ବାଲେଶ୍ବରରେ କାଲିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ, ମିଳିବ ଇଣ୍ଟରନେଟ୍‌ ସେବା
Advertisement
Article Detail0/zeeodisha/odisha2305219

ବାଲେଶ୍ବରରେ କାଲିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ, ମିଳିବ ଇଣ୍ଟରନେଟ୍‌ ସେବା

କାଲିଠୁ ମୋବାଇଲ୍‌ ଇଣ୍ଟରନେଟ୍‌ ମିଳିବ ବୋଲି କହିଛନ୍ତି । କର୍ଫ୍ୟୁ କୋହଳ ସହ କଟକଣା କମ୍‌ କରାଯିବ । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ ହେବ । ସେହିପରି ଟାଉନ ଥାନା ଅଞ୍ଚଳରେ ସକାଳ ୬ରୁ ଅପରାହ୍ନ ୨ଟା ସମୟ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ । 

ବାଲେଶ୍ବରରେ କାଲିଠୁ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ, ମିଳିବ ଇଣ୍ଟରନେଟ୍‌ ସେବା

ବାଲେଶ୍ବର:  କାଲିଠୁ ପୌରାଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ସହ ମିଳିବ ଇଣ୍ଟରନେଟ୍‌ ସେବା । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ବର ଜିଲ୍ଲାପାଳ ଆଶିଷ ଠାକ୍‌ରେ । ଏଥିସହ କାଲିଠୁ ମୋବାଇଲ୍‌ ଇଣ୍ଟରନେଟ୍‌ ମିଳିବ ବୋଲି କହିଛନ୍ତି । କର୍ଫ୍ୟୁ କୋହଳ ସହ କଟକଣା କମ୍‌ କରାଯିବ । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା କର୍ଫ୍ୟୁ କୋହଳ ହେବ । ସେହିପରି ଟାଉନ ଥାନା ଅଞ୍ଚଳରେ ସକାଳ ୬ରୁ ଅପରାହ୍ନ ୨ଟା ସମୟ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ହେବ । 

ଅନ୍ୟପଟେ ୨ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ୨୯ଟି ମାମଲା ରୁଜୁ ହୋଇଥିବା ସମୟରେ ୮୯ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗୁଜବ ପ୍ରଚାରକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି ।

ସୂଚନାଯୋଗ୍ୟ, ଦଙ୍ଗା ପାଇଁ ବାଲେଶ୍ୱରରେ କର୍ଫ୍ୟୁ ଲାଗିବା କାରଣରୁ ଇଣ୍ଟରନେଟ ସେବା ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ଧିରେଧିରେ ସ୍ୱାଭାବିକ ହେବାରେ ଲାଗିଛି ଜୀବନ। ଦଙ୍ଗା ପରଠାରୁ ବାଲେଶ୍ୱରବାସୀ ସହରର ଅନେକ ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା ଫଳରେ ଲୋକେ ମୋବାଇଲରେ ଇଣ୍ଟରନେଟ ଚଳାଉଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Also Read- Lucky Zodiac Sign: ୨୪ ଜୁନରେ ନବପଞ୍ଚମ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ