Mr Bachchan First Look Poster: ରିଲିଜ୍ ହେଲା ମିଷ୍ଟର ବଚ୍ଚନ ପୋଷ୍ଟର, କ୍ୟାପସନକୁ ନେଇ ଚର୍ଚ୍ଚା
Advertisement
Article Detail0/zeeodisha/odisha2015543

Mr Bachchan First Look Poster: ରିଲିଜ୍ ହେଲା ମିଷ୍ଟର ବଚ୍ଚନ ପୋଷ୍ଟର, କ୍ୟାପସନକୁ ନେଇ ଚର୍ଚ୍ଚା

Mr Bachchan First Look Poster: ରବି ତେଜା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମିଷ୍ଟର ବଚ୍ଚନ'ର ପୋଷ୍ଟର ରିଲିଜ୍ କରିଛନ୍ତି। ପୋଷ୍ଟରରେ ଫିଲ୍ମର ନାମ ଏବଂ ଅଭିନେତାଙ୍କ ଲୁକ୍ ବିଗ୍ ବିଙ୍କ ସହିତ ମେଳ ଖାଉଥିବା ଦେଖାଯାଉଛି ।

Mr Bachchan First Look Poster: ରିଲିଜ୍ ହେଲା ମିଷ୍ଟର ବଚ୍ଚନ ପୋଷ୍ଟର, କ୍ୟାପସନକୁ ନେଇ ଚର୍ଚ୍ଚା

Mr Bachchan First Look Poster: ନୂଆ ଚଳଚ୍ଚିତ୍ର 'ମିଷ୍ଟର ବଚ୍ଚନ'ର ପୋଷ୍ଟର ରିଲିଜ୍ ହୋଇଛି । ପୋଷ୍ଟରରେ ଫିଲ୍ମର ନାମ ସହିତ ଅଭିନେତାଙ୍କ ଜବରଦସ୍ତ ଲୁକ୍ ଦେଖିବାକୁ ମିଳିଛି । ରବି ତେଜା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମିଷ୍ଟର ବଚ୍ଚନ'ର ପୋଷ୍ଟର ରିଲିଜ୍ କରିଛନ୍ତି। ପୋଷ୍ଟରରେ ଫିଲ୍ମର ନାମ ଏବଂ ଅଭିନେତାଙ୍କ ଲୁକ୍ ବିଗ୍ ବିଙ୍କ ସହିତ ମେଳ ଖାଉଥିବା ଦେଖାଯାଉଛି ।

ରବି ତେଜା ତାଙ୍କର ଆଗାମୀ ଚଳଚ୍ଚିତ୍ର 'ମିଷ୍ଟର ବଚ୍ଚନ' ପୋଷ୍ଟର ରିଲିଜ୍ କରି ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛନ୍ତି । ହରିଶ ଶଙ୍କରଙ୍କ ନିର୍ଦ୍ଦେଶିତ ଫିଲ୍ମର ପୋଷ୍ଟରରେ ରବି ତେଜାଙ୍କ ଲୁକ ବହୁତ ୟୁନିକ ଦେଖାଯାଉଛି । ବ୍ଲାକ ଟି-ସର୍ଟ । ବ୍ରାଉନ୍ ଜ୍ୟାକେଟ୍ ଏବଂ ବ୍ଲାକ ସେଡ୍ସ ଲଗାଇ ବାଇକରେ ବସିଥିବା ରବି ତେଜା 'ମିଷ୍ଟର ବଚ୍ଚନ' ପୋଷ୍ଟରରେ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଫିଲ୍ମର ପୋଷ୍ଟର
ରବି ତେଜାଙ୍କ ଫିଲ୍ମର ନାମ ଏବଂ ଏହାର ଲୁକ୍ ସୂଚିତ କରୁଛି କି ଏହି ଚଳଚ୍ଚିତ୍ର ଅମିତାଭ ବଚ୍ଚନଙ୍କ ଦ୍ୱାରା ଅନୁପ୍ରାଣିତ ହେବାକୁ ଯାଉଛି। ଅମିତାଭ ବଚ୍ଚନଙ୍କ ସଂଳାପ - ନାମ ତୋ ସୁନା ହୋଗା ମଧ୍ୟ ପୋଷ୍ଟରରେ ଲେଖାଯାଇଛି ।  ଆପଣଙ୍କୁ ଜଣାଇବୁ କି ରବି ତେଜା ମେଗାଷ୍ଟାର ଅମିତାଭ ବଚ୍ଚନଙ୍କର ଜଣେ ବଡ଼ ପ୍ରଶଂସକ । ନିଜ ଆଇଡଲଙ୍କ ନାମ ଓ ଲୁକ୍ ସହିତ ତାଙ୍କ ନୂଆ ଚଳଚ୍ଚିତ୍ରରେ କାମ କରି ଅଭିନେତା ଖୁସି ବ୍ୟକ୍ତ କରିଛନ୍ତି।

ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ପୋଷ୍ଟର 
ଇନଷ୍ଟାଗ୍ରାମରେ ପୋଷ୍ଟର ସେୟାର କରି ଅଭିନେତା ଲେଖିଛନ୍ତି - ନାମ ତୋ ସୁନା ହୋଗା । ମୋର ପ୍ରିୟ ଅମିତାଭ ବଚ୍ଚନ ସାହାବଙ୍କ ନାଁର ଚରିତ୍ରରେ ଅଭିନୟ କରିବା ଗୌରବର ବିଷୟ । ୟୁଜର୍ସମାନେ ପୋଷ୍ଟରରେ ଭଲପାଇବା ଦେଖାଇଛନ୍ତି । ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

 

 
 
 
 

 
 
 
 
 
 
 
 
 
 
 

A post shared by RAVI TEJA (@raviteja_2628)

ରବି ଏବଂ ହରିଶ ଶଙ୍କର ତୃତୀୟ ଥର ପାଇଁ ଏକାଠି କାମ କରିବେ

ଚଳଚ୍ଚିତ୍ର ମିଷ୍ଟର ବଚ୍ଚନଙ୍କ ସହ ରବି ତେଜା ଏବଂ ହରିଶ ଶଙ୍କରଙ୍କ ଏହା ତୃତୀୟ ସହଭାଗିତା। ଏହାପୂର୍ବରୁ ସେମାନେ ଶକ୍ ଏବଂ ମିରାପାକେରେ ଏକାଠି କାମ କରିଥିଲେ । ଭାଗ୍ୟଶ୍ରୀ ବୋରେସ ମିଷ୍ଟର ବଚ୍ଚନର ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିବେ । ଏହା ଏକ ତେଲୁଗୁ ଚଳଚ୍ଚିତ୍ର, ଯେଉଁଥିରେ ଭାଗ୍ୟଶ୍ରୀ ବୋରସେ ତେଲୁଗୁ ଡେବ୍ୟୁ କରିବାକୁ ଯାଉଛନ୍ତି।

Also Read- Parliament Security Case: ଲକ୍ଷ୍ନୌର ଏହି ଦୋକାନରୁ କିଣାଯାଇଥିଲା ସ୍ପ୍ରେ

Also Read- ଟାଙ୍ଗର ମୁଣ୍ଡା ରାସ୍ତା ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ