Salman Khan: କାହାକୁ ଡ଼ରୁଛନ୍ତି ଭାଇଜାନ, ମିଳିଲା Y+ ସୁରକ୍ଷା
Advertisement
Article Detail0/zeeodisha/odisha1420105

Salman Khan: କାହାକୁ ଡ଼ରୁଛନ୍ତି ଭାଇଜାନ, ମିଳିଲା Y+ ସୁରକ୍ଷା

Salman Khan: ବଲିଉଡ ଅଭିନେତା ସଲମାନ ଖାନ୍ (Salman Khan) । ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ହେଲେ ଗତ କିଛି ଦିନ ତଳେ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା। ଯାହାକୁ ନେଇ ଆତଙ୍କିତ ହୋଇ ପଡିଥିଲେ ସଲମାନଙ୍କ ପରିବାର।

ସୌଜନ୍ୟ : ସୋସିଆଲ ମିଡିଆ

Salman Khan: ବଲିଉଡ ଅଭିନେତା ସଲମାନ ଖାନ୍ (Salman Khan) । ଦମଦାର ଅଭିନୟ ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ହେଲେ ଗତ କିଛି ଦିନ ତଳେ ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିଥିଲା। ଯାହାକୁ ନେଇ ଆତଙ୍କିତ ହୋଇପଡିଥିଲେ ସଲମାନଙ୍କ ପରିବାର। ଏନେଇ ସଲମାନ ଖାନଙ୍କୁ ଆଜି Y +  ସୁରକ୍ଷା ଯୋଗାଇ ଦିଆଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୁପ୍ତଚର ଭିତ୍ତିରେ ବଲିଉଡ ସୁପରଷ୍ଟାରଙ୍କୁ Y + ସୁରକ୍ଷା ଦିଆଯାଇଛି। ଗତ କିଛିଦିନ ତଳେ ସଲମାନ ଖାନଙ୍କ ପିତା ତଥା ବିଶିଷ୍ଟ ସ୍କ୍ରିନ୍ ରାଇଟର୍ ସଲିମ ଖାନ୍ ସକାଳେ ମର୍ଣ୍ଣିଂ ଓ୍ବାକ ପରେ ବାନ୍ଦ୍ରା ନିକଟରେ ଏକ ବେଞ୍ଚରେ ବସିଥିଲେ । ଏହି ସମୟରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ପାଖକୁ ଆସି ଏକ ଚିଠି ଦେଇଥିଲେ। ଏହି ଚିଠିରେ ସଲିମଙ୍କ ପୁଅ ତଥା ଅଭିନେତାଙ୍କୁ ହତ୍ୟା କରାଯିବାର ଧମକ ଦିଆଯାଇଥିଲା। 

ପରେ,ତାଙ୍କ ସୁରକ୍ଷା କର୍ମୀଙ୍କ ସହାୟତାରେ ସଲିମ ଖାନ ପୋଲିସ ନିକଟକୁ ଯାଇଥିଲେ ଏବଂ ଭାରତୀୟ ଦଣ୍ଡବିଧି ସଂହିତା ଧାରା 506-II (ଅପରାଧିକ ଭୟଭୀତତା) ଅନୁଯାୟୀ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ଅଭିଯୋଗ କରିଥିଲେ। ପରେ ପୋଲିସ ସଲିମ ଖାନ ଏବଂ ସଲମାନ ଖାନଙ୍କ ବୟାନ ରେକର୍ଡ କରାଯାଇଥିଲା। ଅଗଷ୍ଟ ମାସରେ ମୁମ୍ବାଇ ପୋଲିସ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ବନ୍ଧୁକ ଲାଇସେନ୍ସ ପ୍ରଦାନ କରିଥିଲା । ସଲାମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଏହା ପାଇଁ ଆବେଦନ କରିଥିଲା। ସଲମାନ ମଧ୍ୟ ଲରେନ୍ସ ବିଷ୍ଣୁଇ (Lawrence Bishnoi ) ଏବଂ ଗୋଲ୍ଡି ଗ୍ୟାଙ୍ଗ(Goldie Brar gang) ରୁ ମଧ୍ୟ ମୃତ୍ୟୁ ଧମକ ପାଇଥିଲେ।  ପରେ ପୋଲିସ ଅଭିନେତାଙ୍କ ସୁରକ୍ଷାକୁ ଅଧିକ ବଢାଇ ଦେଇଥିଲା।

 ଏହାବି ପଢନ୍ତୁ : Actress Rambha: ସୋସିଆଲ ମିଡିଆରେ ରମ୍ଭା ଦେଲେ ଏଭଳି ଛାତିଥରା ଖବର

ଏହାବି ପଢନ୍ତୁ :Urfi Javed: ପୂର୍ବତନ ପ୍ରେମିକ ବିଷୟରେ ବଡ ଖୁଲାସା କଲେ ଉର୍ଫି, କହିଲେ ସେ ମୋତେ ନେଇ...

ଗତ କିଛି ଦିନ ତଳେ ଦବଙ୍ଗ ଖାନ୍ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ।  ଫଳରେ ସେ ବିଗବସ ଶୋ' ହୋଷ୍ଟ ମଧ୍ୟ କରି ନଥିଲେ । ତାଙ୍କର ସ୍ଥାନ ନେଇଥିଲେ କରନ ଜୋହର । ଏବେ ସଲମାନ ଖାନ୍ ଡେଙ୍ଗୁରୁ ସୁସ୍ଥ ହୋଇଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା କହିଛନ୍ତି ଡାକ୍ତର । ସଲମାନ ସୁସ୍ଥ ହେବା ପରେ ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି। ଯଦି ଆମେ ସଲମାନଙ୍କ କାମର କଥା କହିବା ,ବର୍ତ୍ତମାନ ସଲମାନ ଖାନ୍ ଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି।  କିସିକା ଭାଇ କିସି କି ଜାନ୍ ବ୍ୟତିତ ଟାଇଗର ଜିନ୍ଦା ହେ ଫିଲ୍ମରେ ନଜର ଆସିବେ ସଲମାନ୍ । କେବଳ ସେତିକି ନୁହେଁ, ନୋ ଏଣ୍ଚ୍ରି ମେନ ଏଣ୍ଚ୍ରି , କିକ୍ ୨ରେ ମଧ୍ୟ ତାଙ୍କ ଫିଲ୍ମ ପରଦାକୁ ଆସୁଛି । ଯାହାକୁ ଉତ୍ସାହର ସହକାରେ ଅପେକ୍ଷା କରିଛନ୍ତି ଦର୍ଶକ ।