Kriti Sanon Prabhas Engagement: ଫିଲ୍ମ ଅନ୍ଦାଜରେ କ୍ରିତିଙ୍କୁ ପ୍ରପୋଜ କଲେ ସୁପରଷ୍ଚାର ପ୍ରଭାସ !
Advertisement

Kriti Sanon Prabhas Engagement: ଫିଲ୍ମ ଅନ୍ଦାଜରେ କ୍ରିତିଙ୍କୁ ପ୍ରପୋଜ କଲେ ସୁପରଷ୍ଚାର ପ୍ରଭାସ !

Kriti Sanon Prabhas Engagement: ସାଉଥ ସୁପରଷ୍ଚାର ପ୍ରଭାସ ଓ କ୍ରିତି ସାନନ ପରପ୍ପରକୁ ଡେଟ କରୁଛନ୍ତି । ଆଉ ଏହି ଲବବାର୍ଡଙ୍କ ସମ୍ପର୍କକୁ ନେଇ ନିକଟରେ ଏକ ବଡ ଖୁଲାସା କରିଥିଲେ ବରୁଣ ଧଓ୍ବାନ । ତେବେ, ଉଭୟଙ୍କୁ ନେଇ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ।

Kriti Sanon Prabhas Engagement: ଫିଲ୍ମ ଅନ୍ଦାଜରେ କ୍ରିତିଙ୍କୁ ପ୍ରପୋଜ କଲେ ସୁପରଷ୍ଚାର ପ୍ରଭାସ !

Kriti Sanon Prabhas Engagement: ସାଉଥ ସୁପରଷ୍ଚାର ପ୍ରଭାସ ଓ କ୍ରିତି ସାନନ ପରପ୍ପରକୁ ଡେଟ କରୁଛନ୍ତି । ଆଉ ଏହି ଲବବାର୍ଡଙ୍କ ସମ୍ପର୍କକୁ ନେଇ ନିକଟରେ ଏକ ବଡ ଖୁଲାସା କରିଥିଲେ ବରୁଣ ଧଓ୍ବାନ । ତେବେ, ଉଭୟଙ୍କୁ ନେଇ  ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ଖୁସି କରି ଦେଇଛି । ତାଜା ଅପଡେଟ ଅନୁସାରେ, ପ୍ରଭାସ ଓ କ୍ରିତି ଖୁବଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତେବେ ,ଏହି ବିବାହ କେବେ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ । 

'ଆଦିପୁରୁଷ' ସେଟରେ କ୍ରିତିଙ୍କୁ ପ୍ରପୋଜ କରିଥିଲେ ପ୍ରଭାସ : 

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଭାସ କ୍ରିତି ସାନନଙ୍କୁ 'ଆଦିପୁରୁଷ' ସେଟରେ ପ୍ରଥମେ ପ୍ରପୋଜ କରିଥିଲେ। ଆଉ ବାହୁବଳୀଙ୍କ ଏହି ପ୍ରପୋଜରେ ହଁ ମାରିଥିଲେ ଅଭିନେତ୍ରୀ । ତେବେ, ପ୍ରଭାସ ଏବଂ କ୍ରିତିଙ୍କ ପରିବାର ସେମାନଙ୍କ ସମ୍ପର୍କକୁ ନେଇ ବହୁତ ଖୁସି ଅଛନ୍ତି। କ୍ରିତି ଏବଂ ପ୍ରଭାସ ସେମାନଙ୍କ ସମ୍ପର୍କକୁ ଆହୁରି ଆଗକୁ ନେବାକୁ ଚାହୁଁଛନ୍ତି। 'ଆଦିପୁରୁଷ' ଫିଲ୍ମ ରିଲିଜ୍ ହେବା ପରେ ପ୍ରଭାସ ଏବଂ କ୍ରିତି ସାନନ୍ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚା ହେଉଛି। 

 

କଫି ଉଇଥ୍ କରନ୍ ଶୋ'ରେ ପ୍ରଥମେ ସାମ୍ନାକୁ ଆସିଥିଲା ଏହି ଖବର :

କଫି ଉଇଥ୍ କରନ୍ ଶୋ'ରୁ  କ୍ରିତି ସାନନ୍ ଏବଂ ପ୍ରଭାସଙ୍କ ଡେଟିଂ ଖବର ପ୍ରଥମେ ସାମ୍ନାକୁ ଆସିଥିଲା। ଏହା ବ୍ୟତୀତ କ୍ରିତି ସାନନ୍ ଏକ ଟିଭି ସାକ୍ଷାତକାରରେ କହିଥିଲେ ଯେ, ସେ ପ୍ରଭାସଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ପ୍ରଭାସ ଏବଂ କ୍ରିତି ସାନନ୍ ଆନୁଷ୍ଠାନିକ ଭାବରେ ସେମାନଙ୍କ ସମ୍ପର୍କ ନେଇ କୌଣସି ଘୋଷଣା କରିନାହାଁନ୍ତି। କ୍ରିତି ସାନନ୍ ଏବଂ ପ୍ରଭାସଙ୍କ ପ୍ରଥମ ସାକ୍ଷାତ 'ଆଦିପୁରଷ' ସେଟରୁ ଆରମ୍ଭ ହୋଇଥିଲା। ତେବେ , ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'।  ଏହି ଫିଲ୍ମର ଟିଜର ରିଲିଜ୍ ହେବା ପରେ ଫିଲ୍ମକୁ କାଫି ଟ୍ରୋଲ କରାଯାଇଥିଲା। ଫିଲ୍ମରେ ବ୍ୟବହାର ହୋଇଥିବା ଭିଏଫଏକ୍ସକୁ କାଫି ଟ୍ରୋଲ କରି ଥିଲେ ୟୁଜର୍ସ । କେହି କେହି ମଧ୍ୟ ଫିଲ୍ମ ଟିଜରକୁ କାଟୁନ ନେଟଓ୍ବାର୍କ ସହ ତୁଳନା କରିଥିଲେ । 'ଆଦିପୁରୁଷ' ଫିଲ୍ମଟି ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ମସିହା, ଜୁନ୍ ମାସରେ ମୁକ୍ତିଲାଭ କରିବ ବୋଲି ଜଣାପଡିଛି। ତେବେ, ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ।  

ଏହାବି ପଢନ୍ତୁ : The Kashmir Files: 'ଦି କାଶ୍ମୀର ଫାଇଲ୍ସ' କୁ ନେଇ ବିବାଦୀୟ ବୟାନ ଦେଲେ ଇସ୍ରାଏଲ ଫିଲ୍ମ ନିର୍ମାତା, ବିବେକ ଅଗ୍ନିହୋତ୍ରୀ ଦେଲେ ଏଭଳି କଡା ଜବାବ୍

ଏହାବି ପଢନ୍ତୁ : Urfi Javed: ନିଜ ପୋଷାକର ମଜାକ୍ ଉଡାଇଲେ ଉର୍ଫି, କହିଲେ କିଛି ଏମିତି, ଯାହା ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ଏହାବି ପଢନ୍ତୁ : Sidharth Malhotra Kiara Advani Wedding Update: ଫ୍ୟାନ୍ସଙ୍କୁ ବଡ ଝଟକା, କାହିଁକି ଭାଙ୍ଗିଲା ସିଦ୍ଧାର୍ଥ-କିଆରାଙ୍କ ବିବାହ !