର ଖାନଙ୍କ ଅନୁଯାୟୀ, ଆମିୟାଙ୍କ ଯୋଗୁଁ ତାଙ୍କୁ ଏହି ଜୀବନୀ କାହାଣୀର ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ କଷ୍ଟଦାୟକ ପାର୍ଟରେ ବହୁତ ସାହାଯ୍ୟ ହୋଇଥିଲା ​​। ବିଶେଷକରି କପିଲ ଦେବଙ୍କ ସହ ଜଡିତ ଦୃଶ୍ୟରେ ଅମିଆ ପୁରା ଟିମକୁ ମାର୍ଗଦର୍ଶନ କରିଥିଲେ । ଯେତେବେଳେ କପିଲ ଦେବଙ୍କ ସହ ଜଡିତ କିଛି କରିବାକୁ ପଡୁଥିଲା, ପୁରା ଟିମ୍ ଆମିୟାକୁ କଥାକୁ ଫଲୋ କରୁଥିଲା ।

କବୀର ଖାନଙ୍କ କହିବାନୁସାରେ, କପିଲ ଦେବଙ୍କ କୌଣସି ଜିନିଷ ପାଇଁ ତାଙ୍କ ଝିଅ ଆମିୟା ତାଙ୍କୁ କେବେ 'ନା' କହିନାହାଁନ୍ତି ଏବଂ ସେ ମଧ୍ୟ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ ​। କାରଣ, ତାଙ୍କ ଟିମ୍ କପିଲ ଦେବଙ୍କ ସହିତ କେବଳ ଆମିୟା ମାଧ୍ୟମରେ ଯୋଗାଯୋଗ କରୁଥିଲେ ​। କହିବାକୁ ଗଲେ କପିଲ ଦେବ ତାଙ୍କର ଦୀର୍ଘ ସମୟର ଗର୍ଲଫ୍ରେଣ୍ଡ ରୋମି ଭାଟିଆଙ୍କୁ 1980 ରେ ବିବାହ କରିଥିଲେ । ବିବାହର 16 ବର୍ଷ ପରେ, 1996 ରେ, ରୋମି ଭାଟିଆ ତାଙ୍କ ଝିଅ ଆମିଆଙ୍କୁ ଜନ୍ମ ଦେଇଥିଲେ ।

ଏହା ବି ପଢ଼ନ୍ତୁ: IND vs SA: ଅଧିନାୟକ ବିବାଦକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଦ୍ରାବିଡ; କହିଲେ, ମୁଁ- ଖେଳାଳିଙ୍କ ସହ?

ଏହା ବି ପଢ଼ନ୍ତୁ: ଏହି ୨ ଯୁବତୀଙ୍କ ପାଇଁ ବଦନାମ ଶାମି! ମେସେଜ ପଠାଇ କରୁଥିଲେ ଏହି ଜିଦ୍