Lata Mangeshkar Birth Anniversary : ସୁର ସାମ୍ରାଜ୍ଞୀଙ୍କୁ ମନେପକାଉଛି ଦେଶ, ଜନ୍ମବାର୍ଷିକୀରେ ମୋଦି କଲେ କିଛି ଏମିତି ଟ୍ବିଟ୍
Advertisement

Lata Mangeshkar Birth Anniversary : ସୁର ସାମ୍ରାଜ୍ଞୀଙ୍କୁ ମନେପକାଉଛି ଦେଶ, ଜନ୍ମବାର୍ଷିକୀରେ ମୋଦି କଲେ କିଛି ଏମିତି ଟ୍ବିଟ୍

Lata Mangeshkar Birth Anniversary :  କୋକିଳ କଣ୍ଠୀ ଲତା ମଙ୍ଗେସକର (Lata Mangeshkar ) । ଆଜି ନାହାନ୍ତି ସତ ହେଲେ ସଙ୍ଗୀତ ଜଗତ ପାଇଁ ଛାଡି ଯାଇଛନ୍ତି ଏକ ନିଆରା ଛାପ । ଏ ଅବସରରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ତାଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ୪୦ ଫୁଟର ଏକ ବୀଣା ସ୍ଥାପନ କରାଯିବ । ଯାହାର ଓଜନ ୧୪ ଟନ୍ ରହିଛି।

ସୌଜନ୍ୟ : ସୋସିଆଲ ମିଡିଆ

Lata Mangeshkar Birth Anniversary :  କୋକିଳ କଣ୍ଠୀ ଲତା ମଙ୍ଗେସକର (Lata Mangeshkar ) । ଆଜି ନାହାନ୍ତି ସତ ହେଲେ ସଙ୍ଗୀତ ଜଗତ ପାଇଁ ଛାଡି ଯାଇଛନ୍ତି ଏକ ନିଆରା ଛାପ । ଭାରତୀୟ ସଙ୍ଗୀତ ଜଗତର ସେ ଜୀବନ୍ତ କିମ୍ବଦନ୍ତୀ। ଲତାଙ୍କ କଣ୍ଠରେ ଯାଦୁ ଥିଲା। ତାଙ୍କ ସ୍ବରରେ ସେ ସମଗ୍ର ଭାରତବାସୀଙ୍କୁ ମୁଗ୍ଧ କରିଆସିଛନ୍ତି। ଯାହା ସବୁ ଦିନ ପାଇଁ ଅଭୁଲା ହୋଇ ରହିବ । ସଙ୍ଗୀତ ଜଗତ ପାଇଁ ତାଙ୍କ ଅବଦାନ ଅତୁଳନୀୟ । ବହୁ ସଂଘର୍ଷ ପରେ ସଙ୍ଗୀତ ଦୁନିଆର ଏମିତି ଶୀର୍ଷ ସ୍ଥାନରେ ପହଞ୍ଚିଛଥିଲେ ଲତା । ଭାରତୀୟ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ୮ ଦଶକରୁ ଅଧିକ ସମୟ ଧରି ଶ୍ରୋତାଙ୍କୁ ବାନ୍ଧି ରଖିବାରେ ସକ୍ଷମ ଥିଲେ ଲତା । କେବଳ ଭାରତ ନୁହେଁ ଏସିଆ ମହାଦେଶରେ ସେ ଥିଲେ ଏକ ବହୁ ପରିଚିତ ନାମ । ଅନେକ ଭାଷାରେ ଗୀତ ଗାଇବା ସହ ୩୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଆଜି କୋଳିଳ କଣ୍ଠୀଙ୍କ ୯୩ ତମ ଜନ୍ମ ଜୟନ୍ତୀ। ଏ ଅବସରରେ ତାଙ୍କୁ ଦେଶବାସୀ ମନେ ପକାଉଛନ୍ତି ।  

ଏ ଅବସରରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ତାଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ୪୦ ଫୁଟର ଏକ ବୀଣା ସ୍ଥାପନ କରାଯିବ । ଯାହାର ଓଜନ ୧୪ ଟନ୍ ରହିଛି। ଯାହାକୁ ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନୀ ଉତ୍ସବରେ ଯୋଗଦେବେ ବୋଲି କୁହାଯାଉଛି। ଏହା ବ୍ୟତୀତ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି କିଶନ ରେଡ୍ଡୀ ମଧ୍ୟ ଉପସ୍ଥିତ ରହିବେ। କେବଳ ସେତିକି ନୁହେଁ ବହୁ ମାନ୍ୟଗନ୍ୟ ବ୍ୟକ୍ତି ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ଏହାସହ ଅଯୋଧ୍ୟା ଅଞ୍ଚଳର ଏକ ଛକ ଲତାଙ୍କ ନାମରେ ନାମିତ ହେବ ବୋଲି ସ୍ଥିର ହୋଇଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ଏକ ଟୁଇଟ ମଧ୍ୟ କରିଛନ୍ତି। " ଆଜି ଲତା ଦିଦିଙ୍କ ଜନ୍ମ ବାର୍ଷିକୀ, ତାଙ୍କ ଠାରୁ ବହୁତ କିଛି ଶିଖିଛି , ଯାହା ମୋର ମନେ ଅଛି । ବହୁତ ସ୍ନେହି ମଣିଷ ସେ । ମୁଁ ଖୁସି ଯେ ଆଜି ଅଯୋଧ୍ୟାରେ ଏକ ଛକ ତାଙ୍କ ନାମରେ ନାମିତ ହେବ। ଏହା ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି। ସର୍ବଶ୍ରେଷ୍ଠ ଭାରତୀୟ ଆଇକନ୍ ମଧ୍ୟରୁ ଗୋଟିଏ ବୋଲି କୁହାଯାଇପାରିବ" । 

ଏହାବି ପଢନ୍ତୁ : Deepika Padukone Hospitalised: ଡାକ୍ତରଖାନାରେ ଦିପିକା, ଆସିଲା ନୂଆ ଅପଡେଟ

 

ଲତା ମଙ୍ଗେସକର ୧୯୨୯ ସେପ୍ଟେମ୍ବର ୨୮ରେ ଜନ୍ମଗ୍ରହଣ କରିଥିଲେ। ଲତାଙ୍କ କଣ୍ଠରେ ଯାଦୁ ଥିଲା। ତାଙ୍କ ସ୍ବରରେ ସେ ସମଗ୍ର ଭାରତବାସୀଙ୍କୁ ମୁଗ୍ଧ କରିଆସିଛନ୍ତି। ତାଙ୍କ ବାପା ଦିନାନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ଓ ମଞ୍ଚ କଳାକାର ଥିଲେ। ମାତ୍ର ୫ବର୍ଷ ବୟସରୁ ଲତା ତାଙ୍କ ବାପାଙ୍କ ପାଖରୁ ସଙ୍ଗୀତ ଶିକ୍ଷା କଲେ। ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବାର ଦାୟିତ୍ବ ଲତାଙ୍କ ଉପରକୁ ଆସିଲା। ସଙ୍ଗୀତକୁ ପେଶା କରି ସେ ଆଗକୁ ବଢ଼ିଲେ। କେବଳ ହିନ୍ଦୀ ନୁହେଁ, ୩୬ଟି ଭାଷାରେ ଲତା ଗୀତ ଗାଇଛନ୍ତି। ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ପାଇଁ ୨୦୦୧ରେ ସେ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ ହୋଇଥିଲେ। ସେ ୧୯୪୨ରୁ ୧୯୪୮ ମଧ୍ୟରେ ପାଖାପାଖି ଆଠୋଟି ହିନ୍ଦୀ ଓ ମରାଠୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର 'କିଟ୍ଟି ହାସଲ'ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ୨୦୨୨ ଫେବୃଆରୀ ୬ରେ ୯୨ ବର୍ଷ ବୟସରେ ଲତା ମଙ୍ଗେସକର ପ୍ରାଣ ହରାଇଥିଲେ।