ବର୍ତ୍ତମାନ ବିଦେଶ ଯାଇପାରିବେ ଶାହାରୁଖ ଖାନଙ୍କ ପୁଅ, ପାସପୋର୍ଟ ଫେରାଇବାକୁ କୋର୍ଟ ଦେଲେ ନିର୍ଦ୍ଦେଶ
Advertisement

ବର୍ତ୍ତମାନ ବିଦେଶ ଯାଇପାରିବେ ଶାହାରୁଖ ଖାନଙ୍କ ପୁଅ, ପାସପୋର୍ଟ ଫେରାଇବାକୁ କୋର୍ଟ ଦେଲେ ନିର୍ଦ୍ଦେଶ

Aryan Khan Passport Update : ଆର୍ୟନ ତାଙ୍କ ପାସପୋର୍ଟ ଫେରସ୍ତ ପାଇଁ ସ୍ପେଶାଲ ନାର୍କୋଟିକ୍ ଡ୍ରଗ୍ସ ଓ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ (ଏନଡିପିଏସ୍) କୋର୍ଟରେ ଆବେଦନ କରିଥିଲେ । ବର୍ତ୍ତମାନ କୋର୍ଟଙ୍କ ରାୟ ଆର୍ୟନଙ୍କ ସପକ୍ଷରେ ଆସିଛି ଓ ତାଙ୍କୁ ପାସପୋର୍ଟ ଫେରସ୍ତ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛି ।

ସୌ: ସୋସିଆଲ ମିଡିଆ

NDPS On Aryan Khan Passport : ବଲିଉଡ ଅଭିନେତା ଶାହରୁଖ ଖାନଙ୍କ (Shah Rukh Khan) ପୁଅ ଆର୍ୟନ ଖାନଙ୍କୁ (Aryan Khan) ଏକ ବଡ଼ ଅସ୍ବସ୍ତି ମିଳିଛି । କ୍ରୁଜ୍ ଡ୍ରଗ୍ସ ମାମଲାରେ ତାଙ୍କ ନାମ ଆସିବା ପରେ ଆର୍ୟନ ଖାନଙ୍କ ପାସପୋର୍ଟ (Passport) ଜବତ କରାଯାଇଥିଲା ଓ ନିକଟରେ ସେ ପାସପୋର୍ଟ ଫେରସ୍ତ ପାଇଁ ସ୍ପେଶାଲ ନାର୍କୋଟିକ୍ ଡ୍ରଗ୍ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ (NDPS) କୋର୍ଟରେ ଆବେଦନ କରିଥିଲେ । ଏଭଳି ପରିସ୍ଥିତିରେ ବର୍ତ୍ତମାନ କୋର୍ଟଙ୍କ ରାୟ ଆର୍ୟନଙ୍କ ସପକ୍ଷରେ ଆସିଛି ଓ ପାସପୋର୍ଟ ଫେରସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବାସ୍ତବରେ କ୍ରୁଜ୍ ଡ୍ରଗ୍ସରେ ଅଭିଯୁକ୍ତ ଆର୍ୟନ ଖାନ୍ ଜାମିନ ସର୍ତ୍ତରେ ପାସପୋର୍ଟ ଦାଖଲ କରିଥିଲେ । ଏହି ମାମଲାରେ ଏନସିବିରୁ କ୍ଲିନ୍ ଚିଟ୍ ପାଇବା ପରେ ଆର୍ୟନ ତାଙ୍କ ପାସପୋର୍ଟ ଫେରସ୍ତ ପାଇଁ ଆବେଦନ କରିଥିଲେ । ଏହା ପରେ ଆର୍ୟନଙ୍କ ପାସପୋର୍ଟ ଫେରସ୍ତ କରାଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କହିରଖୁଛୁ ଯେ ପାସପୋର୍ଟ ଜମା ହୋଇଥିବା ଯୋଗୁଁ ଆର୍ୟନ ଖାନ୍ ବିଦେଶ ଯାତ୍ରା କରିପାରୁ ନଥିଲେ, କିନ୍ତୁ ପାସପୋର୍ଟ ଫେରସ୍ତ ପରେ ସେ ବିଦେଶ ଯାତ୍ରା କରିପାରିବେ ।

ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୨ ତାରିଖରେ ମୁମ୍ବାଇ ଉପକୂଳରୁ ଏକ କ୍ରୁଜ୍ ଜାହାଜରୁ ଆର୍ୟନ ଖାନଙ୍କୁ ଏନସିବି ଗିରଫ କରିଥିଲା । ହାଇ ପ୍ରୋଫାଇଲ୍ ଡ୍ରଗ୍ସ ମାମଲାରେ ଆର୍ୟନ ଖାନଙ୍କୁ ଗିରଫ କରାଯାଇଥିଲା, ଏହା ପରେ ମୁମ୍ବାଇ ହାଇକୋର୍ଟଙ୍କ ଜାମିନ ପାଇବା ପୂର୍ବରୁ ଆର୍ୟନ ଖାନ୍ ୨୦ ଦିନରୁ ଅଧିକ ଜେଲରେ ରହିଥିଲେ । ମେ’ମାସରେ ଦାଖଲ ହୋଇଥିବା ଚାର୍ଜସିଟରେ ତାଙ୍କୁ ଅଭିଯୁକ୍ତ ବୋଲି ନାମକରଣ କରାଯାଇ ନାହିଁ । ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ଏନସିବି ଆର୍ୟନ ଖାନ୍ ଓ ଅନ୍ୟ ପାଞ୍ଚ ଜଣଙ୍କୁ ମୁକ୍ତ କରିଥିଲା । ତେବେ ଜାମିନ ସର୍ତ୍ତ ଯୋଗୁଁ ଆର୍ୟନ ଖାନ୍ ନିଜ ପାସପୋର୍ଟ କୋର୍ଟରେ ଦାଖଲ କରିଥିଲେ ।

ଏହା ବି ପଢ଼ନ୍ତୁ: ପାକିସ୍ତାନ ସାମ୍ବାଦିକଙ୍କୁ ଭେଟିବା ଅଭିଯୋଗରେ ହମିଦ ଅନସାରୀ ଦେଲେ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ