Shah Rukh Khan: ମୁମ୍ବାଇ ବିମାନବନ୍ଦରରେ ଶାହାରୁଖ ଖାନକୁ ଅଟକାଇଲା କଷ୍ଟମ୍ ବିଭାଗ, ଜାଣନ୍ତୁ ମାମଲା
Advertisement
Article Detail0/zeeodisha/odisha1437633

Shah Rukh Khan: ମୁମ୍ବାଇ ବିମାନବନ୍ଦରରେ ଶାହାରୁଖ ଖାନକୁ ଅଟକାଇଲା କଷ୍ଟମ୍ ବିଭାଗ, ଜାଣନ୍ତୁ ମାମଲା

Shah Rukh Khan: ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ଦ୍ୱାରା ଶାହରୁଖ ଖାନ ଓ ତାଙ୍କ ଟିମକୁ ଅଟକାଯିବାର ଏକ ମାମଲା ସାମ୍ନାକୁ ଆସିଛି । ଏହି ସମୟରେ ଶାହାରୁଖ ଖାନଙ୍କୁ ମଧ୍ୟ ଏକ ଘଣ୍ଟା କଧରି ଷ୍ଟମ ଡ୍ୟୁଟି ନଦେବା ପାଇଁ ବିଭାଗ ପକ୍ଷରୁ ପଚରାଉଚୁରା କରାଯାଇଥିଲା ।

ସୌ: ସୋସିଆଲ ମିଡିଆ

Shah Rukh Khan Mumbai Airport: ଶାହରୁଖ ଖାନ ଓ ତାଙ୍କ ଟିମକୁ ଶୁକ୍ରବାର ଦିନ ବିଳମ୍ବିତ ରାତିରେ ମୁମ୍ବାଇ ବିମାନବନ୍ଦରରେ (Mumbai Airport) କଷ୍ଟମ ବିଭାଗ (Customs department) ଦ୍ୱାରା ଅଟକା ଯାଇଥିଲା । ପ୍ରାୟ ଏକ ଘଣ୍ଟା ପଚରାଉଚରା ପରେ ଶାହରୁଖ ଖାନ ଓ ତାଙ୍କ ମ୍ୟାନେଜର ପୂଜା ଦାଦଲାନି (Pooja Dadlani) ବିମାନବନ୍ଦରରୁ ବାହାରିଥିବାର ନଜର ଆସିଥିଲେ, କିନ୍ତୁ କିଙ୍ଗ ଖାନଙ୍କ ଅଙ୍ଗରକ୍ଷୀ ରବି ଓ ଟିମ୍ କଷ୍ଟମ ବିଭାଗ ଦ୍ୱାରା ଅଟକ ରଖାଯାଇଥିଲେ । ଖବର ଅନୁଯାୟୀ, ଭାରତକୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା ଆଣିବା, ବ୍ୟାଗରେ ମହଙ୍ଗା ଘଣ୍ଟାର ଖାଲି ବାକ୍ସ ମିଳିବା ଓ କଷ୍ଟମ ଡ୍ୟୁଟି (Customs duty) ନଦେବା ଶାହରୁଖ ଖାନଙ୍କୁ ପଚରାଉଚୁରା କରାଯାଇଥିଲା ।

ଜାଣନ୍ତୁ ପୂରା ମାମଲା
ପ୍ରକୃତରେ ଶାହାରୁଖ ଖାନ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଘରୋଇ ଚାର୍ଟର VTR-SG ରୁ ନିଜ ଟିମ୍ ସହିତ ଦୁବାଇ ଯାଇଥିଲେ । ଏହି ବ୍ୟକ୍ତିଗତ ଚାର୍ଟର୍ ଫ୍ଲାଇଟ୍ ଦ୍ୱାରା ଗତକାଲି ରାତି ୧୨:୩୦ ରେ ମୁମ୍ବାଇ ଫେରିଥିଲା ​​। ରେଡ ଚ୍ୟାନେଲ ଅତିକ୍ରମ କରିବା ସମୟରେ କଷ୍ଟମ ଶାହରୁଖ ଖାନ ଓ ତାଙ୍କ ଟିମର ବ୍ୟାଗରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଘଣ୍ଟା ପାଇଥିଲେ । ଏହା ପରେ କଷ୍ଟମ୍ ସମସ୍ତଙ୍କୁ ଅଟକାଇଲା ଓ ବ୍ୟାଗ୍ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ବହୁ ଦାମୀ ଘଣ୍ଟା, ବାବୁନ୍ ଓ ଜୁରବ ଘଣ୍ଟା, ରୋଲକ୍ସ ଘଣ୍ଟାର ୬ ଟି ବାକ୍ସ, ସ୍ପିରିଟ୍ ବ୍ରାଣ୍ଡ୍ ଘଣ୍ଟା (ପ୍ରାୟ ୮ ଲକ୍ଷ ଟଙ୍କା), ବ୍ୟାଗରେ ଆପଲ୍ ସିରିଜ୍ ଘଣ୍ଟା ଦେଖିବାକୁ ମିଳିଥିଲା । ଖାଲି ବାକ୍ସ ସହିତ ଘଣ୍ଟା ମଧ୍ୟ ଦେଖିବାକୁ ମିଳିଥିଲା । 

କଷ୍ଟମ୍ସ ଏହି ଘଣ୍ଟାଗୁଡିକର ମୂଲ୍ୟାଙ୍କନ କଲା, ତା’ପରେ ସେମାନଙ୍କ ଉପରେ ୧୭ ଲକ୍ଷ ୫୬ ହଜାର ୫୦୦ ର କଷ୍ଟମ୍ ଡ୍ୟୁଟି କରାଯାଇଥିଲା । ଏହା ପରେ କୋଟି କୋଟି ଟଙ୍କାର ଏହି ଘଣ୍ଟା ଉପରେ ଲକ୍ଷ ଲକ୍ଷ ଟଙ୍କା ଟ୍ୟାକ୍ସ ଦେବାକୁ ଆଲୋଚନା ହୋଇଥିଲା । ଏକ ଘଣ୍ଟା ଧରି ଚାଲିଥିବା ପଚରାଉଚୁରା ପ୍ରକ୍ରିୟା ପରେ ଶାହରୁଖ ଓ ପୂଜା ଦାଦଲାନୀଙ୍କୁ ବିମାନ ବନ୍ଦର ଛାଡିବାକୁ ଅନୁମତି ଦିଆଯାଇଥିଲା କିନ୍ତୁ ଶାହରୁଖ ଖାନଙ୍କ ଅଙ୍ଗରକ୍ଷୀ ରବି ଓ ଟିମର ସଦସ୍ୟଙ୍କୁ ଅଟକାଇ ଦିଆଯାଇଥିଲା ।

ସୂଚନାନୁସାରେ, ଶାହାରୁଖ ଖାନଙ୍କ ବଡି ଗାର୍ଡ ରବି ୬ ଲକ୍ଷ ୮୭ ହଜାର ଟଙ୍କା କଷ୍ଟମ ଦେଇଛନ୍ତି । ଯାହାର ବିଲ୍ ଶାହାରୁଖ ଖାନଙ୍କ ବଡି ଗାର୍ଡ ରବିଙ୍କ ନାମରେ ତିଆରି ହୋଇଛି । ତେବେ ସୂଚନାନୁସାରେ, ଏହି ଟଙ୍କା ଶାହାରୁଖ ଖାନଙ୍କ କ୍ରେଡିଟ କାର୍ଡରୁ ପ୍ରଦାନ କରାଯାଇଛି । କଷ୍ଟମ୍ ସହକାରୀ କମିଶନର ପୁଗାଲ୍ ଓ ଯୁଧିଷ୍ଠର ଯାଦବ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଏହା ପରେ କଷ୍ଟମ୍ ଶାହାରୁଖ ଖାନଙ୍କ ଅଙ୍ଗରକ୍ଷୀ ରବିଙ୍କୁ ସକାଳ ୮ ଟାରେ ରିଲିଜ କରିଥିଲା ।

ଏହା ବି ପଢ଼ନ୍ତୁ: Sania Mirza and Shoaib Malik Devorce: ଖୁବଶୀଘ୍ର ନିଜର ଛାଡ଼ପତ୍ର ସମ୍ପର୍କରେ ଘୋଷଣା କରିବେ ଏହି ଇଣ୍ଡୋ-ପାକ ଯୋଡ଼ି