Sonakshi Zaheer Wedding: ବିବାହ ବନ୍ଧନରେ ସୋନାକ୍ଷୀ ଜାହିର, ଛୁଟୁଛି ଶୁଭେଚ୍ଛାର ସୁଅ
Advertisement
Article Detail0/zeeodisha/odisha2305261

Sonakshi Zaheer Wedding: ବିବାହ ବନ୍ଧନରେ ସୋନାକ୍ଷୀ ଜାହିର, ଛୁଟୁଛି ଶୁଭେଚ୍ଛାର ସୁଅ

ଜହିର ଇକବାଲ ଏବଂ ସୋନାକ୍ଷୀ ସିହ୍ନା ବିଦ୍ଧିବଦ୍ଧ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦମ୍ପତିଙ୍କ ବିବାହ ଫଟୋ ଆସିବା ଉପରେ ସମସ୍ତଙ୍କ ନଜର ଥିଲା। କିନ୍ତୁ ବର୍ତ୍ତମାନ ଏହି ଅପେକ୍ଷାର ଅନ୍ତ ହୋଇଛି । 

Sonakshi Zaheer Wedding: ବିବାହ ବନ୍ଧନରେ ସୋନାକ୍ଷୀ ଜାହିର, ଛୁଟୁଛି ଶୁଭେଚ୍ଛାର ସୁଅ

Sonakshi Sinha Zaheer Iqbal Marriage: ସୋନାକ୍ଷୀ ସିହ୍ନା  ପ୍ରେମିକା ଜାହିର ଇକବାଲଙ୍କୁ ବିବାହ କରିଛନ୍ତି । ଉଭୟ ବିବାହ ପଞ୍ଜିକରଣ କରିସାରିଛନ୍ତି। ନବ ଦମ୍ପତି ଖୁବ ଶୀଘ୍ର ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟରେ ଏକ ରିସେପସନ୍ ପାର୍ଟି ଦେବାକୁ ଯାଉଛନ୍ତି ।

ଜହିର ଇକବାଲ ଏବଂ ସୋନାକ୍ଷୀ ସିହ୍ନା ବିଦ୍ଧିବଦ୍ଧ ଭାବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଦମ୍ପତିଙ୍କ ବିବାହ ଫଟୋ ଆସିବା ଉପରେ ସମସ୍ତଙ୍କ ନଜର ଥିଲା। କିନ୍ତୁ ବର୍ତ୍ତମାନ ଏହି ଅପେକ୍ଷାର ଅନ୍ତ ହୋଇଛି । ଜାହିର ଏବଂ ସୋନାକ୍ଷୀଙ୍କ ବିବାହ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲକ୍ଷ ଲକ୍ଷ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଲପାଇବା ଅଜାଡି ଦେଇଛନ୍ତି । ଫଟୋ ଗୁଡିକରେ ହାର୍ଟ ଇମୋଜି ଦେବା ସହିତ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

 

 
 
 
 

 
 
 
 
 
 
 
 
 
 
 

A post shared by Sonakshi Sinha (@aslisona)

ଗତ ସାତ ବର୍ଷ ଧରି ଡେଟିଂ କରୁଥିବା ଏହି ଦମ୍ପତି ମୁମ୍ବାଇ ସ୍ଥିତ ସୋନାକ୍ଷୀଙ୍କ ଘରେ ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହରେ ଅନେକ ଅତିଥି ଯୋଗ ଦେଇଥିଲେ । ବର୍ତ୍ତମାନ ଧିରେ ଧିରେ ଫଟୋସବୁ ସୋସିଆଲ ମିଡିଆ ମାଧ୍ୟମରେ ସାମ୍ନାକୁ ଆସୁଛି ।

Also Read- Top 10 News Today: ଜ୍ୱରରେ ପଡିଛନ୍ତି ଶ୍ରୀଜିଉ, ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Also Read- ବାଲେଶ୍ବରରେ କାଲିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ, ମିଳିବ ଇଣ୍ଟରନେଟ୍‌ ସେବା