Sana Saeed : ରିଲ ନୁହେଁ ରିୟଲ ଲାଇଫରେ ନିର୍ବନ୍ଧ କଲେ ଶାହରୁକ ଖାନଙ୍କ ଅନସ୍କ୍ରିନ ଝିଅ ଅଞ୍ଜଲୀ
Advertisement

Sana Saeed : ରିଲ ନୁହେଁ ରିୟଲ ଲାଇଫରେ ନିର୍ବନ୍ଧ କଲେ ଶାହରୁକ ଖାନଙ୍କ ଅନସ୍କ୍ରିନ ଝିଅ ଅଞ୍ଜଲୀ

Actress Sana Saeed : ବଲିଉଡର ସୁପରଡୁପର ହିଟ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’। ଏହି ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଥିବା ଅଞ୍ଜଲୀଙ୍କୁ ସମସ୍ତ ମନେରଖିଥିବେ ନିଶ୍ଚୟେ । ଫିଲ୍ମରେ ଅଞ୍ଜଲୀ ତାଙ୍କ ବାପା ଶାହରୁଖ ଖାନ ଅର୍ଥାତ୍ ରାହୁଲ ଖାନ୍ନାଙ୍କ ଦ୍ୱିତୀୟ ଥର ବିବାହ କରାଇବା ପାଇଁ ଏକ ମିଶନ ଆରମ୍ଭ କରିଥିଲେ, ଯେଉଁଥିରେ ସେ ଶେଷରେ ସଫଳ ମଧ୍ୟ ହୋଇଥିଲେ।

Sana Saeed : ରିଲ ନୁହେଁ ରିୟଲ ଲାଇଫରେ ନିର୍ବନ୍ଧ କଲେ ଶାହରୁକ ଖାନଙ୍କ ଅନସ୍କ୍ରିନ ଝିଅ ଅଞ୍ଜଲୀ

Actress Sana Saeed : ବଲିଉଡର ସୁପରଡୁପର ହିଟ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’। ଏହି ଫିଲ୍ମରେ ଶିଶୁ କଳାକାର ଭାବେ ଅଭିନୟ କରିଥିବା ଅଞ୍ଜଲୀଙ୍କୁ ସମସ୍ତ ମନେରଖିଥିବେ ନିଶ୍ଚୟେ । ଫିଲ୍ମରେ ଅଞ୍ଜଲୀ ତାଙ୍କ ବାପା ଶାହରୁଖ ଖାନ ଅର୍ଥାତ୍ ରାହୁଲ ଖାନ୍ନାଙ୍କ ଦ୍ୱିତୀୟ ଥର ବିବାହ କରାଇବା ପାଇଁ ଏକ ମିଶନ ଆରମ୍ଭ କରିଥିଲେ, ଯେଉଁଥିରେ ସେ ଶେଷରେ ସଫଳ ମଧ୍ୟ ହୋଇଥିଲେ। ହେଲେ ଫିଲ୍ମରେ ନିଜ ବାପାଙ୍କ ବିବାହ କରାଇଥିବା ଅଞ୍ଜଲୀ ଓରଫ ସନା ସଇଦ ଏବେ ଅସଲ ଜୀବନରେ ନିଜର ଜୀବନସାଥୀ ବାଛିଛନ୍ତି। ସେ ନିଜ ପ୍ରେମିକଙ୍କ ସହ ନିର୍ବନ୍ଧ କରିଥିବା ଜଣାଇଛନ୍ତି।

ନୂଆବର୍ଷର ପ୍ରଥମ ଦିନରେ ସନାଙ୍କ ପ୍ରେମିକା ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ଆଉ ଏହି ପ୍ରସ୍ତାବକୁ ସନା ଗ୍ରହଣ ମଧ୍ୟ କରିଥିଲେ। ଏନେଇ ସନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ନିର୍ବନ୍ଧ ଶେଷ ହୋଇଥିବା ଖବର ମଧ୍ୟ ତାଙ୍କ ଫ୍ୟାନ୍ସଙ୍କୁ ଦେଇଛନ୍ତି । କ୍ୟାପସନରେ ସନା କେବଳ ଲଭ ଇମୋଜି ଓ ରିଙ୍ଗର ଫଟୋ ଦେଇଥିବା ଦେଖିବାକୁ ମିଳିଛି ।  ଏହି ବର୍ଷର ପ୍ରଥମ ଭଲ ଖବର ସନା ତାଙ୍କ ଫ୍ୟାନ୍ସଙ୍କୁ ଜଣାଛନ୍ତି । 

 

 
 
 
 

 
 
 
 
 
 
 
 
 
 
 

A post shared by Sana Saeed (@sanaofficial)

 ସନା ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ସନା ସଇଦଙ୍କ ପ୍ରେମିକ ସିସବା ୱାଗନେର (Csaba Waner) ଆଣ୍ଟୁମାଡି ବସି ହାତରେ ଏକ ରିଙ୍ଗ ଧରି ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଉଛନ୍ତି । ଏବଂ ବିବାହ ପ୍ରସ୍ତାବକୁ ସନା ଗ୍ରହଣ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓରେ ସନାଙ୍କୁ ଏକ ବ୍ଲାକ କର୍ଲର ଗାଉନ ପିନ୍ଧିଥିବା ଦେଖିବାକୁ ମିଳିଛି। 

ସିସବା ୱାଗନେର କିଏ?
ସିସବା ୱାଗନେର ଜଣେ ହଲିଉଡ୍ ସାଉଣ୍ଡ୍ ଡିଜାଇନର୍ (Hollywood sound designer)। ୱାଗନେର ଲସ୍ ଆଞ୍ଜେଲସର ବାସିନ୍ଦା । ଦିର୍ଘ ଦିନ ଧରି ସିସବା ୱାଗନେର  ସନାଙ୍କୁ ଡେଟ କରୁଥିଲେ। ତେବେ ସନାଙ୍କ ନିର୍ବନ୍ଧ ଜାଣି ତାଙ୍କ ପ୍ରଶଂସକ ଏବଂ ଘନିଷ୍ଠ ବନ୍ଧୁମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏବଂ ପରିଶେଷରେ,ଛୋଟ ଅଞ୍ଜଲି ମଧ୍ୟ ତାଙ୍କ ସ୍ୱପ୍ନର ରାହୁଲକୁ ପାଇ ଯାଇଛନ୍ତି। 

ଏହାବି ପଢନ୍ତୁ : Sunmeera Nagesh: କାହିଁକି ସନମୀରାଙ୍କ ସାଙ୍ଗିଆକୁ ନେଇ ଆଜିବି ଦ୍ବନ୍ଦରେ ଫ୍ୟାନ୍ସ ? ଜାଣନ୍ତୁ କାରଣ

 ଏହାବି ପଢନ୍ତୁ : Tunisha Sharma Suicide Case: ସାମ୍ନାକୁ ଆସିଲା ଛାତି ଥରାଇବା ଭଳି ତଥ୍ୟ, ସିଜାନଙ୍କ ଓକିଲ କଲେ ବଡ ଖୁଲାସା

ଏହାବି ପଢନ୍ତୁ : Prabhas: ପ୍ରଭାସଙ୍କ ଲଭ ଲାଇଫର ସିକ୍ରେଟ୍ ଖୋଲିଲେ Ram Charan, ଫ୍ୟାନ୍ସଙ୍କୁ ଲାଗିଲା ବଡ ଝଟକା

ଏହାବି ପଢନ୍ତୁ : Sidharath And Kiara Wedding : ବଦଳିଲା ଓ୍ବେଡିଂ ଭେନ୍ୟୁ,ଗୋଆ କି ଚଣ୍ତିଗଡ ନୁହେଁ ଏହି ସହରରେ ହେବ ସିଦ୍ଧାର୍ଥ ଓ କିଆରାଙ୍କ ବିବାହ