Bollywoodରେ କ୍ରିକେଟର ଶିଖର ଧାୱନଙ୍କ ଏଣ୍ଟ୍ରି, ସୋସିଆଲ ମିଡିଆରେ ହୁମା କ୍ୟୁରେସି କଲେ ବଡ ଖୁଲାସା
Advertisement

Bollywoodରେ କ୍ରିକେଟର ଶିଖର ଧାୱନଙ୍କ ଏଣ୍ଟ୍ରି, ସୋସିଆଲ ମିଡିଆରେ ହୁମା କ୍ୟୁରେସି କଲେ ବଡ ଖୁଲାସା

Shikhar Dhawan : ବଲିଉଡରେ ଏଣ୍ଟ୍ରି କରିବେ କ୍ରିକେଟର ଶିଖର ଧାୱନ ( Indian Cricketer Shikhar Dhawan) । କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଥିବା ଶିଖର ଏବେ ଅଭିନୟରେ ଜଲୱା ତାଙ୍କ ଫ୍ୟାନ୍ସଙ୍କୁ ଦେଖାଇବେ। 

ସୌଜନ୍ୟ : ସୋସିଆଲ ମିଡିଆ

Shikhar Dhawan : ବଲିଉଡରେ ଏଣ୍ଟ୍ରି କରିବେ କ୍ରିକେଟର ଶିଖର ଧାୱନ ( Indian Cricketer Shikhar Dhawan) । କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଥିବା ଶିଖର ଏବେ ଅଭିନୟରେ ଜଲୱା ତାଙ୍କ ଫ୍ୟାନ୍ସଙ୍କୁ ଦେଖାଇବେ। ବଲିଉଡ ଚଳଚ୍ଚିତ୍ର 'ଡବଲ ଏକ୍ସଏଲ'(Double XL) ଜରିଆରେ ଡେବ୍ୟୁ କରିବେ ଶିଖର ଧାୱନ। ବଲିଉଡ ଚଳଚ୍ଚିତ୍ର 'ଡବଲ ଏକ୍ସଏଲ' ଅଭିନେତ୍ରୀ ହୁମା କ୍ୟୁରେସି ଏ ନେଇ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ଫଟୋରେ ଶିଖର ଧାୱନ ଓ ହୁମା ଖୁରେସୀ ହାତ ଧରି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ଉଭୟ ବସି ହସୁଥିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ହୁମା । ବଡ ପରଦାରେ ଶିଖର ଧାୱନଙ୍କୁ ଦେଖିବାକୁ ମିଳିବ ଏ ଖବର ହୁମା ଦେବା ମାତ୍ରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିଛି । ଚଳଚ୍ଚିତ୍ର 'ଡବଲ ଏକ୍ସଏଲ'ରେ ସୋନାକ୍ଷୀ ସିହ୍ନାଙ୍କୁ ମଧ୍ୟ ଦେଖିବାକୁ ମିଳିବ । 

‘ଡବଲ୍ ଏକ୍ସଏଲ୍’ ଚଳଚ୍ଚିତ୍ର ହେଉଛି ଦୁଇଟି ପ୍ଲସ୍ ସାଇଜ୍ ମହିଳାଙ୍କ କାହାଣୀ । ସେ କିପରି ନିଜ ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରନ୍ତି। ଏହି ଚଳଚ୍ଚିତ୍ରରେ ମଧ୍ୟ ସମାନ ପ୍ରଦର୍ଶନ କରାଯାଇଛି।  ‘ଡବଲ୍ ଏକ୍ସଏଲ୍’ ନିର୍ଦ୍ଦେଶନା ଦେଇଛନ୍ତି ସତ୍ୟରାମ ରାମଣି। ଏହି ଚଳଚ୍ଚିତ୍ରଟି ଅଧିକ ଓଜନ ମହିଳାଙ୍କ ବିଷୟରେ ଆଧାରିତ। ଏଥିରେ ମୁଖ୍ୟ ଅଭିନେତା ଭାବରେ ଶିଖର ଧାୱନଙ୍କୁ ଦେଖିବାକୁ ମିଳିବ ନାହିଁ। ବରଂ ଚଳଚ୍ଚିତ୍ରରେ ତାଙ୍କର ଏକ କ୍ୟାମିଓ ରୋଲ୍‌ରେ ନଜର ଆସିବେ। ଏହା ୧୪ ଅକ୍ଟୋବରରେ ରିଲିଜ୍‌ ହେବ। ହୁମା ଓ ସୋନାକ୍ଷୀ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହ ଜାହିର ଇକବାଲ ମଧ୍ୟ ଏଥିରେ ଅଭିନୟ କରିଛନ୍ତି । ଏନେଇ ଶିଖର ଧାଓ୍ବନ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି ଯେ, " ଯେତେବେଳେ ଏହି ସୁଯୋଗ ମୋ ପାଖକୁ ଆସିଲା ଏବଂ ମୁଁ କାହାଣୀ ଶୁଣିଲି, ଏହା ମୋ ଉପରେ ଗଭୀର ପ୍ରଭାବ ପକାଇଲା। ଏହା ସମଗ୍ର ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା। ମୁଁ ଆଶା କରେ ଯାହା ହେଉନା କାହିଁକି ଅନେକ ଯୁବକ ଯୁବତୀ ସେମାନଙ୍କ ସ୍ୱପ୍ନ ପଛରେ ଗୋଡ଼ାଇବା ଜାରି ରଖିବେ"।

ଏହାବି ପଢନ୍ତୁ : Akshaya Mohanty Birth Anniversary : ସଙ୍ଗୀତର କିମ୍ବଦନ୍ତୀ ଅକ୍ଷୟ, ମନେପଡନ୍ତି ଖୋକାଭାଇ

ଶିଖପ ଧାଓ୍ବନ ଜଣେ ବାମହାତି ବ୍ୟାଟ୍ସମ୍ୟାନ ଓ କାମଚଳା ଡାହାଣହାତୀ ଅଫ ବ୍ରେକ ବୋଲର । ୧୭ ଏବଂ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ସେ ସଦସ୍ୟ ଥିଲେ । ଦିଲ୍ଲୀ ପାଇଁ ସେ ୨୦୦୪ରେ ପ୍ରଥମେ ରଣଜୀ ମ୍ୟାଚ ଖେଳିଥିଲେ । ଶିଖର ତାଙ୍କର ପ୍ରଥମ ଦିନିକିଆ ଆନ୍ତର୍ଜାତୀୟ ଅକ୍ଟୋବର ୨୦୧୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ମାର୍ଚ ୨୦୧୩ରେ ସେ ସେହି ଦଳ ବିପକ୍ଷରେ ନିଜର ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ ଓ ମାତ୍ର ୮୫ଟି ବଲ ଖେଳି ୧୦୦ ରନ କରି ଏକ ରେକର୍ଡ ସୃଷ୍ଟି କରିଥିଲେ । ଭାରତୀୟ କ୍ରିକେଟର ଜଣେ ଷ୍ଟାର ବ୍ୟାଟର ହେଉଛନ୍ତି ଶିଖର ଧାୱନ । ଗତକାଲି ତାଙ୍କ ନେତୃତ୍ବରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜକୁ 2-1ରେ ଜିତି ବିଜୟୀ ହୋଇଛି ଟିମ୍ ଇଣ୍ଡିଆ ।