Odisha News: ମାଡ଼ ମାରି ବିଦା ହେଲେ ୪ ଡାକ୍ତର, ଜଣଙ୍କୁ ହଷ୍ଟେଲ ମନା
Advertisement
Article Detail0/zeeodisha/odisha2580206

Odisha News: ମାଡ଼ ମାରି ବିଦା ହେଲେ ୪ ଡାକ୍ତର, ଜଣଙ୍କୁ ହଷ୍ଟେଲ ମନା

ଭୁବନେଶ୍ୱର: ଜଣେ ପିଜି ଡାକ୍ତରଙ୍କୁ ମାଡ଼ ମାରିବା ତଥା ଶିଶୁ ବିଭାଗ ମୁଖ୍ୟଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ୪ ଜଣ ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳ ଓ ଚିକିତ୍ସାଳୟର କର୍ତ୍ତୃପକ୍ଷ। ଏହା ସହିତ ଆଉ ଜଣେ ପିଜି ଡାକ୍ତରଙ୍କୁ ହଷ୍ଟେଲରୁ ୬ ମାସ ପାଇଁ ବାରଣ କରାଯାଇଛି। ତେବେ ଚାକି

Odisha News: ମାଡ଼ ମାରି ବିଦା ହେଲେ ୪ ଡାକ୍ତର, ଜଣଙ୍କୁ ହଷ୍ଟେଲ ମନା

Odisha News: ଭୁବନେଶ୍ୱର: ଜଣେ ପିଜି ଡାକ୍ତରଙ୍କୁ ମାଡ଼ ମାରିବା ତଥା ଶିଶୁ ବିଭାଗ ମୁଖ୍ୟଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ୪ ଜଣ ଡାକ୍ତରଙ୍କୁ ବହିଷ୍କାର କରିଛନ୍ତି ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳ ଓ ଚିକିତ୍ସାଳୟର କର୍ତ୍ତୃପକ୍ଷ। ଏହା ସହିତ ଆଉ ଜଣେ ପିଜି ଡାକ୍ତରଙ୍କୁ ହଷ୍ଟେଲରୁ ୬ ମାସ ପାଇଁ ବାରଣ କରାଯାଇଛି। ତେବେ ଚାକିରି ହରାଇଥିବା ୪ ଡାକ୍ତର ହେଉଛନ୍ତି ଅସ୍ଥିଶଲ୍ୟ ବିଭାଗର ସହକାରୀ ପ୍ରାଧ୍ୟାପକ ଡାକ୍ତର ପୁରୁଷୋତ୍ତମ ସ୍ୱାଇଁ, ସିନିୟର ରେସିଡେଣ୍ଟ ଡାକ୍ତର ଆରିଆନ କୁମାର ମହାନ୍ତି, ଡାକ୍ତର ଚିନ୍ମୟ ପ୍ରଧାନ ଓ ଶଲ୍ୟ ଚିକିତ୍ସା ବିଭାଗର ଡାକ୍ତର ଯଶୋବନ୍ତ ବିରା। ସେହିପରି ଡାକ୍ତର ପ୍ରିୟଜିତ ସାହୁଙ୍କୁ ୬ ମାସ ପାଇଁ ହଷ୍ଟେଲ ବାରଣ କରାଯାଇଛି। ଏପରିକି ୨ ଦିନ ମଧ୍ୟରେ ସମସ୍ତ ଡାକ୍ତରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ତ୍ତୃପକ୍ଷ। 

ମିଳିଥିବା ସୂଚନା ଅନୁଯାୟୀ ଗତ ୨୦ ତାରିଖରେ ଶିଶୁ ବିଭାଗର ପିଜି ଦ୍ୱିତୀୟ ବର୍ଷର ଡାକ୍ତର ଭି ରଜନୀକାନ୍ତଙ୍କୁ ପିଜି ହଷ୍ଟେଲ ୩କୁ ଡାକି ଉପରୋକ୍ତ ଡାକ୍ତରମାନେ ମାଡ ମାରିଥିଲେ। ଏହାର କିଛି ଦିନ ପରେ କୌଣସି କାରଣକୁ ନେଇ କ୍ୟାଣ୍ଟିନରେ ମଧ୍ୟ ରଜନୀକାନ୍ତଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଯଦିଓ ପାଟିତୁଣ୍ଡ ଘଟଣାର ଆପୋଷ ସମାଧାନ କରାଯାଇଥିଲା କିନ୍ତୁ ମାଡ ମରା ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ନେଇ ଅଭିଯୋଗ ହୋଇଥିଲା। ଫଳରେ ସମ୍ମାନ ହାନୀ ଅନୁଭବ କରି ରଜନୀକାନ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବା ନେଇ ଜଣାପଡିଛି। 

ଏହି ଘଟଣାସମ୍ପର୍କରେ ଅବଗତ ହେବା ପରେ ଏମକେସିଜି ଉପାଧ୍ୟକ୍ଷ ପ୍ରଫେସର ଡାକ୍ତର ନରେନ୍ଦ୍ର ବେହେରା ବୁଝାସୁଝା କରିବାକୁ ଘଟଣାସ୍ଥଳକୁ ଯାଇଥିବା ବେଳେ ଅଭିଯୁକ୍ତ ଡାକ୍ତରମାନେ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଘଟଣାକୁ ନେଇ ଡାକ୍ତର ରଜନୀକାନ୍ତ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ। ସେପଟେ ଏମକେସିଜି ମେଡିକାଲର ଏକାଡେମିକ କାଉନସିଲ ବୈଠକ ବସି ଆକ୍ରମଣକାରୀ ଓ ଆହତ ଡାକ୍ତରଙ୍କୁ ଡାକି ପୃଥକ ଭାବେ ପଚରାଉଚୁରା କରାଯାଇଥିଲା। ଆକ୍ରମଣକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହି କ୍ରମରେ ଏମକେସିଜି କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ରାଜ୍ୟ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ଜଣାଇଥିଲେ। ଡିଏମଇଟି ନିର୍ଦ୍ଦେଶ ଆସିବା ପରେ ଏମକେସିଜି କର୍ତ୍ତୃପକ୍ଷ ଆଜି ଅଭିଯୁକ୍ତ ଡାକ୍ତରଙ୍କ ବିରୋଧରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।