Bollywood : ଅଜବ ଫ୍ୟାସନ୍ ପାଇଁ ଚର୍ଚ୍ଚାରେ Urfi Javed , ଖାଲି ଦେହରେ ପିନ୍ଧିଲେ Disco Ball
Advertisement
Article Detail0/zeeodisha/odisha1365440

Bollywood : ଅଜବ ଫ୍ୟାସନ୍ ପାଇଁ ଚର୍ଚ୍ଚାରେ Urfi Javed , ଖାଲି ଦେହରେ ପିନ୍ଧିଲେ Disco Ball

Actress Urfi : ଅଜବ ଫ୍ୟାସନ୍ ପାଇଁ ଚର୍ଚ୍ଚାରେ ଉର୍ଫି ଜାଭେଦ(Actress Urfi) ।  ଉର୍ଫି ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ । 

Bollywood : ଅଜବ ଫ୍ୟାସନ୍ ପାଇଁ ଚର୍ଚ୍ଚାରେ Urfi Javed , ଖାଲି ଦେହରେ ପିନ୍ଧିଲେ  Disco Ball

Actress Urfi : ଅଜବ ଫ୍ୟାସନ୍ ପାଇଁ ଚର୍ଚ୍ଚାରେ ଉର୍ଫି ଜାଭେଦ(Actress Urfi) ।  ଉର୍ଫି ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ । ସେ ନିଜ ବୋଲ୍ଚ ଫ୍ୟାସନ ପାଇଁ ହେଉ କି କୌଣସି ବିବାଦ ପାଇଁ , ସବୁବେଳେ କିଛି ନା କିଛି ନିଜର ଭିଡିଓ ସେ ନିଜ ଇନଷ୍ଟାରେ ସେୟାର କରନ୍ତି । ତାହା ଫୁଣି ଡିଫରେଣ୍ଟ ଲୁକରେ ।  ନିକଟରେ ଉର୍ଫି ତାଙ୍କ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଚାଲିଛି। ବଲିଉଡ୍ ଅଭିନେତ୍ରୀ ଉର୍ଫି ଜାଭେଦ୍ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ତେଲରେ ଆଉ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ ଜଣକ ଏକ ଡିସକୋ ବଲ୍ (disco ball )ରେ ତାଙ୍କ ମୁହଁ ଘୋଡାଇ ଦେଇଛନ୍ତି । ଭିଡିଓରେ ଏହା ମଧ୍ୟ ଦେଖିବାକୁ ମଳିଛି ଯେ, ସେ ଏକ ଡେନିମ ଜିନ୍ସ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଛାତିକୁ କିଛି ଡିସକୋ ବଲରେ ସଜେଇଛନ୍ତି । ବୋଲ୍ଡ ଆନ୍ଦାଜରେ ପୋଜ୍ ଦେଉଛନ୍ତି ।

 

ଓମ୍ ଶାନ୍ତି ଓମ୍ ଫିଲ୍ମର Dil Mein Mere Hai Dard E Disco ଗୀତରେ ନିଆରା ଅନ୍ଦାଜ ଦେଉଛନ୍ତି। ଯେଉଁଥିରେ ଫ୍ୟାନ୍ସଙ୍କ କମେଣ୍ଟ ଆସିଛି ।  ଜଣେ ଫ୍ୟାନସ୍ ଏଥିରେ କମେଣ୍ଟ କରିଛନ୍ତି ଯେ, ପୂଜା ସ୍ପେଶାଲ୍ ଡ୍ରେସ୍ । ଆଉ ଜଣେ ଫ୍ୟାନ୍ସ କମେଣ୍ଟରେ ଲେଖିଛନ୍ତି ଯେ, ସିରିୟସଲି ଓ୍ବାର୍ଡଇଜ୍ ଦିଶ୍ ? ସେହିପରି ଆଉ ଜଣେ ଫ୍ୟାନ୍ସ ମଧ୍ୟ ଉର୍ଫିଙ୍କ ଏ ଭିଡିଓରେ କମେଣ୍ଟ କରିଛନ୍ତି ଯେ, ମାରୋ ମୁଝେ ମାରୋ । ଯେଉଁଥି ପାଉଁ ଉର୍ଫିଙ୍କୁ ଟ୍ରୋଲ ହେବାକୁ ମଧ୍ୟ ପଡିଛି । 

ଏହାବି ପଢନ୍ତୁ : Sim Card ଡ୍ରେସ ପିନ୍ଧିଲେ ଏହି ଅଭିନେତ୍ରୀ : ଫ୍ୟାନ୍ସଙ୍କ ଉଡିଲା ହୋସ୍

 

 
 
 
 

 
 
 
 
 
 
 
 
 
 
 

A post shared by Uorfi (@urf7i)

ନିକଟରେ ସିମ୍ କାର୍ଡରେ ତିଆରି ହୋଇଥିବା ଡ୍ରେସକୁ ପିନ୍ଧି ପୁଣି ଟ୍ରୋଲ ହେଇଥିଲେ ଅଭିନେତ୍ରୀ। । ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଫଟୋରେ ଦେଖିବାକୁ ମିଳିଥିଲା ଯେ, ଉର୍ଫି କ୍ରପଟପ୍ ଓ ମିନିସ୍କର୍ଟ ପିନ୍ଧିଛନ୍ତି । ତାଙ୍କର ଏ ଡ୍ରସଟି ବିଶେଷ କରି ବ୍ଲୁ ଓ ୟେଲୋ କର୍ଲର ସିମ୍ କାର୍ଡ ତିଆରି ହୋଇଛି। ତେବେ ଏ ଡ୍ରେସରେ ପାଖାପାଖି ୨୦୦ ସିମ୍ କାର୍ଡ ବ୍ୟବହାର ହୋଇଛି। ପୂର୍ବରୁ ଭଙ୍ଗା କାଚ, ଅଖା, ସେପଟିପିନରେ ତିଆରି ହୋଇଥିବା ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଆଗକୁ ମଧ୍ୟ ଆସିଥିଲେ । ତେବେ ସେ ଏଭଳି କିଛି ଫ୍ୟାସନ ଆପଣେଇ ସବୁବେଳେ  ବି ଟାଉନ୍ ରେ ଚର୍ଚ୍ଚାରେ ରୁହନ୍ତି ।

 

ଉର୍ଫିଙ୍କ ଏ ଅଡ ଫ୍ୟାସନ ପାଇଁ ଅଭିନେତ୍ରୀ ଚାହାତ ଖାନ୍ନା ମଧ୍ୟ ସମାଲୋଚନା କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା କଣ୍ଟ୍ରୋଭର୍ସି । ଗତ କିଛି ଦିନ ତଳେ କଫି ଉଇଥ୍ କରନ ଶୋ'( Koffee With Karan season 7)କୁ ଯାଇଥିଲେ ହ୍ୟାଣ୍ତସମ୍ ହଙ୍କ୍ ରଣବୀର ସିଂ ଓ ଆଲିଆ ଭଟ୍ଟ । ତେବେ, ଶୋରେ କରନ୍ ଓ ରଣବୀରଙ୍କ ମଧ୍ୟରେ କିଛି ସମୟ ଗସିପ୍ ହୋଇଥିଲା। ଏଥିରେ  ଉର୍ଫିଙ୍କ ଫ୍ୟାସନ୍ କଥା ମଧ୍ୟ ଉଠି ଥିଲା। ଦିର୍ଘ ସମୟ ଧରି ଉର୍ଫିଙ୍କ ଫ୍ୟାସନ ବିଷୟରେ ଚର୍ଚ୍ଚା ହୋଇଥିଲା । ଆଉ ଉର୍ଫିଙ୍କ ଫ୍ୟାସନକୁ କାଫି ତାରିଫ କରିଥିଲେ ରଣବୀର ସିଂ। ଉର୍ଫିଙ୍କୁ ଫ୍ୟାନସ ଆଇନକ୍ ବୋଲି କହିଥିଲେ ରଣବୀର।