ପରଦାକୁ ଆସିବ ସୌରଭ ଗାଙ୍ଗୁଲିଙ୍କ ଜୀବନ କାହାଣୀ, 'ଦାଦା' ହେବେ ଏହି ଅଭିନେତା!
Advertisement

ପରଦାକୁ ଆସିବ ସୌରଭ ଗାଙ୍ଗୁଲିଙ୍କ ଜୀବନ କାହାଣୀ, 'ଦାଦା' ହେବେ ଏହି ଅଭିନେତା!

ଆଜିକାଲି ସୌରଭ ଗାଙ୍ଗୁଲିଙ୍କ (Sourav Ganguly) ବାୟୋପିକକୁ ନେଇ ଅନେକ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଫିଲ୍ମ ବିଷୟରେ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ, କିନ୍ତୁ ଏଥିରେ ମୁଖ୍ୟ ଅଭିନେତାଙ୍କୁ ନେଇ ଜଣକ ନାମ ଚୂଡାନ୍ତ ମନାଯାଉଛି । 

 

ସୌରଭ ଗାଙ୍ଗୁଲି (ଫାଇଲ ଫଟୋ)

ନୂଆଦିଲ୍ଲୀ: ନିକଟ ଅତୀତରେ ବଲିଉଡରେ (Bollywood) ବାୟୋପିକ୍ସର ଧାରା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବିଶେଷକରି କ୍ରିକେଟରଙ୍କ ଜୀବନ କାହାଣୀ ପରଦାକୁ ଆଣିବା ପକ୍ରିୟା ଆରମ୍ଭ କରିଛି । ଏଥି ସହିତ ଦର୍ଶକମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରୁଛନ୍ତି । ମହେନ୍ଦ୍ର ସିଂ ଧୋନି (MS Dhoni) ଓ ସଚିନ ତେନ୍ଦୁଲକରଙ୍କ ବାୟୋପିକ ଦର୍ଶକ ଓ ସମାଲୋଚକଙ୍କ ଦ୍ୱାରା ବହୁ ପ୍ରଶଂସା ପାଇଥିଲା । କିଛି ଦିନ ହେବ କପିଲ ଦେବ ଓ ମିତାଲି ରାଜଙ୍କ ପରି ଖେଳାଳିଙ୍କ ଉପରେ ଆଧାରିତ ଫିଲ୍ମକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା । ବର୍ତ୍ତମାନ ଏହି ଧାରାବାହିକରେ ସୌରଭ ଗାଙ୍ଗୁଲିଙ୍କ (Sourav Ganguly) ନାମ ମଧ୍ୟ ଯୋଡି ହୋଇଛି ।

ସୌରଭ ଗାଙ୍ଗୁଲିଙ୍କୁ ନେଇ ତିଆରି ହେବ ବାୟୋପିକ୍
ବର୍ତ୍ତମାନର ଖବର ଅନୁଯାୟୀ ଟିମ୍ ଇଣ୍ଡିଆର (Team India) ଅନ୍ୟତମ ସଫଳ ଅଧିନାୟକ କୁହାଯାଉଥିବା ସୌରଭ ଗାଙ୍ଗୁଲି (Sourav Ganguly) ନିଜ ବାୟୋପିକ୍ କରିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି । ଏହି ଫିଲ୍ମ ୱାୟକମ୍ ବ୍ୟାନର ଦ୍ୱାରା ନିର୍ମିତ ହେବ । ବର୍ତ୍ତମାନ ଏହି ଫିଲ୍ମରେ ସୌରଭ ଗାଙ୍ଗୁଲିଙ୍କ ଭୂମିକାରେ କିଏ ଅଭିନୟ କରିବେ ସେ ସମ୍ପର୍କରେ କୌଣସି ଠୋସ୍ ସୂଚନା ନାହିଁ ।

ଅଧିକ ପଢ଼ନ୍ତୁ: ଆସୁଛି ମହଙ୍ଗା ପେଟ୍ରୋଲର ବିକଳ୍ପ, ୬୦ ରୁ ୬୫ ଟଙ୍କା ଦରରେ ମିଳିବ ତେଲ  

ରଣବୀର କପୁର ହୋଇପାରନ୍ତି ପରଦାର 'ଦାଦା'
ତେବେ କୁହାଯାଉଛି ଯେ ରଣବୀର କପୁର (Ranbir Kapoor) ଏହି ଫିଲ୍ମରେ ସୌରଭ ଗାଙ୍ଗୁଲି ଭୂମିକାରେ ନଜର ଆସିବେ । ଅନ୍ୟପକ୍ଷରେ କିଛି ସମୟ ପୂର୍ବରୁ ଥରେ 'ଦାଦା' କହିଥିଲେ ଯେ ହ୍ରିତିକ ରୋଶନ ହେଉଛନ୍ତି ତାଙ୍କର ପ୍ରିୟ ବଲିଉଡ ଅଭିନେତା (Bollywood Actor) । ଏହା ପରେ ହିଁ ହ୍ରିତିକଙ୍କୁ ପରଦାର 'ଦାଦା' ଭାବରେ ଦେଖିବାକୁ ମିଳିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା । ଏଭଳି ପରିସ୍ଥିତିରେ ଏବେ ବି ପ୍ରଶ୍ନ ଉଠିଛି ଯେ ପରଦାର ‘ଦାଦା’ କିଏ ହେବ?

fallback

ଫିଲ୍ମକୁ ନେଇ ସବୁକିଛି ବ୍ୟବସ୍ଥିତ ହେବା ବାକି ରହିଛି
ଏହି ଫିଲ୍ମ ବିଷୟରେ ସୌରଭ ଗାଙ୍ଗୁଲି ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, 'ହଁ, ମୁଁ ବାୟୋପିକ୍ ପାଇଁ ମୋର ସମ୍ମତି ଦେଇଛି । ଏହା ହିନ୍ଦୀ ଭାଷାରେ ତିଆରି କରାଯାଉଛି, କିନ୍ତୁ ଫିଲ୍ମର କିଏ ନିର୍ଦ୍ଦେଶନା ଦେବେ ସେ ସମ୍ପର୍କରେ କୌଣସି ସୂଚନା ନାହିଁ । ସବୁକିଛି ସଂଗଠିତ କରିବାକୁ କିଛି ସମୟ ଲାଗିବ । ଏଥି ସହିତ ଫିଲ୍ମ ସହ ଜଡିତ ସୂତ୍ରରୁ ଜଣାପଡିଛି ଯେ ଏହାର ସ୍କ୍ରିପ୍ଟ ଲେଖାଯାଉଛି ।

ଅଧିକ ପଢ଼ନ୍ତୁ: ବିବାହ ମଣ୍ଡପରୁ ଦୌଡ଼ି ପଳାଇଲା ବର, ଶାଶୁଘର ବଦଳରେ ପୋଲିସ ଷ୍ଟେସନରେ କନିଆଁ

ଉତ୍ସାହିତ ଅଛନ୍ତି ପ୍ରଶଂସକ
କୁହାଯାଉଛି ଯେ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ପ୍ରସ୍ତୁତ କରାଯାଉଛି । କିନ୍ତୁ ମୁଖ୍ୟ ଅଭିନେତା କିଏ ହେବ ତାହା ବର୍ତ୍ତମାନ ଚୂଡ଼ାନ୍ତ ରୂପ ନେଇସାରିଛି । ଏଥିସହିତ ରଣବୀର କପୁରଙ୍କ ସମ୍ଭାବନା ବହୁତ ଅଧିକ ମନେହୁଏ।  ବର୍ତ୍ତମାନ ଏହି ଖବର ଆସିବା ମାତ୍ରେ 'ଦାଦା'ଙ୍କ ପ୍ରଶଂସକମାନେ ଫିଲ୍ମ ପାଇଁ ବହୁତ ଉତ୍ସାହିତ ହୋଇପଡିଛନ୍ତି ।