Jacqueline Fernandes: ଯଦି ଏମିତି ହୁଏ, ଫିଲ୍ମ ଲାଇନ୍ ଛାଡିଦେବେ ଜ୍ୟାକଲିନ୍ !
Advertisement
Article Detail0/zeeodisha/odisha1455580

Jacqueline Fernandes: ଯଦି ଏମିତି ହୁଏ, ଫିଲ୍ମ ଲାଇନ୍ ଛାଡିଦେବେ ଜ୍ୟାକଲିନ୍ !

Jacqueline Fernandes: ପୁଣି ଚର୍ଚ୍ଚାରେ ସିଂହଳ ସୁନ୍ଦରୀ । ଠକ ସୁକେଶ ଚନ୍ଦ୍ର ଶେଖର ପାଇଁ ୨୦୦ କୋଟି ଠକେଇ ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ । କେତେବେଳେ ଜାମିନ ଆବେଦନର ଶୁଣାଣୀ ପାଇଁ ତ ଆଉ କେତେବେଳେ ଘଟଣାର ଶୁଣାଣୀ ପାଇଁ ଜ୍ୟାକଲିନଙ୍କୁ କୋର୍ଟରେ ହାଜର ହେବାକୁ ପଡୁଛି ।

ସୌଜନ୍ୟ : ସୋସିଆଲ ମିଡିଆ

SJacqueline Fernandes: ପୁଣି ଚର୍ଚ୍ଚାରେ ସିଂହଳ ସୁନ୍ଦରୀ । ଠକ ସୁକେଶ ଚନ୍ଦ୍ର ଶେଖର ପାଇଁ ୨୦୦ କୋଟି ଠକେଇ ମାମଲାରେ ଛନ୍ଦି ହୋଇଛନ୍ତି ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ । କେତେବେଳେ ଜାମିନ ଆବେଦନର ଶୁଣାଣୀ ପାଇଁ ତ ଆଉ କେତେବେଳେ ଘଟଣାର ଶୁଣାଣୀ ପାଇଁ ଜ୍ୟାକଲିନଙ୍କୁ କୋର୍ଟରେ  ହାଜର ହେବାକୁ ପଡୁଛି । ତେବେ, ଯଦି ଜ୍ୟାକଲିନଙ୍କୁ ବାରମ୍ବାର କୋର୍ଟରେ ହାଜର ହେବାକୁ ପଡେ ସେ ନିଜର ବଲିଉଡ୍ କ୍ୟାରିୟର ଠାରୁ ଦୂରେଇ ଯିବେ ବୋଲି ଚର୍ଚ୍ଚା ହେଉଛି । ନିକଟରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ମନି ଲଣ୍ଡରିଂ ମାମଲାରେ ଶୁଣାଣି ହୋଇଥିଲା। କିନ୍ତୁ  ଜ୍ୟାକଲିନଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ କୌଣସି ରାୟ ପ୍ରକାଶ ପାଇ ନ ଥିଲା । ତେଣୁ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୨ ରେ ହେବ।

ଜାମିନରେ କଣ ଶୁଣାଣୀ ହେବ: 
ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଜାମିନ ଅବଧି ନିଷ୍ପତ୍ତି ୧୮ ଦିନ ପରେ ହେବ। ଠକ ସୁକେଶ ଚନ୍ଦ୍ରଶେଖରଙ୍କ ନାଁରେ ୨୦୦ କୋଟି ଟଙ୍କା ହେରଫେର ମାମଲା ଏବେ ଗିରଫ ହୋଇ ଜେଲରେ ରହିଛି । ଗତ ମାସ, ଅକ୍ଟୋବର ୨୨ରେ ଏହି ସ୍କାମରେ ଜ୍ୟାକଲିନଙ୍କ ସମ୍ପୃକ୍ତି ଥିବା ନେଇ ଦିଲ୍ଲୀ ପଟିଆଲା କୋର୍ଟରେ ଶୁଣାଣୀ ହୋଇଥିଲା । ଏହି ମାମଲାରେ ଜ୍ୟାକଲିନଙ୍କୁ କୋର୍ଟ ତରଫରୁ ଆଶ୍ୱସ୍ତି ମିଳିଥିଲା। କାହିଁକିନା ଇଡି (Enforcement Directorate) ତରଫରୁ ସମ୍ପୂର୍ଣ୍ଣ ଦସ୍ତାବିଜ କୋର୍ଟରେ ଦାଖଲ କରାଯାଇପାରି ନ ଥିଲା । ଫଳରେ କୋର୍ଟ ଜ୍ୟାକଲିନଙ୍କୁ ମିଳିଥିବା ଅନ୍ତରୀଣ ଜାମିନ ଅବଧିକୁ ନଭେମ୍ବର ୧୦ ଯାଏଁ ବୃଦ୍ଧି କରିଥିଲା। ମନି ଲଣ୍ଡରିଂ ମାମଲାରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କ ଥିବା ନେଇ ଜ୍ୟାକଲିନ୍ ଙ୍କୁ ଇଡି ସମନ କରିଥିଲା। 

ଜ୍ୟାକଲିନଙ୍କ ବିରୋଧରେ ଅଗଷ୍ଟ ୧୭ରେ ଇଡି ତରଫରୁ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଯେଉଁଥିରେ ଜ୍ୟାକଲିନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜ୍ୟାକଲିନଙ୍କ ସମ୍ପର୍କ ରହିଛି । ଏନେଇ ଜ୍ୟାକଲିନଙ୍କୁ ଦାମୀ ଉପହାର ଦେଉଥିଲା ଠକ ସୁକେଶ । ସୁକେଶ କେବେଳ ଜ୍ୟାକଲିନଙ୍କୁ ନୁହେଁ, ତାଙ୍କ ମ୍ୟାନେଜର ପ୍ରଶାନ୍ତକୁ ମଧ୍ୟ ଅନେକ ଦାମୀ ଗିଫ୍ଟ ଦେଇଥିଲା । ଇଓଡବ୍ଲୁ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କ ମ୍ୟାନେଜର ପ୍ରଶାନ୍ତଙ୍କ ଠାରୁ ଏକ ବାଇକ୍ ଜବତ କରିଥିଲେ। ଏହି ବାଇକ୍ ର ମୂଲ୍ୟ ୮ ଲକ୍ଷ ଟଙ୍କା ହେବ । 

ଏହାବି ପଢନ୍ତୁ : Kamal Haasan Health Update: ବିଗିଡିଲା କମଲ ହାସନଙ୍କ ସ୍ବାସ୍ଥ୍ୟବସ୍ଥା, ଜାଣନ୍ତୁ କେଉଁ ରୋଗରେ ଅଛନ୍ତି ପୀଡିତ ?

କେମିତି ମିଳିଲା ଜ୍ୟାକଲିନଙ୍କୁ ଜାମିନ୍ :
ସ୍ପେଶାଲ ଜଜ୍ ସୌଳେନ୍ଦ୍ର ମଲ୍ଲିକ୍ (Special Judge Shailendra Malik) ଯିଏ ଅଭିନେତ୍ରୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଇଡି ଦ୍ୱାରା ଉପସ୍ଥାପିତ ଯୁକ୍ତି ଶୁଣିବା ପରେ ବିଚାରପତି ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଣ୍ଡ ଆଧାରରେ ଜାମିନ ପ୍ରଦାନ କରିଥିଲେ। ଗତ ଶୁଣାଣିରେ କୋର୍ଟରେ ଯୁକ୍ତି କରାଯାଇଥିଲା ଯେ ଜ୍ୟାକଲିନ ସହଜରେ ବିଦେଶକୁ ପଳାଇ ପାରିବେ କାରଣ ତାଙ୍କ ପାଖରେ କୌଣସି ପ୍ରକାରର ଅର୍ଥ ଅଭାବ ନାହିଁ।

ଜ୍ୟାକଲିନଙ୍କ ଗିରଫଦାରୀ ଉପରେ ପ୍ରଶ୍ନ କରାଯାଇଥିଲା :
ବିଦେଶ ଛାଡି ପଳାଇବା ଆବେଦନ ଉପରେ କୋର୍ଟ କହିଛନ୍ତି। ଯେତେବେଳେ ଏଲୋସି (LOC) ଜାରି କରାଯାଇଥିଲା ସେତେବେଳେ ତାଙ୍କୁ କାହିଁକି ଗିରଫ କରାଯାଇନଥିଲା । ଏହି ମାମଲା ସହ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲରେ ରହିଛନ୍ତି । ଅନ୍ୟପକ୍ଷରେ ଜ୍ୟାକଲିନ ଜାମିନ ଆବେଦନ ସମୟରେ କହିଛନ୍ତି ଯେ ତଦନ୍ତ ଶେଷ ହୋଇଥିବାରୁ ଚାର୍ଜସିଟ ଦାଖଲ କରାଯାଇଥିବାରୁ ତାଙ୍କୁ ଗିରଫ କରାଯିବା ଉଚିତ ନୁହେଁ।