Actress Riya Dey Marriage: ହାତକୁ ଦି ହାତ ହେଲେ ରିୟା, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନସାଥୀ
Advertisement
Article Detail0/zeeodisha/odisha1466377

Actress Riya Dey Marriage: ହାତକୁ ଦି ହାତ ହେଲେ ରିୟା, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନସାଥୀ

Riya Dey Marriage News: ଧିରେ ଧିରେ ରିୟାଙ୍କ ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିବାହ ପୂର୍ବରୁ ହଳଦୀ ସେରିମୋନି ରେ ଖୁବ ଖୁସ୍ ଜଣାପଡୁଥିଲେ ରିୟା। ଓଲିଉଡ ଅଭିନେତ୍ରୀ ରିୟା ଦେ ଓଡିଆ ଫିଲ୍ମ ପ୍ରେମ ଅଢେଇ ଅକ୍ଷରରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଓଲିଉଡକୁ ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ ଦେଇଆସିଥିଲେ। 

Actress Riya Dey Marriage: ହାତକୁ ଦି ହାତ ହେଲେ ରିୟା, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନସାଥୀ

Actress Riya Dey Marriage: ଓଲିଉଡରେ ଶୁଭୁଛି ବାହାଘର ସାହାନାଇ । ଓଲିଉଡର ଜଣେ ଆଗଧାଡିର ନାୟିକା ରିୟା ଦେ ଏବେ ହାତକୁ ଦି ହାତ ହୋଇଛନ୍ତି । ଗତ ନଭେମ୍ବର ୧୧ ତାରିଖରେ ତାଙ୍କ ନିର୍ବନ୍ଧ ହୋଇଥିବା ବେଳେ ଏବେ ତାଙ୍କର ବିବାହ ସମ୍ପନ୍ନ ହୋଇଛି। ଏହି ବିବାହରେ ଅନେକ ଓଲିଉଡ ଷ୍ଟାର ଯୋଗ ଦେଇ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଛନ୍ତି । ଅଭିନେତ୍ରୀ ରିୟା ଦେ ଙ୍କ ନିର୍ବନ୍ଧ ନିରାଡମ୍ବର ଭାବେ ହୋଇଥିବା ବେଳେ ତାଙ୍କ ବାହାଘର କିନ୍ତୁ ମହାଆଡମ୍ବରରେ ସମାପନ ହୋଇଛି । 

ସୂଚନାନୁଯାୟୀ, ଓଲିଉଡ ଅଭିନେତ୍ରୀ ରିୟା ଦେ (Ollywood Actress Riya dey) ପ୍ରେମ ବିବାହ କରିଛନ୍ତି। ରିୟାଙ୍କ ମନ ଚୋରିକରିଥିବା ମଣିଷଟି ହେଉଛନ୍ତି ସୁନିଲ କୁମାର ଦଲାଇ । ସୁନିଲ ଜଣେ ବ୍ୟବସାୟୀ ବୋଲି ସୂଚନା ରହିଛି । ଦୁହିଁଙ୍କର ବିବାହରେ ବହୁ ସେଲିବ୍ରିଟି ଯୋଗ ଦେଇଥିଲେ । ସେପଟେ ଧିରେ ଧିରେ ରିୟାଙ୍କ ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବିବାହ ପୂର୍ବରୁ ହଳଦୀ ସେରିମୋନି ରେ ଖୁବ ଖୁସ୍ ଜଣାପଡୁଥିଲେ ରିୟା।

Also Read: Fifa World Cup 2022: ଷ୍ଟେଜ ଉପରେ 'ତ୍ରିରଙ୍ଗା 'କୁ ଓଢଣି କରିଦେଲେ ନୋରା, ଟ୍ରୋଲର୍ସ କହିଲେ...

ନିଜ ସାଙ୍ଗ ମାନଙ୍କ ସହ ହଳଦିଆ ଶାଢୀ ପିନ୍ଧି ନାଚି ନାଚି ବାଡୁଅ ପାଣିରେ ଗାଧୋଇଥିଲେ ରିୟା । ସେହିପରି ଗୋଆରେ (Goa) ନିଜର ନିର୍ବନ୍ଧ (Engagement) ସାରିଥିବା ରିୟା ପୁଣିଥରେ ପାରମ୍ପରିକ ଢଙ୍ଗରେ ଓଡ଼ିଶାରେ ପରିବାର ସହ ନିର୍ବନ୍ଧ କାର୍ଯ୍ୟ ସମାପନ କରିଥିଲେ। ଓଲିଉଡ ଅଭିନେତ୍ରୀ ରିୟା ଦେ ଓଡିଆ ଫିଲ୍ମ ପ୍ରେମ ଅଢେଇ ଅକ୍ଷରରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଓଲିଉଡକୁ ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ ଦେଇଆସିଥିଲେ। 

Also Read: Paresh Rawal Controversy: ପୁଣି ଅଭିନେତା ପରେଶ ରାୱଲଙ୍କ ବିବାଦୀୟ ବୟାନ, ମହାତ୍ମା ଗାନ୍ଧୀଙ୍କୁ ନେଇ କହିଲେ ଏହି କଥା

ସେଥି ମଧ୍ୟରୁ କ୍ରିମିନାଲ (Criminal), ଏମିତି ବି ହୁଏ ପ୍ରେମ, ତୁ ମୋ ଦେହର ଛାଇ, ଗୋଲାପି ଗୋଲାପି, କଳକି (Kalki) ହରି ଓମ ହରି, ଦିୱାନା ହେଲି ତୋ ପାଇଁ (Diwana Heli To Pain) ପରି ଫିଲ୍ମରେ ଅଭିନୟ କରିଛନ୍ତି । ସେହିପରି  ଅନେକ ରିୟାଲିଟି ସୋରେ ମଧ୍ୟ ଜଜ୍ ଭାବେ ନଜର ଆସିଛନ୍ତି ଓଲିଉଡ ଆକ୍ଟ୍ରେଷ ରିୟା ଦେ।