Urfi Javed: ପିନ୍ଧିଲେ ବ୍ଲାକ୍ ବିକିନି, ହାତରେ ପଡ଼ିଲା ହ୍ୟାଣ୍ଡକଫ
Advertisement
Article Detail0/zeeodisha/odisha1518047

Urfi Javed: ପିନ୍ଧିଲେ ବ୍ଲାକ୍ ବିକିନି, ହାତରେ ପଡ଼ିଲା ହ୍ୟାଣ୍ଡକଫ

Urfi Javed Bold Video: ବଲିଉଡ ସେନସେସନ୍ ଉର୍ଫି ଜାଭେଦ୍ । ନିଜର ଷ୍ଟାଇଲିସ ଅନ୍ଦାଜ ଓ ସୁନ୍ଦର ହସରେ ସମସ୍ତଙ୍କ ହୃଦୟ ଜିତିଥିବା ଉର୍ଫି ଜାଭେଦ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ । ଉର୍ଫି ଜାଭେଦଙ୍କ ଫଟୋ ଓ ଭିଡିଓକୁ ପ୍ରଶଂସକ ଖୁବ ପସନ୍ଦ କରନ୍ତି । ସେପଟେ ଅଭିନେତ୍ରୀ ବି ନିଜର ପ୍ରଶଂସକଙ୍କୁ ଭିନ୍ନ ଭିନ୍ନ ଅନ୍ଦାଜରେ ଏଣ୍ଟରଟେନମେଣ୍ଟ କରିବାକୁ ଚେଷ୍ଟା କରନ୍ତି ।

Urfi Javed: ପିନ୍ଧିଲେ ବ୍ଲାକ୍ ବିକିନି, ହାତରେ ପଡ଼ିଲା ହ୍ୟାଣ୍ଡକଫ

Urfi Javed Bold Video: ବଲିଉଡ ସେନସେସନ୍ ଉର୍ଫି ଜାଭେଦ୍ । ନିଜର ଷ୍ଟାଇଲିସ ଅନ୍ଦାଜ ଓ ସୁନ୍ଦର ହସରେ ସମସ୍ତଙ୍କ ହୃଦୟ ଜିତିଥିବା ଉର୍ଫି ଜାଭେଦ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ । ଉର୍ଫି ଜାଭେଦଙ୍କ ଫଟୋ ଓ ଭିଡିଓକୁ ପ୍ରଶଂସକ ଖୁବ ପସନ୍ଦ କରନ୍ତି । ସେପଟେ ଅଭିନେତ୍ରୀ ବି ନିଜର ପ୍ରଶଂସକଙ୍କୁ ଭିନ୍ନ ଭିନ୍ନ ଅନ୍ଦାଜରେ ଏଣ୍ଟରଟେନମେଣ୍ଟ କରିବାକୁ ଚେଷ୍ଟା କରନ୍ତି । କେବେ କେବେ ବୋଲ୍ଡନେସର ଜଲଓ୍ବା ଦେଖାନ୍ତି ତ ଆଉ କେତେବେଳେ ଗୀତରେ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ମନ କଣନ୍ତି । ତେବେ, ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଉର୍ଫିଙ୍କ ଆଉ ଏକ ବୋଲ୍ଡ ଭିଡିଓ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡିଆରେ ନିଆଁ ଲାଗିଛି ।

ତେବେ, ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ,ଉର୍ଫି ଜାଭେଦ ଏକ ବ୍ଲାକ କର୍ଲର ବିକିନି ପିନ୍ଧିଛନ୍ତି । ଏହାସହ ନିଆରା ଆନ୍ଦାଜରେ ପୋଜ୍ ମଧ୍ୟ ଦେଉଛନ୍ତି । କଳା ବିକିନିରେ ଉର୍ଫି ଜାଭେଦ ଅଧିକ ହଟ ମଧ୍ୟ ଦେଖାଯାଉଛନ୍ତି। ତାଙ୍କ ଏହି ହଟ ଅବତାରକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରିଛନ୍ତି ପ୍ରଶଂସକ। ଉର୍ଫି କଳା ବିକିନି ସହିତ ହ୍ୟାଣ୍ଡକଫ୍ ପିନ୍ଧି ଥିବା ଦେଖିବାକୁ ମିଳିଛି। ଉର୍ଫି ଜାଭେଦଙ୍କ ଏହି ଲୁକ୍ ବିଷୟରେ କହିବାକୁ ଗଲେ ଅଭିନେତ୍ରୀଙ୍କ ଏହି ଭିଡିଓ ଆଜି ପର୍ଯ୍ୟନ୍ତ ସବୁଠାରୁ ବୋଲ୍ଡ ଏବଂ ହଟ ଭିଡିଓ ଅଟେ । ଏହି ଅଭିନେତ୍ରୀ କଳା ବିକିନି ସହିତ ଲମ୍ବା ବେଣୀ ମଧ୍ୟ କରିବା ସହ ବୋଲ୍ଡ ମେକଅପ୍ ମଧ୍ୟ ନେଇଛନ୍ତି।

 

 
 
 
 

 
 
 
 
 
 
 
 
 
 
 

A post shared by Uorfi (@urf7i)

ଏହିପରି ଖ୍ୟାତି ଲାଭ କରିଥିଲେ ଉର୍ଫି :
ଉର୍ଫି ଜାଭେଦ ଅନେକ ହିଟ୍ ସିରିଏଲରେ କାମ କରିଛନ୍ତି। କିନ୍ତୁ ଉର୍ଫି ସୋସିଆଲ ମିଡିଆରୁ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ଉର୍ଫି ନିଜର ଅତରଙ୍ଗୀ ପୋଷାକ ପରିଧାନ ପାଇଁ ଅଧିକ ଚର୍ଚ୍ଚାରେ ରୁହନ୍ତି । କେବଳ ସାଧାରଣ ଲୋକ ନୁହଁନ୍ତି ବଲିଉଡ ତାରକାମାନେ ମଧ୍ୟ ତାଙ୍କ ଫ୍ୟାଶନ ଷ୍ଟାଇଲକୁ ବହୁତ ପସନ୍ଦ କରନ୍ତି । ନିକଟରେ ଉର୍ଫି ଜାଭେଦ୍ ଫୁଲ, ବ୍ଲେଡ୍, ଅଖା, କୋଲ୍ଡ ଡ୍ରିଙ୍କସ୍ ବୋତଲରଲଠିପି , ଚାବି ଓ ଘଣ୍ଟା, ଏବଂ ମୋବାଇରୁ ରୁ ତିଆରି ପୋଷାକ ପିନ୍ଧି ଚର୍ଚ୍ଚାକୁ ଆସିଥିଲେ ।

ଏହାବି ପଢନ୍ତୁ : Janhvi Kapoor: ବ୍ୟବହାର ଭୁଲିଗଲେ ଶ୍ରୀଦେବୀଙ୍କ ଲାଡଲୀ, ସର୍ବ ସମ୍ମୁଖରେ କଲେ ଏମିତି କିଛି...

ସେହିପରି ନିକଟରେ, ଉର୍ଫିଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିଓରେ ଦେଖିବାକୁ ମିଳିଥିଲା ଯେ ସେ ସାଇକେଲ ଚଲାଉଛନ୍ତି ହେଲେ ହଠାତ୍ ସାଇକେଲ ଚେନ ଛିଡି଼ଯାଉଛି। ସେହି ଛିଡି ଯାଇଥିବା ସାଇକେଲ ଚେନକୁ ଉର୍ଫି ପୋଷାକ କରି ପିନ୍ଧିଥିଲେ। ଯାହାକୁ ଦେଖି ଫ୍ୟାନ୍ସ ଉର୍ଫିଙ୍କ ଉପରେ ରାଗି ଯାଇଥିଲେ । ଆଉ ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ ମାନେ ଲେଖିଛନ୍ତି ଯେ, ଉର୍ଫି ତ ସାଇକେଲ ଚେନରେ ଡ୍ରେସ କରିଦେଲେ । ସେହିପରି ଆଉ ଜଣେ ଟ୍ରୋଲର୍ସ ତାଙ୍କ ଭିଡିଓ ଦେଖି କହିଛନ୍ତି ଯେ, ଏବେ ଉର୍ଫିଙ୍କ ଏମିତି ଫ୍ୟାଶନ ଦେଖି ବାନ୍ତି ଲାଗୁଛି । ସେପଟେ ଆଉ ଜଣେ ଲେଖିଛନ୍ତି ଯେ, ମୋ ସାଙ୍ଗର କୁର୍ତ୍ତା ନାଡା ବି ଢିଲା ହୋଇଗଲାଣି ତାକୁ ନେଇ ଡ୍ରେସ କରି ପିନ୍ଧିଦିଅ। ସେହିପରି ଆଉ ଜଣେ ଲେଖିଛନ୍ତି ଆରେ ଉର୍ଫିଜି ମୋ ସାଇକେଲ ଚେନ (Cycle Chain Dress) ନେଇ ଡ୍ରେସ କରି ପିନ୍ଧିଦେଲେ।