IND vs SA: ଅଧିନାୟକ ବିବାଦକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଦ୍ରାବିଡ; କହିଲେ, ମୁଁ- ଖେଳାଳିଙ୍କ ସହ?
Advertisement
Article Detail0/zeeodisha/odisha1055723

IND vs SA: ଅଧିନାୟକ ବିବାଦକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଦ୍ରାବିଡ; କହିଲେ, ମୁଁ- ଖେଳାଳିଙ୍କ ସହ?

IND vs SA Test Series: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ 26 ଡିସେମ୍ବରରୁ ଆରମ୍ଭ ହେବାକୁ ହେଉଛି । ଟିମ୍ ଇଣ୍ଡିଆ ଏଠାରେ କୌଣସି ଟେଷ୍ଟ ସିରିଜ୍ ଜିତି ନାହିଁ । କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ ମ୍ୟାଚ ପୂର୍ବରୁ ପ୍ଲେଇଂ-11 ଘୋଷଣା କରାଯିବ ।

IND vs SA: ଅଧିନାୟକ ବିବାଦକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ଦ୍ରାବିଡ; କହିଲେ, ମୁଁ- ଖେଳାଳିଙ୍କ ସହ?

ସେଞ୍ଚୁରିଅନ୍: ଟିମ୍ ଇଣ୍ଡିଆ (Team India) ବର୍ତ୍ତମାନ ଦକ୍ଷିଣ ଆଫ୍ରିକା (South Africa Tour) ଗସ୍ତରେ ରହିଛି । ଦଳକୁ ଏଠାରେ ତିନୋଟି ଟେଷ୍ଟ ଏବଂ ତିନୋଟି ODI ଖେଳିବାକୁ ପଡିବ । ଏହି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ 26 ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏହି ଗସ୍ତରେ ଯିବା ପୂର୍ବରୁ ଦିନିକିଆ ଦଳର ଅଧିନାୟକତ୍ୱ ବିରାଟ କୋହଲିଙ୍କଠାରୁ (Virat Kohli) ଅଧିନାୟକତ୍ୱ ଛଡ଼ାଇ ନିଆଯାଇଥିଲା । ଏହା ପରେ କୋହଲି କହିଥିଲେ ଯେ ତାଙ୍କୁ ଅଧିନାୟକତ୍ୱରୁ ହଟାଯିବାର କିଛି ଘଣ୍ଟା ପୂର୍ବରୁ ଏହା ବିଷୟରେ ଅବଗତ କରାଯାଇଥିଲା । ଏହା ପରେ ବହୁ ବିବାଦ ଦେଖା ଦେଇଥିଲା । ବର୍ତ୍ତମାନ ଏହି ବିବାଦ ଉପରେ ପ୍ରଥମ ଥର ପାଇଁ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ନିଜର ମତ ରଖିଛନ୍ତି ।

ଶନିବାର ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାହୁଲ ଦ୍ରାବିଡ କହିଛନ୍ତି ଯେ "ମୁଁ ଖେଳାଳିଙ୍କ ସହ ଆଭ୍ୟନ୍ତରୀଣ ଭାବେ କ'ଣ କଥାବାର୍ତ୍ତା କରିଛି ସେ ବିଷୟରେ ମୁଁ ସର୍ବସାଧାରଣରେ କହିବାକୁ ଚାହୁଁ ନାହିଁ । ଦୁଇଟି ଫର୍ମାଟରେ ଦୁଇଜଣ କ୍ୟାପଟେନ ରହିବା ନିଷ୍ପତ୍ତି ଚୟନକର୍ତ୍ତାଙ୍କର ଥିଲା ।" ରୋହିତ ଶର୍ମାଙ୍କୁ ବିରାଟ କୋହଲିଙ୍କ ସ୍ଥାନରେ ODI ଦଳର ନୂତନ ଅଧିନାୟକ କରାଯାଇଛି । ତେବେ ଆହତ କାରଣରୁ ରୋହିତ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି । ଏହା ସହ ତାଙ୍କୁ ମଧ୍ୟ ଟେଷ୍ଟ ଦଳର ଉପ-ଅଧିନାୟକ କରାଯାଇଥିଲା ।

ରାହୁଲ ଦ୍ରାବିଡ କହିଛନ୍ତି, "କୋହଲି ସେହି ଖେଳାଳିଙ୍କ ମଧ୍ୟରୁ ଜଣେ ଯିଏ ଟେଷ୍ଟ କ୍ରିକେଟ ସହ ଗଭୀର ସମ୍ପର୍କ ରଖିଛନ୍ତି । ସେ ପ୍ରତ୍ୟେକ ଥର ଏହି ଲଢେଇ ପାଇଁ ପ୍ରସ୍ତୁତ । ଦଳ ଦକ୍ଷିଣ ଆଫ୍ରିକାରେ କୌଣସି ଟେଷ୍ଟ ସିରିଜ୍ ଜିତି ନାହିଁ । ପ୍ଲେଇଂ -11 ପ୍ରଶ୍ନ ଉପରେ ପୂର୍ବତନ ଭାରତୀୟ ଅଧିନାୟକ କହିଛନ୍ତି ଯେ ମ୍ୟାଚ ପୂର୍ବରୁ ଏହା ଘୋଷଣା କରାଯିବ । ଆମେ କିଛି ମହାନ ଖେଳାଳି ପାଇଛୁ । ଏହା ଜଣା ଯେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଶତକ ହାସଲ କରି ଶ୍ରେୟାସ ଆୟର ତାଙ୍କ ଦାବିକୁ ଦୃଢ଼ କରିଛନ୍ତି ।

'ସବୁ ଖେଳାଳି ପ୍ରଫେସନାଲ, ନେବାକୁ ପଡ଼ିବ କଠୋର ନିଷ୍ପତ୍ତି'
ରାହୁଲ ଦ୍ରାବିଡ କହିଛନ୍ତି ଯେ ବେଳେବେଳେ ଆପଣଙ୍କୁ କଠୋର ନିଷ୍ପତ୍ତି ନେବାକୁ ପଡିବ । ପ୍ରତ୍ୟେକ ଖେଳାଳି ଜଣେ ପ୍ରଫେସନାଲ ଏବଂ ସେମାନେ ଏଥିପାଇଁ ପ୍ରସ୍ତୁତ । ସମସ୍ତେ ଖେଳିବାକୁ ଚାହାଁନ୍ତି । ସେ କହିଛନ୍ତି ଖେଳାଳିମାନେ ଏହା ସେତେବେଳେ ବୁଝିବେ ଯେତେବେଳେ ଆପଣ ତାଙ୍କ ସହିତ ଭଲ ଯୋଗାଯୋଗ ରକ୍ଷାକରିବେ । ଏହା ଜଣା ଯେ ଉଭୟ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା ଏକ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ଏଭଳି ପରିସ୍ଥିତିରେ ଉଭୟ ସିନିୟର ଖେଳାଳିଙ୍କ ପାଇଁ ଏହି ସିରିଜ୍ ଗୁରୁତ୍ୱପୂର୍ଣ୍ଣ ।

 ଏହା ବି ପଢ଼ନ୍ତୁ: ଏହି ୨ ଯୁବତୀଙ୍କ ପାଇଁ ବଦନାମ ଶାମି! ମେସେଜ ପଠାଇ କରୁଥିଲେ ଏହି ଜିଦ୍

ଏହା ବି ପଢ଼ନ୍ତୁ: IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଏହା ହୋଇପାରେ ଭାରତର ପ୍ଲେଇଂ 11