Puri News: ଅକ୍ଷୟ ତୃତୀୟା ଠାରୁ ରଥକାମ ଆରମ୍ଭ ହୋଇଛି । ତିନି ରଥ ନିର୍ମାଣରେ ଲାଗିପଡିଛନ୍ତି ମହାରଣା ସେବକ । ତେବେ, କିଭଳି ଭାବେ ରଥ ନିର୍ମାଣ କାମ ଚାଲିଛି । ଦେଖନ୍ତୁ ଏହି ମନଲୋଭା ଫଟୋ...
1/10ଅକ୍ଷୟ ତୃତୀୟା ଠାରୁ ରଥକାମ ଆରମ୍ଭ ହୋଇଛି ।
2/10ରଥଖଳାରେ ରଥ ନିର୍ମାଣ କାମ ଜାରି ରହିଛି । ଏନେଇ ଚଳଚଞ୍ଚଳ ରଥଖଳା ।
3/10ରଥଖଳା ଠାରେ ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଦୋଳବେଦୀ ଅସ୍ଥାୟୀ କମାର ଶାଳ ଠାରେ ଅର କଣ୍ଟା, ତୁମ୍ବର ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ ଜାରି ରଖିଛନ୍ତି ।
4/10ଏଥି ସହ ଆଜି ତିନି ରଥର ୫ଟି ଲେଖାଏଁ ଚକ ନିର୍ମାଣ ମଧ୍ୟ ଶେଷ ହେବାକୁ ଯାଉଅଛି ।
5/10ଚଳିତ ମାସ ୨୯ ତାରିଖ ଦିନ ପବିତ୍ର ଭଉଁରୀ ତିଥିରେ ଚକ ସହିତ ଅଖ ସଂଯୋଗ ହେବ।
6/10ଏଥି ପାଇଁ ତିନି ରଥର ଗୋଟିଏ ଲେଖାଏଁ ନାହାକା ଅଖର ଅନୁକୂଳ ପୂଜା ସମ୍ପନ୍ନ ହେବା ସହ ଅଖର ଉଭୟ ପାର୍ଶ୍ଵ ଗୋଲେଇ କାର୍ଯ୍ୟ ଶେଷ ହୋଇଛି ।
7/10ସେପଟେ, ରବିବାର ବାହାର ଚନ୍ଦନ ଯାତ୍ରାର ସପ୍ତଦଶ ଦିବସ ଥିଲା ।
8/10ଏ ଅବସରରେ ନରେନ୍ଦ୍ର ପୁଷ୍କରିଣୀ ଓ ଚନ୍ଦନ ମଣ୍ଡପଠାରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଛି।
9/10ତେବେ, ମହାପ୍ରଭୁଙ୍କ ଏହି ନୀତିକାନ୍ତି ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗିଥିଲା।
10/10ଭକ୍ତିମୟ ହୋଇପଡି଼ଥିଲା ପୂରା ପରିବେଶ।