Shah Rukh Khan: ପର୍ଣ୍ଣଷ୍ଟାରଙ୍କୁ ପସନ୍ଦ ଆସିଲା ଶାହରୁଖଙ୍କ ଏହି ଗୀତ, ଭିଡିଓ ଭାଇରାଲ
Advertisement
Article Detail0/zeeodisha/odisha1506117

Shah Rukh Khan: ପର୍ଣ୍ଣଷ୍ଟାରଙ୍କୁ ପସନ୍ଦ ଆସିଲା ଶାହରୁଖଙ୍କ ଏହି ଗୀତ, ଭିଡିଓ ଭାଇରାଲ

Shah Rukh Khan: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ୍ । ନିଜର ଦମଦାର ଅଭିନୟ ପାଇଁ ସେ ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ଦିର୍ଘ ୪ ବର୍ଷର ବିରତି ପରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପଠାନ' ସହିତ ବଡ ପରଦାକୁ ଫେରୁଛନ୍ତି । ଗୋଟିଏ ପଟେ ଅଭିନେତାଙ୍କ ପ୍ରଶଂସକମାନେ ଫିଲ୍ମଟିକୁ ଉତ୍ସାହର ସହ ଅପେକ୍ଷା ଅଛନ୍ତି, ଅନ୍ୟପଟେ 'ପଠାନ'ର ବିବାଦ ବନ୍ଦ ହେବାର ନାମ ନେଉନାହିଁ।

Shah Rukh Khan: ପର୍ଣ୍ଣଷ୍ଟାରଙ୍କୁ ପସନ୍ଦ ଆସିଲା ଶାହରୁଖଙ୍କ ଏହି ଗୀତ, ଭିଡିଓ ଭାଇରାଲ

Shah Rukh Khan: ବଲିଉଡର ସୁପରଷ୍ଟାର ଶାହରୁଖ ଖାନ୍ । ନିଜର ଦମଦାର ଅଭିନୟ ପାଇଁ ସେ ଆଜିବି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ଦିର୍ଘ ୪ ବର୍ଷର ବିରତି ପରେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପଠାନ' ସହିତ ବଡ ପରଦାକୁ ଫେରୁଛନ୍ତି । ଗୋଟିଏ ପଟେ ଅଭିନେତାଙ୍କ ପ୍ରଶଂସକମାନେ ଫିଲ୍ମଟିକୁ ଉତ୍ସାହର ସହ ଅପେକ୍ଷା ଅଛନ୍ତି, ଅନ୍ୟପଟେ 'ପଠାନ'ର ବିବାଦ ବନ୍ଦ ହେବାର ନାମ ନେଉନାହିଁ। ଯେତେବେଳେ 'ବେସରାମ ରଙ୍ଗ' ଚଳଚ୍ଚିତ୍ରର ପ୍ରଥମ ଗୀତ ରିଲିଜ୍ ହୋଇଥିଲା, ସେତେବେଳେ ଏହାକୁ ନେଇ ବିରୋଧ କରାଯାଇଥିଲା । ଏହି ଗୀତରେ ଦୀପିକା ପାଦୁକୋନଙ୍କ ପୋଷାକକୁ ନେଇ ବିବାଦ ଦେଖାଯାଇଥିଲା । ତେବେ, ଏହି ବିବାଦର ଅନ୍ତ ନ ଘଟୁଣୁ ଫିଲ୍ମର ଦ୍ୱିତୀୟ ଗୀତକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

ପଠାନର ଦ୍ବିତୀୟ ଗୀତକୁ ନେଇ ଦେଖାଦେଇଛି ବିବାଦ :

ଉଲ୍ଲେଖଯୋଗ୍ୟ, ପଠାନଙ୍କ ଦ୍ୱିତୀୟ ଗୀତ 'ଜୁମ୍ ଜୋ ପଠାନ୍'(Jhume Jo Pathan Meri Jaan) ଗୀତଟି ଚୋରି କରାଯାଇଥିବା ଅଭିଯୋଗ ଆସିଛି। ଅନେକ ସୋସିଆଲ ମିଡିଆ ୟୁଜର୍ସ ଏଥିପାଇଁ ସଙ୍ଗୀତ ରଚନା କରିଥିବା ବିଶାଲ ଏବଂ ଶେଖରଙ୍କୁ ଗାଳି ଦେଇଥିଲେ। 

 

 
 
 
 

 
 
 
 
 
 
 
 
 
 
 

A post shared by Kendra Lust™ (@kendralust)

 
 
 
 

 
 
 
 
 
 
 
 
 
 
 

A post shared by Kendra Lust™ (@kendralust)

ତେବେ, ଏହାରି ଭିତରେ ଆଉ ଏକ ବଡ ଖବର ମଧ୍ୟ ସାମ୍ନାକୁ ଆସିଛି ।  ପଠାନର ଦ୍ବିତୀୟ ଗୀତଟିରେ ପର୍ଣ୍ଣଷ୍ଟାର କେନ୍ଦ୍ରଲୁଷ୍ଟ(Pornographic film actor Kendra Lust) ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରୁ ସେୟାର ହୋଇଥିବା ଏହି ଭିଡିଓ ସୋସିଆଲ ମିଡିଆରେ ନିଆଁ ଲଗାଇଛି । ସେ ଏହି ପୋଷ୍ଟ କ୍ୟାପସନରେ  ତାରକା ବିଶାଲ (ବିଶାଲ ଦାଦଲାନି) ଏବଂ ଶେଖର (ଶେଖର ରବିଜାନି)କୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

ଏହାବି ପଢନ୍ତୁ : HBD Rajesh khanna And Twinkle Khanna: 'ଅକ୍ଷୟ କୁମାରଙ୍କୁ ନେଇ ଏହି ଭବିଷ୍ୟବାଣୀ କରିଥିଲେ ରାଜେସ ଖାନ୍ନା'

ଏହାବି ପଢନ୍ତୁ : Jammu And Kashmir News: କୋଇଲା ଚୁଲା ହେଲା କାଳ, ରାତିରେ ନିଦ୍ରା ଯାଇ ଆଉ ଉଠିଲେନି ପରିବାର

ତେବେ, ଏଠାରେ ଆମେ ଆପଣଙ୍କୁ କହିରଖୁଛୁ ଯେ ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ଶାହରୁଖ ଖାନଙ୍କ ଜନ୍ମଦିନରେ ଏହି ପର୍ଣ୍ଣଷ୍ଟାର ଜଣକ ସୋସିଆଲ ମିଡିଆ ଆକାଉଣ୍ଟରେ 'ପଠାନ'ର ଏକ ପୋଷ୍ଟର ସେୟାର କରିଥିଲେ। ଏହି ପୋଷ୍ଟରେ କେନ୍ଦ୍ରା ଲୁଷ୍ଟ କିଙ୍ଗ ଖାନଙ୍କ ପାଖରେ ପୋଜ୍ ଦେଇଥିବା ଦେଖିବାକୁ ମିଳିଥିଲା। ପୋଷ୍ଟ କ୍ୟାପସନରେ ସେ ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା କିଙ୍ଗ SRK'। ତେବେ, ଏହି ପର୍ଣ୍ଣଷ୍ଟାର ଜଣକ କିଙ୍ଗ ଖାନଙ୍କର ଜଣେ ବଡ ପ୍ରଶଂସକ ବୋଲି କୁହାଯାଇ ପାରିବ । କାହିଁକିନା ଅନେକ ସମୟରେ ସେ ଶାହରୁଖଙ୍କୁ ନେଇ ଅନେକ ପୋଷ୍ଟ କରନ୍ତି ।