Phone Bhoot Film : ହରର କମେଡି ମୁଭିରେ ନଜର ଆସିବେ କ୍ୟାଟ୍, ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ୍
Advertisement

Phone Bhoot Film : ହରର କମେଡି ମୁଭିରେ ନଜର ଆସିବେ କ୍ୟାଟ୍, ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ୍

Phone Bhoot Film : ଆଗକୁ ଆସୁଛି କ୍ଯାଟ୍ରିନା କୈଫଙ୍କ ଫିଲ୍ମ 'ଫୋନ୍ ଭୂତ'(Phone Bhoot)। ଏହି ଫିଲ୍ମର କ୍ୟାଟ୍ ଙ୍କ ସହ ସିଦ୍ଧାର୍ଥ ଚତୁବେର୍ଦ୍ଦି ଓ ଇଶାନ ଖଟ୍ଟର ନଜର ଆସିବେ।

Phone Bhoot Film : ହରର କମେଡି ମୁଭିରେ ନଜର ଆସିବେ କ୍ୟାଟ୍, ଜାଣନ୍ତୁ ଫିଲ୍ମର ରିଲିଜ୍ ଡେଟ୍

Phone Bhoot Film : ଆଗକୁ ଆସୁଛି କ୍ଯାଟ୍ରିନା କୈଫଙ୍କ ଫିଲ୍ମ 'ଫୋନ୍ ଭୂତ'(Phone Bhoot)। ଏହି ଫିଲ୍ମର କ୍ୟାଟ୍ ଙ୍କ ସହ ସିଦ୍ଧାର୍ଥ ଚତୁବେର୍ଦ୍ଦି ଓ ଇଶାନ ଖଟ୍ଟର ନଜର ଆସିବେ। ଏବେ ଫିଲ୍ମର ଆଉ ଏକ ପୋଷ୍ଟର ସାମ୍ନାକୁ ଆସିଛି।  ଯେଉଁଥିରେ କ୍ୟାଟ୍ରିନା କୈଫଙ୍କୁ ଏକ ନିଆରା ଅନ୍ଦାଜରେ ଦେଖିବାକୁ ମିଳିଛି । ସେହି ପୋଷ୍ଟରରେ ଇଶାନ ଓ ସିଦ୍ଧାର୍ଥ ଚତୁବେର୍ଦ୍ଦିଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମର ପୋଷ୍ଟରରେ ତିନି ଜଣ ଏକା ରଙ୍ଗର ଡ୍ରେସ ପିନ୍ଧିଥିବା ଦେଖିବାକୁ ମିଳିଛି । ତେବେ, ଫିଲ୍ମର ଟ୍ରେଲର ୧୦ ତାରିଖରେ ରିଲିଜ ହେବ ବୋଲି ଚର୍ଚ୍ଚା ହେଉଛି।  କିନ୍ତୁ କ୍ୟାଟ୍ରିନା ନିଜ ଇନଷ୍ଟାରେ ଫିଲ୍ମର କିଛି ଝଲକ ସେୟାର କରିଛନ୍ତି । ଚଳିତ ବର୍ଷ ଭୁଲଭୁଲେୟା ୨ ପରେ ଏହା ଦ୍ବିତୀୟ ହରର ମୁଭି । ଯାହାକୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ଫିଲ୍ମଟ ପୁରା ଟିମ୍ । ଫିଲ୍ମଟି ଚଳିତ ବର୍ଷ ନଭେମ୍ବର ୪ରେ ପ୍ରେକ୍ଷାଳୟକୁ ଆସିବ । ଗୁରୁମିତ ସିଂଙ୍କ  ଫିଲ୍ମର ନିର୍ଦ୍ଦେଶକ ଥିବା ବେଳେ ଫିଲ୍ମଟିକୁ ରବି ଶଙ୍କରନ୍ ଏବଂ ଜସବିନ୍ଦର ସିଂ ବାଥ ଲେଖିଛନ୍ତି ।

 

ଯଦି କ୍ୟାଟ୍ରିନାଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, କ୍ୟାଟ୍ରିନାଙ୍କ ହାତରେ ଏବେ ଅନେକ ବଡ ପ୍ରୋଜେକ୍ଟ ରହିଛି ।  କମେଡି ଫିଲ୍ମ 'ଫୋନ୍ ଭୂତ' ବ୍ୟତିତ ସେ 'ମେରୀ ଖ୍ରୀଷ୍ଟମାସ'ରେ ମଧ୍ୟ ଦେଖିବାକୁ ମିଳିବେ।  ଯେଉଁଥିରେ ସେ  ବିଜୟ ସେତୁପତିଙ୍କ ସହ ନଜର ଆସିବେ। ଏହାସହ ସଲମାନ ଖାନଙ୍କ ସହ 'ଟାଇଗର ୩' ଫିଲ୍ମରେ ସେ ଅଭିନୟ କରିଛନ୍ତି । ଯାହା ଆସନ୍ତାବର୍ଷ ଏପ୍ରିଲ ୨୩ରେ ପରଦାକୁ ଆସିବ ।ଗତ କିଛି ଦିନ ତଳେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍(Katrina Kaif)ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, କ୍ୟାଟ୍ରିନା କିଛି ସ୍କୁଲ ପିଲାଙ୍କ ସହ ଦମଦାର ଡ୍ୟାନ୍ସ କରୁଥିଲେ । ମଲମ୍ ଫିତା ଗୀତରେ ଠୁମକା ଲଗାଉଥିଲେ କ୍ୟାଟ୍ । ଏହି ଭିଡିଓଟିକୁ ମଧ୍ୟ ତାଙ୍କର କିଛି ଫ୍ୟାନ୍ସ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏହାବି ପଢନ୍ତୁ : Comedian Parag Kansara Death News : ପରଲୋକରେ ପରାଗ କଂସାରା, ଶୋକରେ ବୁଡିଲା ବଲିଉଡ୍

 

 
 
 
 

 
 
 
 
 
 
 
 
 
 
 

A post shared by Katrina Kaif (@katrinakaif)

ତେବେ ଏ ଭିଡିଓରେ ଫ୍ୟାନ୍ସଙ୍କ ଢେର ସାରା କମେଣ୍ଟସ ମଧ୍ୟ ଆସିଥିଲା।ଯେଉଁଥିରେ ଜଣେ ପ୍ରଂଶସକ ଲେଖିଛନ୍ତି ଯେ, " କ୍ୟାଟ୍ରିନା ତମେ ବହୁତ ସୁନ୍ଦର " । ସେହିପରି ଆଉ ଜଣେ ତାଙ୍କ କମେଣ୍ଟରେ ଲେଖିଛନ୍ତି ଯେ, କ୍ୟାଟ୍ରିନା ଆଇ ଲଭ ୟୁ ଲଟ୍ "। ଅନ୍ୟ ଜଣେ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଦ ମୋଷ୍ଟ ଆଡୋରେବୁଲ ହ୍ୟୁମାନବିଙ୍ଗ " । ସେହିପରି ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, କ୍ୟାଟ୍ରିନା ସ୍କୁଲ ଅନ୍ୟ ସଦସ୍ୟଙ୍କ ସହ ଗୀତ Jolly O Gymkhanaରେ ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା। ସୂଚନା ଅନୁସାରେ ନିକଟରେ କ୍ୟାଟ୍ରିନା ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାମିଲନାଡୁ ଯାଇଥିଲେ। ଯେଉଁଠି ସେ ସ୍କୁଲ ପିଲାଙ୍କ ସହ ମନଭରି ଡ୍ୟାନ୍ସ କରିଥିଲେ । ଗତ ବର୍ଷ ୯ ଡିସେମ୍ବରରେ ବଏଫ୍ରେଣ୍ତ ଭିକି କୈଶଲଙ୍କୁ ବିବାହ କରିଥିଲେ କ୍ୟାଟ୍ ।