Raveena Tandon: 'ମୋତିଆବିନ୍ଦୁ ଅପରେସନ କର,ପାଣ୍ଠିର ବ୍ୟବସ୍ଥା କରାଯିବ'
Advertisement
Article Detail0/zeeodisha/odisha1540442

Raveena Tandon: 'ମୋତିଆବିନ୍ଦୁ ଅପରେସନ କର,ପାଣ୍ଠିର ବ୍ୟବସ୍ଥା କରାଯିବ'

Raveena Tandon on Twinkle Khanna: ବଲିଉଡର ୯୦ ଦଶକର ଅଭିନେତ୍ରୀଙ୍କ କଥା ଯଦି ଆସେ । ତେବେ ରବିନା ଟଣ୍ତନ ଓ ଟ୍ବିଙ୍କଲ ଖାନ୍ନାଙ୍କ ନାଁ ମଧ୍ୟ ମଧ୍ୟ ଆଗକୁ ଆସିଥାଏ । ସେହି ସମୟର ଏହି ଦୁଇ ଅଭିନେତ୍ରୀ ବହୁ ସିନେମାରେ ଅଭିନୟ କରି ନାଁ କମାଇଛନ୍ତ । ଅଧିକାଂଶ ଦର୍ଶକ ଓ ପ୍ରଶଂସକ ମାନେ ମଧ୍ୟ ଦୁଇଜଣଙ୍କୁ ନେଇ ଦ୍ବନ୍ଦରେ ପଡିଥାନ୍ତି । କେତେକ କୁହନ୍ତି ଯେ, ଉଭୟ ସମାନ ଦେଖାଯାଆନ୍ତି । ନିକଟରେ ଜଣେ ପ୍ରଶଂସକ ରବିନା ଟଣ୍ତନଙ୍କ ସହ ଟ୍ୱିଙ୍କଲ ଖାନ୍ନାଙ୍କ ସହିତ ତୁଳନା କରିଛନ୍ତି

Raveena Tandon: 'ମୋତିଆବିନ୍ଦୁ ଅପରେସନ କର,ପାଣ୍ଠିର ବ୍ୟବସ୍ଥା କରାଯିବ'

Raveena Tandon on Twinkle Khanna: ବଲିଉଡର ୯୦ ଦଶକର ଅଭିନେତ୍ରୀଙ୍କ କଥା ଯଦି ଆସେ । ତେବେ ରବିନା ଟଣ୍ତନ ଓ ଟ୍ବିଙ୍କଲ ଖାନ୍ନାଙ୍କ ନାଁ ମଧ୍ୟ ମଧ୍ୟ ଆଗକୁ ଆସିଥାଏ । ସେହି ସମୟର ଏହି ଦୁଇ ଅଭିନେତ୍ରୀ ବହୁ ସିନେମାରେ ଅଭିନୟ କରି ନାଁ କମାଇଛନ୍ତ । ଅଧିକାଂଶ ଦର୍ଶକ ଓ ପ୍ରଶଂସକ ମାନେ ମଧ୍ୟ ଦୁଇଜଣଙ୍କୁ ନେଇ ଦ୍ବନ୍ଦରେ ପଡିଥାନ୍ତି । କେତେକ କୁହନ୍ତି ଯେ, ଉଭୟ ସମାନ ଦେଖାଯାଆନ୍ତି । ନିକଟରେ ଜଣେ ପ୍ରଶଂସକ ରବିନା ଟଣ୍ତନଙ୍କ ସହ ଟ୍ୱିଙ୍କଲ ଖାନ୍ନାଙ୍କ ସହିତ ତୁଳନା କରିଛନ୍ତି ।  ଯାହାକୁ ନେଇ ରବିନା ରାଗିବା ସହ ମଜାଢିଆ ଢଙ୍ଗରେ ଉତ୍ତର ମଧ୍ୟ ଦେଇଛନ୍ତି । 

ଟ୍ୱିଙ୍କଲ ଖାନ୍ନାଙ୍କୁ କାହିଁକି ରବିନାଙ୍କ ସହ ତୁଳନା କରାଯାଏ : ଅଭିନେତ୍ରୀ ରବିନା ଟଣ୍ଡନ୍ ତାଙ୍କ ବୋଲ୍ଡ ଅନ୍ଦାଜ ପାଇଁ ସେ ବେଶ୍ ଜଣାଶୁଣା । ଜୀବନରେ ଘଟୁଥିବା ସମସ୍ତ କଥାକୁ ସେ ନିଜ ଫ୍ୟାନ୍ସମାନଙ୍କ ସହ ସେୟାର କରନ୍ତି । ନିକଟରେ ସେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ(Ask Me session on Instagram handle)  ଆସକ ମି ସେସନ ଅନ ଇନଷ୍ଟାଗ୍ରାମ୍ ହ୍ୟାଣ୍ତେଲରେ  ଫ୍ୟାନ୍ସମାନଙ୍କ ସହ ମନଖୋଲି କଥା ହୋଇଥିଲେ । ଏହି ସମୟରେ ଜଣେ ଫ୍ୟାନ୍ସ ତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ ଯେ, ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ,ମୁଁ ରବିନା ଟଣ୍ତନ ଓ ଟ୍ବିଙ୍କଲ ଖାନ୍ନାଙ୍କୁ ନେଇ ବହୁତ ଦ୍ବନ୍ଦରେ ପଡୁଥିଲି । କାହିଁକିନା ଉଭୟଙ୍କ ମୁହଁ ସମାନ ଦେଖାଯାଏ। ଯେଉଁଥିରେ ରେବିନ ଟଣ୍ଡନ୍ ଏକ ମଜାଳିଆ ଢଙ୍ଗରେ ଉତ୍ତର ଦେଇ କହିଥିଲେ ଯେ 'ତୁମେ ମୋତିଆବିନ୍ଦୁ ଅପରେସନ୍ କର, ପାଣ୍ଠିର ବ୍ୟବସ୍ଥା କରାଯିବ।'ରବିନା ଟଣ୍ଡନଙ୍କ ଏହି ଉତ୍ତର ଶୁଣି ଆପଣ ନିଶ୍ଚିତ ହସିବେ । ଏହା ପରେ କେବେବି ଫ୍ୟାନ୍ସ ରବିନାଙ୍କ ସହ ଟ୍ବିଙ୍କଲ ଖାନ୍ନାଙ୍କୁ ତୁଳନା କରିବେ ନାହିଁ । 

Also Read: Shilpa Shetty: Yoga Queenଙ୍କ ଅଜବ ପ୍ରେମ, ବିବାହ ପରେବି ଶାହରୁଖଙ୍କୁ କାହିଁକି ଭୁଲି ପାରୁନାହାଁନ୍ତି ଶିଳ୍ପା ?

'କେଜିଏଫ୍ ୨'ରେ ନଜର ଆସିଥିଲେ ରବିନା: ଗତ ବର୍ଷ ମୁକ୍ତିଲାଭ କରିଥିବା ସାଉଥ ସିନେମାର ବ୍ଲକବଷ୍ଟର ଚଳଚ୍ଚିତ୍ର 'କେଜିଏଫ୍ ଅଧ୍ୟାୟ ୨' (କେଜିଏଫ୍ ୨) ରେ ରବିନା ଟଣ୍ତନ ନଜର ଆସିଥିଲେ । ସାଉଥ ସୁପରଷ୍ଟାର ୟଶଙ୍କ ଏହି ଚଳଚ୍ଚିତ୍ରରେ ରବିନା ଟଣ୍ଡନ ରାମିକା ସେନଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଯେଉଁଥିରେ ସେ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ଏହା ସହିତ ରବିନା ପ୍ରମାଣ କରିଛନ୍ତି ଯେ,ଚେହେରା ଅନ୍ୟ ଅଭିନେତ୍ରୀଙ୍କ ସହ ମେଳ ଖାଇପାରେ କିନ୍ତୁ ଅଭିନୟ ନୁହେଁ ।

କ୍ୟାରିୟର ଆରମ୍ଭ ସମୟରେ ଖିଲାଡ଼ି କୁମାର ଅକ୍ଷୟ ସହିତ ବି ରବିନାଙ୍କ ନାଁ ଯୋଡ଼ା ଯାଇଥିଲା। କିନ୍ତୁ ରବିନା କେବେ ଏହାକୁ ସ୍ବୀକାର କରିନଥିଲେ। ଖିଲାଡି କୁମାର ରବିନାଙ୍କୁ ବିବାହ କରିଥାନ୍ତେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ  ଟ୍ବିଙ୍କଲ ଖାନ୍ନ(Twinkle Khanna)ଙ୍କ ପାଇଁ ତାଙ୍କ ବିବାହ ଭାଙ୍ଗି ଥିଲା ବୋଲି ଚର୍ଚ୍ଚା ହୁଏ । ରବିନା  ୨୦୦୪,ଫେବୃଆରୀ ୨୨ରେ ଅନିଲ ଥଡ଼ାନିଙ୍କୁ ବିବାହ କରିଥିଲେ। ବିବାହ କରିବା ପୂର୍ବରୁ ରବିନା ଦୁଇ ଝିଅଙ୍କୁ ଆପଣେଇ ନେଇଥିଲେ। ଏହି ଦୁଇ ଝିଅ ହେଲେ ପୂଜା ଓ ଛାୟା। ବିବାହ ପରେ ରବିନା ଓ ଅନିଲଙ୍କ ୨ ଦୁଇ ସନ୍ତାନ ଅଛନ୍ତି।