Kiara And Sidharath Wedding: ଏହି ଦିନ ପଡିବା କିଆରା ଓ ସିଦ୍ଧାର୍ଥଙ୍କ ହାତଗଣ୍ଠି, ମୁମ୍ବାଇରେ ହେବ ଗ୍ରାଣ୍ତ ରିସେପସନ୍ ପାର୍ଟ
Advertisement
Article Detail0/zeeodisha/odisha1417140

Kiara And Sidharath Wedding: ଏହି ଦିନ ପଡିବା କିଆରା ଓ ସିଦ୍ଧାର୍ଥଙ୍କ ହାତଗଣ୍ଠି, ମୁମ୍ବାଇରେ ହେବ ଗ୍ରାଣ୍ତ ରିସେପସନ୍ ପାର୍ଟ

Kiara And Sidharath Wedding: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ (Kiara Advani) ଓ ସିଦ୍ଧାର୍ଥ ମଲହୋତ୍ରା(Sidharath Malhotra) । ଏହି ଯୋଡିକୁ ଖୁବ୍ ପସନ୍ଦ କରନ୍ତି ଦର୍ଶକ । ଉଭୟେ ଆସନ୍ତାବର୍ଷ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । 

Kiara And Sidharath Wedding: ଏହି ଦିନ ପଡିବା କିଆରା ଓ ସିଦ୍ଧାର୍ଥଙ୍କ ହାତଗଣ୍ଠି, ମୁମ୍ବାଇରେ ହେବ ଗ୍ରାଣ୍ତ ରିସେପସନ୍ ପାର୍ଟ

Kiara And Sidharath Wedding: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ (Kiara Advani) ଓ ସିଦ୍ଧାର୍ଥ ମଲହୋତ୍ରା(Sidharath Malhotra) । ଏହି ଯୋଡିକୁ ଖୁବ୍ ପସନ୍ଦ କରନ୍ତି ଦର୍ଶକ । ବର୍ତ୍ତମାନ ଏହି ଲବବାର୍ଡଙ୍କୁ ବିଭିନ୍ନ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳୁଛି । ଉଭୟେ ଆସନ୍ତାବର୍ଷ ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଏହି ଯୋଡି ଖୁବଶିଘ୍ର ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି । 

କିଆରା ଓ ସିଦ୍ଧାର୍ଥଙ୍କ ଡିସେମ୍ବରରେ ହେବ ବିବାହ :  ମିଡିଆ ରିପୋର୍ଟ ଅନୁସାରେ, ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ (Kiara Advani) ଓ ସିଦ୍ଧାର୍ଥ ମଲହୋତ୍ରା(Sidharath Malhotra)ଙ୍କ ବିବାହ ଚଳିତ ବର୍ଷ ଡିସେମ୍ବରରେ ହେବ ବୋଲି ସୂଚନା ମିଳିଛି । ଏପରିକି ବିବାହର ତାରିଖ ମଧ୍ୟ ସ୍ଥିର ହୋଇ ସାରିଛି। କିନ୍ତୁ ଦୁହଁଙ୍କ ପରିବାର ପକ୍ଷରୁ ଏନେଇ କୌଣସି ଅପଡେଟ ସାମ୍ନାକୁ ଏପର୍ଯ୍ୟନ୍ତ ଆସିନାହିଁ । ବିବାହ ପରେ ମୁମ୍ବାଇରେ ଗ୍ରାଣ୍ତ ରିସେପସନ୍ ପାର୍ଟ ମଧ୍ୟ ରଖାଯାଇଛି । ଯେଉଁଥିରେ ଅନେକ ସେଲିବ୍ରେଟି ସାମିଲ ହେବେ। 

ଏହାବି ପଢନ୍ତୁ : Urfi Javed: ପାର୍ଟିରେ ଦୁଇ ଭଉଣୀଙ୍କ ସହ ନଜର ଆସିଲେ ଉର୍ଫି

ଏହାବି ପଢନ୍ତୁ : Kangana Ranaut: ବଲିଉଡକୁ ନେଇ କଙ୍ଗନାଙ୍କ ବଡ ବୟାନ୍, କହିଲେ କିଛି ଏମିତି...

ଆସନ୍ତା ବର୍ଷ ଏପ୍ରିଲରେ ବିବାହର ଗୁଜବ ଉଠିଥିଲା :

ଆମେ ଆପଣଙ୍କୁ କହି ରଖୁଛୁ ଯେ ,ଏହି ବର୍ଷ ଖବର ଆସିଥିଲା ​​ଯେ କିଆରା ଏବଂ ସିଦ୍ଧାର୍ଥ  ଆସନ୍ତା ବର୍ଷ, ଏପ୍ରିଲ ମାସରେ ବିବାହ କରିଥାନ୍ତେ । ଉଭୟଙ୍କ ବିବାହ ଚଳିତ ବର୍ଷ ହେଉଥିବାରୁ ବେଶ ଖୁସି ଅଛନ୍ତି ଫ୍ୟାନ୍ସ । ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଫିଲ୍ମ ‘ଶେରଶାହ’ରେ ଉଭୟଙ୍କ କେମେଷ୍ଟ୍ରି ଦର୍ଶକଙ୍କ ହୃଦୟ ଜିତିଥିଲା ​। କୁହାଯାଏ ଯେ ଏହି ଚଳଚ୍ଚିତ୍ରରୁ ଉଭୟ ପରସ୍ପରର ନିକଟତର ହୋଇଥିଲେ। କିଛି ଦିନ ପୂର୍ବରୁ ସିଦ୍ଧାର୍ଥ ଏବଂ କିଆରାଙ୍କ ବିଚ୍ଛେଦ ହେବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା। କୁହାଯାଉଥିଲା କି ସେମାନଙ୍କ ସମ୍ପର୍କ ଖରାପ ହୋଇଯାଇଛି। ହେଲେ ଏକ ଇଭେଣ୍ଟରେ ସିଦ୍ଧାର୍ଥ ଏବଂ କିଆରାଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଜଣାପଡୁଥିଲା କି ଉଭୟଙ୍କ ମଧ୍ୟରେ ସବୁ ଠିକ୍ ଅଛି । ଏଥି ସହିତ, ସେମାନଙ୍କ ବିବାହର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। 

ଯଦି ଅଭିନେତା ସିଦ୍ଧାର୍ଥ ମଲହୋତ୍ରା (Sidharth Malhotra ) ଓ କିଆରା ଆଡଭାନୀଙ୍କ ଓ୍ବାର୍କଫ୍ରଣ୍ଟର କଥା କହିବାକୁ ଗଲେ, ତେବେ, ଉଭୟଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି ।  କିଆରା ଆଡଭାନୀଙ୍କ ଆଗାମୀ ଫିଲ୍ମ (Satyaprem Ki Katha) ସତ୍ୟ ପ୍ରେମ କି କଥା  ଆସନ୍ତା ବର୍ଷ ପରଦାକୁ ଆସିବ । ଏଥିରେ ଲିଡ ରୋଲରେ ନଜର ଆସିବେ କିଆରା ଓ କାର୍ତ୍ତିକ । ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି । ସେହିପରି, ମିଶନ ମଞ୍ଜୁ ଓ ଯୋଦ୍ଧାରେ ମଧ୍ୟ ଲିଡ ରୋଲରେ ନଜର ଆସିବେ ସିଦ୍ଧାର୍ଥ ।