Koffee With Karan: ଏ Showରେ ଭିକିଙ୍କ ବିଷୟରେ କିଛି ଏମିତି କହିଲେ କ୍ୟାଟ୍
Advertisement

Koffee With Karan: ଏ Showରେ ଭିକିଙ୍କ ବିଷୟରେ କିଛି ଏମିତି କହିଲେ କ୍ୟାଟ୍

Katrina Kaif and Vicky Kaushal : ବଲିଉଡର ଚର୍ଚ୍ଚିତ ଯୋଡି କ୍ୟାଟ୍ରିନା କୈଫ୍ (Katrina Kaif) ଓ (Vicky Kaushal) ଭିକି କୌଶଲ।  ଏ ଯୋଡି  ଏକ ପ୍ରୋଜେକ୍ଟ ପାଇଁ ଏକାଠି ହୋଇଛନ୍ତି ।

ସୌଜନ୍ୟ : ସୋସିଆଲ ମିଡିଆ

Katrina Kaif and Vicky Kaushal : ବଲିଉଡର ଚର୍ଚ୍ଚିତ ଯୋଡି କ୍ୟାଟ୍ରିନା କୈଫ୍ (Katrina Kaif) ଓ (Vicky Kaushal) ଭିକି କୌଶଲ।  ଏ ଯୋଡି  ଏକ ପ୍ରୋଜେକ୍ଟ ପାଇଁ ଏକାଠି ହୋଇଛନ୍ତି । ଏମାନଙ୍କର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏ ଫଟୋରେ ଏ କପୁଲ ବହୁତ କ୍ୟୁଟ୍ ଦିଶୁଛନ୍ତି। କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ପର ଠାରୁ ପ୍ରଶଂସକମାନେ ସେମାନଙ୍କୁ ପରଦାରେ ଏକାଠି ଦେଖିବାକୁ ଚାହୁଁଥିଲେ । ବର୍ତ୍ତମାନ ଦୁହେଁ ଏକ ପ୍ରୋଜେକ୍ଟ ପାଇଁ ଏକାଠି ହୋଇଛନ୍ତି। ଯାହାକୁ ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଯାଇଛନ୍ତି। ଯଦିଓ ଏହା ଏକ ଚଳଚ୍ଚିତ୍ର ପାଇଁ ନୁହେଁ । କ୍ୟାଟ୍ରିନା ଏବଂ ବିକି ଏକ ବିଜ୍ଞାପନରେ ଏକାଠି ନଜର ଆସିବେ । ଉଭୟଙ୍କ ଫଟୋସୁଟରୁ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେମାନେ ଭିନ୍ନ ଅନ୍ଦାଜରେ ପୋଜ୍ ଦେଇଥିବା ଦେଇଥିବା ଦେଖିବାକୁ ମିଳିଛି। 

ଫଟୋରେ କ୍ୟାଟ୍ ଓ୍ବାଇଟ କଲର ଓ୍ବାନ୍ ପିସ ଉପରେ ଡେନିମ୍ ଜ୍ୟାକେଟ ମଧ୍ୟ ପିନ୍ଧିଛନ୍ତି । ସେହିପରି ଭିକି ମଧ୍ୟ ଏକ କାଜୁଆଲ ଲୁକ୍ ରେ ନଜର ଆସିଛନ୍ତି । ଜିନ୍ସ ସହିତ ଏକ ଓ୍ବାଇଟ କଲର ପ୍ରିଣ୍ଟେଡ୍ ସାର୍ଟ ପିନ୍ଧିଛନ୍ତି। ଏବଂ ଡ୍ରେସ ଉପରେ ଏକ ଲାଇଟ କଫି କର୍ଲରର ଏକ ଜ୍ୟାକେଟ୍ ମଧ୍ୟ ପିନ୍ଧିଛନ୍ତି । ସେହିପରି ଏ କପୁଲଙ୍କର ଆଉ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛି।  ଯେଉଁଥିରେ କ୍ୟାଟ୍ରିନା ଡାର୍କ ରାନୀ କଲରର ଏକ ଡ୍ରେସ ପିନ୍ଧିଥିବା ଦେଖିୁବାକୁ ମିଳିଛି।  ଯେଉଁଥିରେ ସେ  ହାତରେ ଏକ କ୍ୟାପ୍ ଧରିଛନ୍ତି। ଆଉ ବିକି ମଧ୍ୟ ଏକ ହ୍ବାଇର୍ଟ କଲରର ଏକ ପ୍ରିଣ୍ଟେଡ ଡ୍ରେସ ପିନ୍ଧିଛନ୍ତି। ଉଭୟ ଏଥିରେ ଖୁବ ସୁନ୍ଦର ଦିଶୁଛନ୍ତି।

ଏହାବି ପଢନ୍ତୁ : Box Officeରେ ଧୁମ୍ ମଚେଇବ ପ୍ରଭାସଙ୍କ ଫିଲ୍ମ Adipurush,ଆଯୋଧ୍ୟାରେ ଲଞ୍ଚ ହେବ ଟିଜର

fallback

ନିକଟରେ କ୍ୟାଟ୍ରିନା କଫି ଉଇଥ୍ କରନ ସୋ (Koffee With Karan )କୁ ଯାଇଥିଲେ । ସେଠାରେ ସେ ନିଜ ସ୍ବାମୀ ଭିକିଙ୍କ ସମ୍ପର୍କରେ କିଛି ଖୁଲାସା ମଧ୍ୟ କରିଥିଲେ। କ୍ୟାଟ୍ କହିଥିଲେ ଯେ ବିବାହ ପୂର୍ବରୁ ସେମାନେ ଡେଟିଂ କରୁ ନ ଥିଲେ।  କିନ୍ତୁ କିଛି ମିଡିଆ ସେମାନଙ୍କୁ ହାଇଲାଇଟ କରି ଚର୍ଚ୍ଚାକୁ ଆଣିଥିଲେ । ଯାହା ବହୁତ କୈତୁହଳପୂର୍ଣ୍ଣ ଓ ମଜାଳିଆ ମୂହୁର୍ତ୍ତ ଥିଲା।  ଆଗାମୀ ଦିନରେ କ୍ୟାଟଙ୍କର ଅନେକ ମୁଭି ପରଦାକୁ ଆସିବ । ଚଳିତ ବର୍ଷ ନଭେମ୍ବର ୪ ତାରିଖରେ କ୍ୟାଟ୍ରିନଙ୍କ ଫିଲ୍ମ ଫୋନ ଭୁତ୍ (Phone Bhoot) ରଲିଜ୍ ହେବ । ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ଚାତୁର୍ବେଦୀ ଓ ଇଶାନ ଖଟ୍ଟରଙ୍କ ସହ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିବ । ସେହିପରି  ମେରି କ୍ରିସମାସ(Merry Christmas) ଫିଲ୍ମ ମଧ୍ୟ ଚଳିତ ବର୍ଷ ପରଦାକୁ ଆସିବ। ସେହିପରି ଆସନ୍ତା ବର୍ଷ ଟାଇଗର ୩ ଓ ଜିଲେ ଜରା(Jee Le Zaraa) ଫିଲ୍ମ କ୍ୟାଟ୍ରିନାଙ୍କ ରିଲିଜ ହେବ । ଯାହା ଦର୍ଶକଙ୍କୁ ଖବ୍ ପସନ୍ଦ ଆସିବ।  ବି ଟାଉନର ଚର୍ଚ୍ଚିତ ଦମ୍ପତି କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ୨୦୨୧ ମସିହା ଡିସେମ୍ବର ୯ରେ ରାଜସ୍ଥାନରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟ ନିଜ ବିବାହକୁ ଅତ୍ୟନ୍ତ ବ୍ୟକ୍ତିଗତ ରଖିଥିଲେ ।