Navya Naveli Nanda: ଥାଇଲାଣ୍ତରେ ରୋମାନ୍ସ କରୁଛନ୍ତି ବିଗ୍ ବି'ଙ୍କ ନାତୁଣୀ, ଫଟୋ ଭାଇରାଲ
Advertisement
Article Detail0/zeeodisha/odisha1516964

Navya Naveli Nanda: ଥାଇଲାଣ୍ତରେ ରୋମାନ୍ସ କରୁଛନ୍ତି ବିଗ୍ ବି'ଙ୍କ ନାତୁଣୀ, ଫଟୋ ଭାଇରାଲ

Navya Naveli Nanda: ବିଗ୍ ବି' ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଶ୍ବତା ବଚ୍ଚନଙ୍କ ଝିଅ ନବ୍ୟା ନଭେଲି ନନ୍ଦା । ବର୍ତ୍ତମାନ ସେ ନିଜ କ୍ୟାରିୟର ଅପେକ୍ଷା ତାଙ୍କ ଲଭ୍ ଲାଇଫକୁ ନେଇ ସେ ଅଧିକ ଚର୍ଚ୍ଚାରେ ରହୁଛନ୍ତି । ନିକଟଲେ ନବ୍ୟା ନଭେଲିଙ୍କ ଭାଇ ଅଗସ୍ତ୍ୟା ନିଜ ଗାର୍ଲଫ୍ରେଣ୍ତକୁ ତଥା ଶାହରୁକ ଖାନଙ୍କ ଝିଅକୁ ଡେଟ କରୁଥିବାର ଖବର ସାମ୍ନାକୁ ଆସିଥିଲା ।

Navya Naveli Nanda: ଥାଇଲାଣ୍ତରେ ରୋମାନ୍ସ କରୁଛନ୍ତି ବିଗ୍ ବି'ଙ୍କ ନାତୁଣୀ, ଫଟୋ ଭାଇରାଲ

Navya Naveli Nanda: ବିଗ୍ ବି' ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଶ୍ବତା ବଚ୍ଚନଙ୍କ ଝିଅ ନବ୍ୟା ନଭେଲି ନନ୍ଦା । ବର୍ତ୍ତମାନ ସେ  ନିଜ କ୍ୟାରିୟର ଅପେକ୍ଷା ତାଙ୍କ ଲଭ୍ ଲାଇଫକୁ ନେଇ ସେ ଅଧିକ ଚର୍ଚ୍ଚାରେ ରହୁଛନ୍ତି । ନିକଟଲେ ନବ୍ୟା ନଭେଲିଙ୍କ ଭାଇ ଅଗସ୍ତ୍ୟା ନିଜ ଗାର୍ଲଫ୍ରେଣ୍ତକୁ ତଥା ଶାହରୁକ ଖାନଙ୍କ ଝିଅକୁ ଡେଟ କରୁଥିବାର ଖବର ସାମ୍ନାକୁ ଆସିଥିଲା । ହେଲେ ଏହାରି ଭିତରେ ନବ୍ୟା ମଧ୍ୟ ତାଙ୍କ ପ୍ରେମିକ ତଥା ଦି ଆର୍ଚିଜର ଅଭିନେତା ଭେଡାଙ୍ଗ ରାଇନା  ସହ ଥାଇଲାଣ୍ତରେ କ୍ୟାଲିଟି ଟାଇମ୍ ବିତାଉଛନ୍ତି ।ଏନେଇ ଅଭିନେତା ବେଦଙ୍ଗ ରାଇନା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଥାଇଲ୍ୟାଣ୍ତ ଭ୍ୟାକେସନର କିଛି ଫଟୋ ସେୟାର କରିଛନ୍ତି । ଫଟୋରେ ସେ ବିଗ୍ ବିଙ୍କ ନାତୁଣୀ ନବ୍ୟା ନାଭେଲି ନନ୍ଦା, ଅନନ୍ୟା ପାଣ୍ଡେ ଏବଂ ଅନ୍ୟମାନଙ୍କ ସହ ପୋଜ୍ ଦେଇଥିବା ନଜର ଆସିଛନ୍ତି। ସମସ୍ତେ ସେଠାରେ ନୂଆ ବର୍ଷ ଏକାଠି ପାଳନ କରିଛନ୍ତି ବୋଲି କୁହାଯାଉଛି । ନିର୍ଦ୍ଦେଶକ ଜୋୟା ଅଖତର ମଧ୍ୟ ଏଥିରେ ସାମିଲ ହୋଇଥିଲେ।

 

 
 
 
 

 
 
 
 
 
 
 
 
 
 
 

A post shared by Vedang Raina (@vedangraina)

ଏହାବି ପଢନ୍ତୁ : Thalapathy Vijay: ୨୨ ବର୍ଷ ପରେ ପତ୍ନୀଙ୍କ ଠାରୁ ଅଲଗା ହେବେ କି ବିଜୟ?

ଏହାବି ପଢନ୍ତୁ :  Samantha Health Update: ସୁସ୍ଥ ହେଲେ ସାମନ୍ଥା, ଜାଣନ୍ତୁ ଅଭିନେତ୍ରୀଙ୍କୁ ହୋଇଥିବା Myositis ରୋଗ କେତେ ଭୟଙ୍କର !

ଫିଲ୍ମ 'ଦି ଆର୍ଚିଜ୍' ର (The Archies) ଅଭିନେତା ବେଦଙ୍ଗ ରାଇନା ନିକଟରେ ଥାଇଲାଣ୍ତରଫୁ କେଟରେ ଭ୍ୟାକେସନରେ ଥିଲେ । ଯାହାର କିଛି ଫଟୋ ସେ ସେୟାର କରିଛନ୍ତି। ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ସେ ଲେଖିଛନ୍ତି, ହେଲୋ ୨୦୨୩,। ତେବେ ଏହି ଫଟୋରେ ଅଭିନେତା ଜଣକ ଏହ ହ୍ବାଇଟ କର୍ଲର ସାର୍ଟ ପିନ୍ଧିଛନ୍ତି । ଏହାସହ ହାତରେ ଏକ ପଇଡ ଧରି ପୋଜ ମଧ୍ୟ ଦେଇଛନ୍ତି । ଏହା ସହିତ 
ଅଭିନେତା ଜଣକ ଆଉ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ସେହି ଫଟୋ ଗୁଡିକରେ ଅନନ୍ୟା ପାଣ୍ତେ ଓ ନବ୍ୟାଙ୍କ ସହ ମଧ୍ୟ ଫୋଜ୍ ଦେଇଛନ୍ତି ଅଭିନେତା । ଏହି ଫଟୋ ଗୁଡିକ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି । ଫଟୋ ଗୁଡିକ ସାମ୍ନାକୁ ଆସିବା ମାତ୍ରେ ଫ୍ୟାନ୍ସମାନେ କମେଣ୍ଟ ମଧ୍ୟ ଦେଇଛନ୍ତି । 

ଫିଲ୍ମ 'ଦି ଆର୍ଚିଜ୍' ବିଷୟରେ କହିବାକୁ ଗଲେ ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ, ବୋନି କପୁରଙ୍କ ସାନ ଝିଅ ଖୁସି କପୁର ଏବଂ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ଏଥିରେ ଡେବ୍ୟୁ କରିବେ। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମିହିର ଅହୁଜା,ଡଟ୍ ଏବଂ ଯୁବରାଜ ମେଣ୍ଡା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଚଳିତ ବର୍ଷ ଏହି ଚଳଚ୍ଚିତ୍ରଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ତେବେ, ଏହି ଚଳଚ୍ଚିତ୍ରଟି ହେଉଛି  ୧୯୬୦ ର ପ୍ରସିଦ୍ଧ ଆମେରିକୀୟ ବ୍ୟଙ୍ଗ ଆର୍ଚିଜ୍ କମିକ୍ସର ଭାରତୀୟ ଆଡାପ୍ଟେସନ୍। ଭାରତର ଆଙ୍ଗଲୋ ଇଣ୍ଡିଆ ସମ୍ପ୍ରଦାୟ ଉପରେ ଆଧାରିତ  ଏକ କାହାଣୀ ।