FIR against Vir Das: କମେଡିଆନ ବୀର ଦାସ ଓ Netflix ବିରୋଧରେ FIR, ଜାଣନ୍ତୁ ପୂରା ମାମଲା
Advertisement
Article Detail0/zeeodisha/odisha1431559

FIR against Vir Das: କମେଡିଆନ ବୀର ଦାସ ଓ Netflix ବିରୋଧରେ FIR, ଜାଣନ୍ତୁ ପୂରା ମାମଲା

କପିରାଇଟ୍ ଆକ୍ଟର ଏକାଧିକ ଧାରା ଅନୁଯାୟୀ ଅଭିନେତା ଦାସ, ଅନ୍ୟ ଦୁଇଜଣ ବ୍ୟକ୍ତି ଏବଂ ନେଟଫ୍ଲିକ୍ସ ବିରୋଧରେ ନଭେମ୍ବର ୪ରେ ଏକ ମାମଲା ରୁଜୁ ହୋଇଥିଲା। ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ। ଗତ ବର୍ଷ ମଧ୍ୟ ତାଙ୍କର ଏକ ଭିଡିଓ ଉପରେ ବୀର ଦାସଙ୍କ ବିରୋଧରେ ପୋଲିସ୍ ଅଭିଯୋଗ ଦାଖଲ କରାଯାଇଥିଲା। 

FIR against Vir Das: କମେଡିଆନ ବୀର ଦାସ ଓ Netflix ବିରୋଧରେ FIR, ଜାଣନ୍ତୁ ପୂରା ମାମଲା

FIR against Vir Das, ମୁମ୍ବାଇ: ଅଡୁଆରେ ଷ୍ଟାଣ୍ଡଅପ କମେଡିଆନ ବୀର ଦାସ। ହାସ୍ୟ ଅଭିନେତା ଦାସ, ଅନଲାଇନ ଷ୍ଟ୍ରିମିଂ ପ୍ଲାଟଫର୍ମ Netflix ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଜଣେ ପ୍ରଯୋଜକଙ୍କ ଏତଲା ଆଧାରରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ଅଭିଯୁକ୍ତମାନେ କପିରାଇଟ୍ ନିୟମ ଉଲ୍ଲଂଘନ ନେଇ ଅଭିଯୋଗ ହୋଇଥିବା ମଙ୍ଗଳବାର ମୁମ୍ବାଇ ପୋଲିସର ଜଣେ ଅଧିକାରୀ କହିଛନ୍ତି। ବେଙ୍ଗାଲୁରୁରେ ହିନ୍ଦୁ ଜନଜାଗ୍ରୁତି ସମିତି ବି ଦେଲା ଏତଲା।

ଜଣାଶୁଣା ଥିଏଟର ନିର୍ମାତା ଅଶ୍ୱିନ ଗିଡୱାନି ଅଭିଯୋଗରେ କହିଛନ୍ତି ଯେ, ଅକ୍ଟୋବର ୨୦୧୦ରେ ତାଙ୍କ କମ୍ପାନୀ କମେଡିଆନ ବୀର ଦାସଙ୍କ ସହ ସୋ ପ୍ରସ୍ତୁତ କରିବାକୁ ଏକ ଚୁକ୍ତି କରିଥିଲା। ଜାନୁୟାରୀ ୨୦୨୦ରେ, ଯେତେବେଳେ ଗିଡୱାନି, Netflixରେ ଦାସଙ୍କ ଏକ ନୂତନ ସୋ’ର ଏକ ପ୍ରୋମୋ ଦେଖିଲେ, ସେତେବେଳେ ସେ ହୃଦୟଙ୍ଗମ କଲେ ଯେ ତାଙ୍କ ପୁରୁଣା ସୋର କିଛି ପାର୍ଟକୁ ଏଥିରେ କପି କରାଯାଇଛି। ଯାହା ପରେ ନିଜର କଣ୍ଟେଣ୍ଟ ଚୋରି ହୋଇଥିବା ନେଇ ଅଶ୍ୱିନ ଗିଡୱାନି କଫ୍ ପ୍ୟାରେଡ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Also Read: Nora Fatehi: ସୋସିଆଲ ମିଡିଆରେ ଭାଇରାଲ ହେଉଛି ନୋରାଙ୍କ ଏହି ଫଟୋ

ଗିଡୱାନିଙ୍କ ଅଭିଯୋଗକୁ ଭିତ୍ତି କରି କପିରାଇଟ୍ ଆକ୍ଟର ଏକାଧିକ ଧାରା ଅନୁଯାୟୀ ଅଭିନେତା ଦାସ, ଅନ୍ୟ ଦୁଇଜଣ ବ୍ୟକ୍ତି ଏବଂ ନେଟଫ୍ଲିକ୍ସ ବିରୋଧରେ ନଭେମ୍ବର ୪ରେ ଏକ ମାମଲା ରୁଜୁ ହୋଇଥିଲା ବୋଲି ମୁମ୍ବାଇ ପୋଲିସର ଜଣେ ଅଧିକାରୀ କହିଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ ବୋଲି ସେ କହିଛନ୍ତି। ଅନ୍ୟପଟେ ସୋମବାର ଦକ୍ଷିଣପନ୍ଥୀ ଗୋଷ୍ଠୀ ‘ହିନ୍ଦୁ ଜନଜାଗ୍ରୁତି ସମିତି’ ବେଙ୍ଗାଲୁରୁରେ ପୋଲିସ ନିକଟକୁ ଯାଇ ବୀର ଦାସଙ୍କ ଏକ ଶୋ’କୁ ବାତିଲ କରି ଏହା ହିନ୍ଦୁମାନଙ୍କର ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଇବ ଏବଂ ଭାରତକୁ ବିଶ୍ୱରେ ଖରାପ ଭାବେ ଦର୍ଶାଇବ ବୋଲି ଅଭିଯୋଗ କରିଛି।

ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ ତାଙ୍କର ଏକ ଭିଡିଓ ଉପରେ ବୀର ଦାସଙ୍କ ବିରୋଧରେ ପୋଲିସ୍ ଅଭିଯୋଗ ଦାଖଲ କରାଯାଇଥିଲା। ଯାହା ପରେ ହାସ୍ୟ ଅଭିନେତା ଏକ ବିବୃତ୍ତି ଜାରି କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ, ତାହା ଦେଶକୁ ଅପମାନିତ କରିବା ଉଦ୍ଦେଶ୍ୟରେ ଏପରି କହିନାହାନ୍ତି। 

Also Read: Alia Ranbir Baby: ଆଲିଆଙ୍କ ମାଆ ହେବା ଖବର ଶୁଣି କାହିକିଁ ଭାବ ବିହ୍ବଳ ହୋଇଗଲେ ମହେଶ,ଜାଣନ୍ତୁ