Ollywood News: ରିଲିଜ୍ ହେଲା "ଓଁ ସ୍ୱାହା" ଚଳଚ୍ଚିତ୍ରର ଅଡିଓ
Advertisement
Article Detail0/zeeodisha/odisha1936716

Ollywood News: ରିଲିଜ୍ ହେଲା "ଓଁ ସ୍ୱାହା" ଚଳଚ୍ଚିତ୍ରର ଅଡିଓ

Ollywood News: ସ୍ବର୍ଗତ ରାଇମୋହନ ପରିଡାଙ୍କର ଅଭିନୀତ ଶେଷ ଚଳଚ୍ଚିତ୍ର 'ଓଁ ସ୍ୱାହା' ଥିଲା । ତାଙ୍କ ଅଭିନୟକୁ ଭଲ ପାଆନ୍ତି ଦର୍ଶକ ସେଥିପାଇଁ ପ୍ରେକ୍ଷାଳୟରେ ଅଧିକ ଭିଡ ପରିଲକ୍ଷିତ ହେବ ।

Ollywood News: ରିଲିଜ୍ ହେଲା "ଓଁ ସ୍ୱାହା" ଚଳଚ୍ଚିତ୍ରର ଅଡିଓ

Ollywood News: ସି.ଆର ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ, ଏଲ.ଟି ପ୍ରଡ଼କସନ୍ ସହଯୋଗୀତାରେ ବିଜୟ ଦ୍ବିବେଦୀ ପ୍ରଯୋଜିତ ଏବଂ ଏସ. ଦିଲ୍ଲୀପ ପଣ୍ଡା ନିର୍ଦ୍ଦେଶିତ ଆଗାମୀ ଓଡ଼ିଆ ଚଳଚ୍ଚିତ୍ର "ଓଁ ସ୍ୱାହା" ର ଅଡିଓ ରିଲିଜ୍ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲରେ ମହାଡ଼ମ୍ବରରେ ହୋଇଯାଇଛି । ଗୀତ ଗୁଡିକୁ ଗୀତିକାର ଡକ୍ଟର ନିର୍ମଳ ନାୟକ (Dr nirmal nayak) ଏବଂ ହର ବାରିକ ଲେଖିଛନ୍ତି । ସେଇ ଗୀତ ଗୁଡିକୁ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର (malay nayak) । କଣ୍ଠଦାନ କରିଛନ୍ତି ଓଲିଉଡ଼ର ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗର (Human sagar), ଇରା ମହାନ୍ତି, କୁଲଦୀପ ପଟ୍ଟନାୟକ ଓ ରୋଜାଲିନ । ଗୀତ ଗୁଡିକୁ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ଼ର ୟଙ୍ଗ କୋରିଓଗ୍ରାଫର ଲୁବୁନ ଟୁବୁନ । ନୃତ୍ୟ ନିର୍ଦ୍ଦେଶନା ସହିତ ଲାଇନ ପ୍ରଡ୍ୟୁସର ମଧ୍ୟ ରହିଛନ୍ତି ଲୁବୁନ ଟୁବୁନ । "ଓଁ ସ୍ୱାହା" ର କାହାଣୀ ବିଜୟ ଦ୍ବିବେଦୀ ଏବଂ ସଂଳାପ ଲେଖକ ହର ବାରିକ ଲେଖିଛନ୍ତି । ସହ ପ୍ରଯୋଜିକା ଅର୍ଚ୍ଚନା ଦ୍ବିବେଦୀ, କ୍ରି୍ଏଟିଭ ମୁଖ୍ୟ ଅଛନ୍ତି ପ୍ରଣୟ ଜେଠୀ । ଡିଓପି ଦିଲ୍ଲୀପ ବାରିକ ଏବଂ ଏଡିଟିଂ ଦାୟିତ୍ୱରେ ଆଗଧାଡିର ଏଡିଟର ଚନ୍ଦ୍ରଶେଖର ମିଶ୍ର ଅଛନ୍ତି । ଅଭିନୟରେ ଅଛନ୍ତି ନାୟକ ଜ୍ୟୋତି, ନାୟିକା ଦିବ୍ୟା, ସସ୍ମିତାଙ୍କ ସମେତ ସ୍ବର୍ଗତ ରାଇମୋହନ ପରିଡା, ପ୍ରତିଭା ପଣ୍ଡା, ମମତା ଅପା, ସରୋଜ ଦାସ, ଶୈଳେନ୍ଦ୍ର, ଚିନ୍ତାମଣି, କେ.କେ, ଡିସ୍କୋ ରେଡ୍ଡୀ, କାଳିଆ ଭାଇ, ଜୀବନ ପଣ୍ଡା, ବାବୁ ପ୍ରଧାନ ଏବଂ ଅସିତ ପତି । ସ୍ବର୍ଗତ ରାଇମୋହନ ପରିଡାଙ୍କର ଅଭିନୀତ ଓଁ ସ୍ୱାହା ଶେଷ ଚଳଚ୍ଚିତ୍ର ଥିଲା । ତାଙ୍କ ମୃତ୍ୟୁ ପରେ ଆଉ ଶୁଭିନଥିଲା ତାଙ୍କର ସେ ଗାମ୍ଭୀର୍ଯ୍ୟ ସଂଳାପ । ଯେଉଁ ଦର୍ଶକମାନେ ତାଙ୍କ ଅଭିନୟକୁ ଭଲ ପାଆନ୍ତି ନିଶ୍ଚିତ ଭାବେ ଦର୍ଶକ ପ୍ରେକ୍ଷାଳୟକୁ ଆସିବେ । 

ଏସ ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶନାରେ ପୂର୍ବରୁ ଦର୍ଶକ ଅନେକ ହିଟ୍ ସିନେମା ଦେଖିଛନ୍ତି । ତେବେ ଆସନ୍ତା ଡିସେମ୍ବର ମାସରେ ମୁକ୍ତିଲାଭ କରିବାକୁ ଯାଉଛି ଓଁ ସ୍ୱାହା । ମଳୟ ମିଶ୍ରଙ୍କ ସଙ୍ଗୀତର ଯାଦୁରେ ଶ୍ରୋତା ବେଶ୍ ମତୁଆଲା ହେଇଆସିଛନ୍ତି ଦୀର୍ଘ ବର୍ଷରୁ । ତେଣୁ ଏହି "ଓଁ ସ୍ୱାହା" ଚଳଚ୍ଚିତ୍ର ମଧ୍ୟ ସୁପରହିଟ୍ ହେବ । ଦର୍ଶକ ବେଶ ପସନ୍ଦ କରିବେ ବୋଲି ମିଡ଼ିଆ ପ୍ଲାନର ମୁଖ୍ୟ ତଥା ସିନେମାର କ୍ରିଏଟିଭ୍ ହେଡ଼୍ ପ୍ରଣୟ ଜେଠୀ ମତ ଦେଇଛନ୍ତି ।

Also Read- IAS Chai Wala: ପରିବା ଓ ଫଳରେ ଚା’ ବନେଇଲେ ଯୁବକ, ଲୋକେ କହିଲେ...

Also Read- Vande Bharat Accident: ବନ୍ଦେ ଭାରତ ଟ୍ରେନ୍ ଦୁର୍ଘଟଣାରେ ମାଆ ଏବଂ ଦୁଇ ଝିଅଙ୍କର ମୃତ୍ୟୁ