Pathaan Promotion: SRKଙ୍କ ଅଜବ ସର୍ତ୍ତ, 'ହାଇଦ୍ରାବାଦ ଯିବି ସେତେବେଳେ ଯେତେବେଳେ ରାମ ଚରଣ ନିଜେ ଆସିବେ ନେବାକୁ'
Advertisement
Article Detail0/zeeodisha/odisha1539636

Pathaan Promotion: SRKଙ୍କ ଅଜବ ସର୍ତ୍ତ, 'ହାଇଦ୍ରାବାଦ ଯିବି ସେତେବେଳେ ଯେତେବେଳେ ରାମ ଚରଣ ନିଜେ ଆସିବେ ନେବାକୁ'

Pathaan Promotion Controversy: 'ପଠାନ' ଫିଲ୍ମ ହିନ୍ଦୀ ସହ ତେଲୁଗୁ ଏବଂ ତାମିଲରେ ମୁକ୍ତିଲାଭ କରିବାକୁ ଯାଉଛି। ଏ ସମ୍ପର୍କରେ ଏବେ ପ୍ରଶଂସକ ବା ଫ୍ୟାନ୍ସ ମାନେ ଟ୍ୱିଟରରେ ଶାହାରୁଖଙ୍କ ସହ କଥା ହେଉଛନ୍ତି । ତେବେ ପଠାନ ଫିଲ୍ମକୁ ନେଇ ଅନେକ ସ୍ଥାନରେ ହୋହଲ୍ଲା ଦେଖିବାକୁ ମିଳୁଥିବା ବେଳେ କିଛି ସ୍ଥାନରେ ଏହାକୁ ସମର୍ଥନ କରାଯାଉଛି।

Pathaan Promotion:  SRKଙ୍କ ଅଜବ ସର୍ତ୍ତ, 'ହାଇଦ୍ରାବାଦ ଯିବି ସେତେବେଳେ ଯେତେବେଳେ ରାମ ଚରଣ ନିଜେ ଆସିବେ ନେବାକୁ'

Pathaan Promotion: ବଲିଉଡ ଅଭିନେତା ଶାହରୁଖ ଖାନ, ଦୀପିକା ପାଦୁକୋଣ ଏବଂ ଜନ୍ ଅବ୍ରହାମଙ୍କ ଆକ୍ସନ୍ ଥ୍ରୀଲର ଫିଲ୍ମ 'ପଠାନ୍' ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମ ଜାନୁଆରୀ ୨୫ରେ ବିଭିନ୍ନ ପ୍ରେକ୍ଷାଳୟକୁ ଆସିବ । ଏହି ସମୟରେ 'କିଙ୍ଗ ଖାନ' ସୋସିଆଲ ମିଡିଆରେ ଜବରଦସ୍ତ ଢଙ୍ଗରେ ଫିଲ୍ମର ପ୍ରମୋସନ କରୁଥିବାର ନଜରକୁ ଆସୁଛନ୍ତି । ଟ୍ୱିଟରରେ ଶାହରୁଖ ପୁଣିଥରେ #AskSRK କ୍ୟାମ୍ପେନ କରିଥିଲେ ଯେଉଁଥିରେ ସେ ପ୍ରଶଂସକଙ୍କ ପ୍ରଶ୍ନର ଟିକିନିଖି ଉତ୍ତର ଦେଇଥିଲେ।

ଶାହରୁଖ ରଖିଛନ୍ତି ମଜାଦାର ସର୍ତ୍ତ
ଏଠାରେ ସୂଚନାଯୋଗ୍ୟ,'ପଠାନ' ଫିଲ୍ମ ହିନ୍ଦୀ ସହ ତେଲୁଗୁ ଏବଂ ତାମିଲରେ ମୁକ୍ତିଲାଭ କରିବାକୁ ଯାଉଛି। ଏ ସମ୍ପର୍କରେ ଜଣେ ପ୍ରଶଂସକ ଟ୍ୱିଟରରେ #AskSRK ସୋସିଆଲ ମିଡିଆ କ୍ୟାମ୍ପନେରେ ଶାହରୁଖ ଖାନଙ୍କୁ ଫିଲ୍ମ ରିଲିଜ ଦିନ ତେଲୁଗୁ ଥିଏଟରକୁ ଯିବେ କି ବୋଲି ପଚାରିଥିଲେ। ଏହି ପ୍ରଶ୍ନ ଉପରେ, ଶାହାରୁଖ ନିଜର ଏକ ସର୍ତ୍ତ ରଖିଥିଲେ, ଯାହା ଜାଣି ଆପଣ ବି ଖୁସି ହୋଇଯିବେ।

ପ୍ରଶଂସକ ଲେଖିଛନ୍ତି ଯେ, ହାଏ ସାର୍, ଆପଣ ଚଳଚ୍ଚିତ୍ର ରିଲିଜ୍ ତାରିଖରେ ତେଲୁଗୁ ରାଜ୍ୟର କୌଣସି ଥିଏଟର ପରିଦର୍ଶନ କରିବେ କି? ଏଥିପାଇଁ ଶାହାରୁଖ ଉତ୍ତର ଦେଇଛନ୍ତି, ହଁ, ଯଦି ରାମ ଚରଣ  (Ram Charan) ମୋତେ ନେବାକୁ ଆସନ୍ତି, ମୁଁ ନିଶ୍ଚିତ ଯିବି ..ଏହା ବ୍ୟତୀତ ଜଣେ ପ୍ରଶଂସକ ଟ୍ୱିଟ୍‌ରେ ପଚାରିଥିଲେ, ଶାହାରୁଖଙ୍କ ସାନପୁଅ ଅବରାମ ଯେତେବେଳେ 'ପଠାନ' ଟ୍ରେଲର ଦେଖିଥିଲେ ସେତେବେଳେ ସେ କିପରି ଅନୁଭବ କଲେ ... ଏଥିପାଇଁ ଶାହରୁଖ ଉତ୍ତର ଦେଇଛନ୍ତି ଯେ, ସେ ଟ୍ରେଲରରେ ଥିବା ଜେଟ୍ ଉଡାଣ ସିନ୍ ଅବରାମକୁ ବେଶି ପସନ୍ଦ ହୋଇଛି ଯାହାଫଳରେ ଏବେ ଅବରାମ ବର୍ତ୍ତମାନ ସେ ଜେଟପ୍ୟାକ୍ ଚାହୁଁଛନ୍ତି।

ଅନ୍ୟ ଜଣେ ପ୍ରଶଂସକ କିଙ୍ଗ ଖାନଙ୍କୁ ପଚାରିଥିଲେ ଯେ ସେ ଦର୍ଶକଙ୍କ ସହ ଥିଏଟରରେ କୌଣସି ଫିଲ୍ମ ଦେଖିଛନ୍ତି କି, ଯେଉଁଥିରେ ଶାହରୁଖ ଉତ୍ତର ଦେଇଛନ୍ତି, ନା, ଦୀର୍ଘ ଦିନ ଧରି ତାହା କରିନାହାଁନ୍ତି। ଏବଂ ମୁକ୍ତିଲାଭ ମଧ୍ୟ କରିନାହାଁନ୍ତି । ବୋଧହୁଏ ଏହା ହେଉଛି ଏହା ପଠାନ ପାଇଁ। " ଏହା ହେଉଛି ଏକ ପ୍ରକାର ଚଳଚ୍ଚିତ୍ର ଯାହା ଏକ ପ୍ୟାକ୍ ହୋଇଥିବା ହଲରେ ଦେଖିବା ଆବଶ୍ୟକ। ଯଦି ଏହି ବିଗ୍ ବଜେଟ୍ ଫିଲ୍ମ ବିଷୟରେ କଥା ହେବା ତେବେ ଦୀପିକା ପାଦୁକୋଣ(Deepika Padukone) ଏବଂ ଜନ୍ ଆବ୍ରାହମ୍ (John Abraham) ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। 

ଏଥିସହିତ ଆଶୁତୋଷ ରାଣା ଏବଂ ଡିମ୍ପଲ୍ କପାଡିଆ ମଧ୍ୟ ସହାୟକ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ର ସହିତ ଶାହାରୁଖ ପ୍ରାୟ ଚାରି ବର୍ଷ ପରେ ବଡ ପରଦାରେ ଫେରୁଛନ୍ତି । ତାଙ୍କୁ ଶେଷ ଥର ପାଇଁ ଆନନ୍ଦ ଏଲ ରାୟଙ୍କ ଫିଲ୍ମ 'ଜିରୋ'ରେ (Zero) ଦେଖିବାକୁ ମିଳିଥିଲା। 

Also Read: Pathaan: ‘The Kapil Sharma Showରେ ନୁହେଁ, ସିଧା ହଲରେ ଭେଟିବି’

Also Read: Ollywood Celebrity Controversy: ପାରିବାରିକ ଝଗଡ଼ାକୁ ନେଇ ଚର୍ଚ୍ଚାରେ ଓଲିଉଡର ଏହି ସବୁ ଷ୍ଟାର୍