Advertisement
Article Detail0/zeeodisha/odisha2580400

Subhadra Yojana: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ

Subhadra Yojana: ଆମେ ସମୟ ଏଥିପାଇଁ ନେଉଛୁ କି ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ। ଯେମିତି କେହି ବଞ୍ଚିତ ନ ହୁଅନ୍ତି ତାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। 

Subhadra Yojana: ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ

Subhadra Yojana: ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ହିତାଧିକାରୀଙ୍କୁ ଦେଇଛନ୍ତି ବଡ଼ ଅପଡେଟ। ୨୦୨୫ ମସିହାରେ ତିନି ଥର ସୁଭଦ୍ରା ରାଶି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା ଘୋଷଣା କରିଛନ୍ତି। 

 

Add Zee News as a Preferred Source

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି କି ୨୦୨୫ ବର୍ଷ ହେବ ସୁଭଦ୍ରା ଯୋଜନାର ବର୍ଷ। ଆସନ୍ତା ବର୍ଷ ତିନୋଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଦିଆଯିବ। ଜାନୁଆରୀ ମାସରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ସେହିପରି ମାର୍ଚ୍ଚ ୮ ତାରିଖରେ ଏକସଙ୍ଗେ ଦ୍ୱିତୀୟ କିସ୍ତିର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ରାଖୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି। 

 

ସେହିପରି ଜାନୁଆରୀ ପ୍ରଥମ ସପ୍ତାହରେ ପୂରା ସର୍ଭେ ସରିବ।  ଆଜି ଫିଲ୍ଡ ରିପୋର୍ଟ ଆସିବା ପରେ ତାହା ଅନୁସାରେ ପଦକ୍ଷେପ ନିଆଯିବ। ଜାନୁଆରୀ ପ୍ରଥମ ସପ୍ତାହରେ ପୁରା ତଥ୍ୟ ସାମ୍ନାକୁ ଆସିବ। କେତେ ଗ୍ରାଉଣ୍ଡ ରିଅଲିଟିରେ ହେଲା ତାହା ମଧ୍ୟ ସ୍ପଷ୍ଟ ହେବ।  ଆମେ ସମୟ ଏଥିପାଇଁ ନେଉଛୁ କି ସମସ୍ତଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା ପାଇଁ। ଯେମିତି କେହି ବଞ୍ଚିତ ନ ହୁଅନ୍ତି ତାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। 

About the Author