Kumkum Bhagya actress Dies: ସିନେ ଜଗତରେ ଶୋକର ଛାୟା, ପ୍ରାଣ ହାରିଲେ କୁମକୁମ୍ ଭାଗ୍ୟ ସିରିଏଲର ଏହି ଅଭିନେତ୍ରୀ
Advertisement
Article Detail0/zeeodisha/odisha2399736

Kumkum Bhagya actress Dies: ସିନେ ଜଗତରେ ଶୋକର ଛାୟା, ପ୍ରାଣ ହାରିଲେ କୁମକୁମ୍ ଭାଗ୍ୟ ସିରିଏଲର ଏହି ଅଭିନେତ୍ରୀ

Kumkum Bhagya actress Dies: ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ଦୋ ଦିଶାଁ' ୧୯୮୨ ମସିହାରେ ରିଲିଜ ହୋଇଥିଲା। ​​ଯେଉଁଥିରେ ସେ ଶ୍ରୀମତୀ ନିଭାରନ୍ ଶର୍ମା ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ହେମା ମାଳିନୀ, ପ୍ରେମ ଚୋପ୍ରା, ନିରୁପା ରୟ ଏବଂ ଅରୁଣା ଇରାନୀଙ୍କ ପରି ଭେଟେରାନ ଅଭିନେତାମାନେ ଅଭିନୟ କରିଥିଲେ। ଏହା ପରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ କାମ କରିଥିଲେ, ଯେଉଁଥିରେ 'ହମକୋ ତୁମସେ ପ୍ୟାର୍ ହୈ', 'ହମ୍ ତୁମହାରେ ହେଁ ସନମ୍', 'ମୁଝେ କୁଛ କେହନା ହୈ' ଏବଂ 'ଆଦିପୁରୁଷ' ଅନ୍ତର୍ଭୁକ୍ତ।

Kumkum Bhagya actress Dies: ସିନେ ଜଗତରେ ଶୋକର ଛାୟା, ପ୍ରାଣ ହାରିଲେ କୁମକୁମ୍ ଭାଗ୍ୟ ସିରିଏଲର ଏହି ଅଭିନେତ୍ରୀ

Kumkum Bhagya actress Dies: ଟିଭି ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଉ ଏକ ବଡ ତାରକାଙ୍କ ମୃତ୍ୟୁରେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଲୋକପ୍ରିୟ ସିରିଏଲ କୁମ୍କୁମ୍ ଭାଗ୍ୟର ଭେଟେରାନ୍ ଅଭିନେତ୍ରୀ ଆଶା ଶର୍ମା ୮୮ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ଏହି ଭେଟେରାନ୍ ଅଭିନେତ୍ରୀଙ୍କ ଦେହାନ୍ତ ସମସ୍ତଙ୍କୁ ଦୁଃଖର ସାଗରରେ ଭସାଇ ଦେଇଛି।

ଆଶା ଶର୍ମାଙ୍କ କ୍ୟାରିୟର;

ଆଶା ଶର୍ମା ୧୩ ବର୍ଷ ବୟସରେ ଭଏସ୍ ଓଭଲ ଆର୍ଟିଷ୍ଟ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ଦୋ ଦିଶାଁ' ୧୯୮୨ ମସିହାରେ ରିଲିଜ ହୋଇଥିଲା। ​​ଯେଉଁଥିରେ ସେ ଶ୍ରୀମତୀ ନିଭାରନ୍ ଶର୍ମା ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ହେମା ମାଳିନୀ, ପ୍ରେମ ଚୋପ୍ରା, ନିରୁପା ରୟ ଏବଂ ଅରୁଣା ଇରାନୀଙ୍କ ପରି ଭେଟେରାନ ଅଭିନେତାମାନେ ଅଭିନୟ କରିଥିଲେ। ଏହା ପରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ର ଏବଂ ଟିଭି ଶୋ’ରେ କାମ କରିଥିଲେ, ଯେଉଁଥିରେ 'ହମକୋ ତୁମସେ ପ୍ୟାର୍ ହୈ', 'ହମ୍ ତୁମହାରେ ହେଁ ସନମ୍', 'ମୁଝେ କୁଛ କେହନା ହୈ' ଏବଂ 'ଆଦିପୁରୁଷ' ଅନ୍ତର୍ଭୁକ୍ତ।

ଆଶା ଶର୍ମା ଟିଭି ଦୁନିଆରେ ବହୁତ ସକ୍ରିୟ ଥିଲେ:

ଆଶା ଶର୍ମା ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଟିଭି ସିରିଏଲରେ କାମ କରିଛନ୍ତି। ଅଧିକାଂଶ ଶୋ’ରେ ସେ ଜେଜେମା’ଙ୍କ ଭୂମିକାରେ ନଜର ଆସିଥିଲେ। ସେ ଅଭିନେତ୍ରୀ ପୂଜା ଗୌରଙ୍କ ଟିଭି ସୋ 'ମନ୍ କି ଆୱାଜ୍: ପ୍ରତିଜ୍ଞା' ପାଇଁ ବେଶ୍ ଜଣାଶୁଣା। ଏହା ବ୍ୟତୀତ ସେ ସିରିଏଲ 'କୁମ୍କୁମ ଭାଗ୍ୟ'ରେ ମଧ୍ୟ ନଜର ଆସିଛନ୍ତି।

ଆଶା ଏବଂ ଶର୍ମାଙ୍କ ମୃତ୍ୟୁ ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନ ଦ୍ୱାରା ନିଶ୍ଚିତ କରାଯାଇଥିଲା। ଆସୋସିଏସନ ଏହାର ସୋସିଆଲ ମିଡିଆ ଆକାଉଣ୍ଟରେ ସମବେଦନା ଜଣାଇବା ସହ ତାଙ୍କର ଦେହାନ୍ତକୁ ଏକ ବଡ କ୍ଷତି ବୋଲି କହିଛି। ଏହି ଖବର କେବଳ ତାଙ୍କ ପ୍ରଶଂସକ ନୁହଁନ୍ତି ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ଗଭୀର ଦୁଃଖ ଦେଇଛି।

ଏହି ଅଭିନେତ୍ରୀ ଫିଲ୍ମଆଦିପୁରୁଷ’ରେ ମଧ୍ୟ ନଜର ଆସିଥିଲେ:

ଆଶା ଶର୍ମାଙ୍କ ଘନିଷ୍ଠ ବନ୍ଧୁ ତଥା ସହକର୍ମୀ ଟିନା ଘାଇ କହିଛନ୍ତି ଯେ ଗତ ବର୍ଷ 'ଆଦିପୁରୁଷ' ରିଲିଜ୍ ହେବା ପରେ ଆଶା ଶର୍ମାଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା। ସେ ଅନେକ ଥର ସୁସ୍ଥ ହୋଇଥିଲେ ପୁଣି ତାଙ୍କ ଦେହ ଖରାପ ହୋଇଥିଲା।