)
Shahrukh khan on aryan khan: ସାଧାରଣତଃ ବଲିଉଡ଼ ଇଣ୍ତଷ୍ଟ୍ରିରେ (Bollywood Industry) ଦେଖିବାକୁ ମିଳିଥାଏ ଯେ, ହିଟ୍ ଅଭିନତା ବା ଅଭିନେତ୍ରୀଙ୍କ ଝିଅ ବା ପୁଅ ମଧ୍ଯ ଇଣ୍ତଷ୍ଟ୍ରିରେ ପାଦ ଦେଇଥାଆନ୍ତି । ତେବେ ଏମିତି ଅନେକ ଉଦାହରଣ ଆପଣଙ୍କୁ ବଲିଉଡ଼ ଇଣ୍ତଷ୍ଟ୍ରିରେ (Bollywood) ଦେଖିବାକୁ ମିଳିବ । ବଲିଉଡ଼ର ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାଁଙ୍କୁ (shah rukh khan Son aryan khan) ବଡ଼ ପରଦାରେ ଦେଖିବା ଲାଗି ଫ୍ୟାନ୍ସ ଦୀର୍ଘ ଦିନରୁ ଅପେକ୍ଷା କରିଛନ୍ତି। ତେବେ ପୁଅ ଆର୍ଯ୍ୟନ୍ ଖାନଙ୍କୁ (Aryan khan) ନେଇ ଏକ ଖୁଲାସା କରିଥିଲେ ବାପା ଶାହାରୁଖ ଖାନ (Shah rukh khan) । ଏହି କଥାର ଖୁଲାସା କରି ଶାହାରୁଖ (shah rukh khan) କହିଛନ୍ତି ଯେ, ମୋ ପୁଅ କେବେ ଅଭିନେତା ହୋଇପାରିବ ନାହିଁ ।
ସୂଚନାଥାଉ କି, ଏକ ପୁରୁଣା ସାକ୍ଷାତକାରରେ କିଙ୍ଗ ଖାନ ପୁଅ ଆର୍ଯ୍ୟନ୍ ଖାଁକୁ (Aryan khan) ନେଇ ଏହି ଖୁଲାସା କରିଥିଲେ । ତେବେ ଏହି ଭିଡ଼ିଓରେ ପୁଅ ଆର୍ଯ୍ୟନକୁ (Aryan khan) ନେଇ ଶାହାରୁଖ କହିଥିଲେ କି, - 'ମୋ ପୁଅ ଆର୍ଯ୍ୟନ୍ ଅଭିନେତା (Actor) ହେବାକୁ ଚାହାଁନ୍ତି ନାହିଁ ଓ ମେତେ ବି ଲାଗୁନି ସେ ଜଣେ ଅଭିନେତା ହୋଇପାରିବେ।
ପ୍ରାୟତଃ ଆମ ଦେଶରେ ଆପଣ ଦେଖିଥିବେ ଯଦି ପିତା ଜଣେ ଚଳଚ୍ଚିତ୍ର ତାରକା ଅଟନ୍ତି ତେବେ ପୁଅ ମଧ୍ୟ ଷ୍ଟାର ହୋଇଯାଆନ୍ତି । ସେ ଭଲ ଦେଖିବାକୁ ଓ ଟେଙ୍ଗା ମଧ୍ୟ । କିନ୍ତୁ ସେ ନିଜେ ଅନୁଭବ କଲେ ଯେ ସେ ଜଣେ ଅଭିନେତା ହୋଇପାରିବେ ନାହିଁ । କିନ୍ତୁ ହଁ ସେ ଜଣେ ଭଲ ଲେଖକ ।
ତେବେ ଅନେକ ସମୟରେ ଆର୍ଯ୍ୟନ୍ ଖାଁକୁ (Aryan khan) ଲୋକେ ଶାହାରୁଖ ଖାନଙ୍କ ଜେରକ୍ସ କପି (xerox copy) ବୋଲି କହିଥାଆନ୍ତି । ଆର୍ଯ୍ୟନ୍ ଦେଖିବାକୁ ବହୁତ ଷ୍ଟାଇଲିସ୍ ଓ ହାଣ୍ତସମ ମଧ୍ଯ । ତେବେ ଜୁନିୟର ଖାନଙ୍କୁ ପ୍ରାୟତଃ ପାର୍ଟି ଓ ଇଭେଣ୍ଟରେ ସ୍ପଷ୍ଟ କରାଯାଇଥାଏ । ତେବେ ବଡ଼ ପରଦାରେ ଆର୍ଯ୍ୟନଙ୍କ ଡ଼େବ୍ୟୁକୁ ନେଇ ଫ୍ୟାନ୍ସ ଏବେ ମଧ୍ଯ ଅପେକ୍ଷା କରିଛନ୍ତି । ପ୍ରକାଶଥାଉ କି, ବାଦଶାହାଙ୍କ ଲାଡ଼ଲି ସୁହାନା ଖାନ୍ (Suhana khan) ବହୁତ ଜଲଦି ବଲିଉଡ଼ରେ ଡେବ୍ୟୁ (Debut) କରିବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ସେ 'ଦି ଆର୍କିଜ୍'ରେ (‘the archies’) ନଜର ଆସିବେ। ନିକଟରେ ସେ ମେକଅପ୍ ବ୍ରାଣ୍ଡର ଆମ୍ବାସାଡର ହୋଇଛନ୍ତି ।