ବକ୍ସ ଅଫିସରେ ଧମାଲ କରୁଛନ୍ତି ରକି ଭାଇ , ନୂଆ ରେକର୍ଡ ସୃଷ୍ଟି କଲା KGF-2
Advertisement
Article Detail0/zeeodisha/odisha1168772

ବକ୍ସ ଅଫିସରେ ଧମାଲ କରୁଛନ୍ତି ରକି ଭାଇ , ନୂଆ ରେକର୍ଡ ସୃଷ୍ଟି କଲା KGF-2

ସିନେମା ହଲରେ ସୁନାମୀ ଆଣିଛି ୟଶଙ୍କ ଫିଲ୍ମ କେଜିଏଫ ଚାପ୍ଟର ୨ । ହିନ୍ଦୀ ବେଲ୍ଟରେ ଦମଦାର କଲେକସନ କରୁଛି ଫିଲ୍ମ । ରିଲିଜ ପ୍ରଥମ ଦିନରୁ ହିଁ ରେକର୍ଡ ପରେ ରେକର୍ଡ କରୁଛି କେଜିଏଫ-୨

ବକ୍ସ ଅଫିସରେ ଧମାଲ କରୁଛନ୍ତି ରକି ଭାଇ , ନୂଆ ରେକର୍ଡ ସୃଷ୍ଟି କଲା KGF-2

ନୂଆଦିଲ୍ଲୀ:  କନ୍ନଡ ସୁପରଷ୍ଟାର ୟଶ (Superstar Yash)ଙ୍କ ଫିଲ୍ମ କେଜିଏଫ ଚାପ୍ଟର ୨ (KGF Chapter 2) ପୁରା ଦୁନିଆରେ ଧମାଲ କରୁଛି । ସିନେମା ଘରେ ଦର୍ଶକଙ୍କ ଖଚାଖଚ୍ ଭିଡ଼ ପରିଲକ୍ଷିତ ହୋଇଛି । ସାଧାରଣ ଲୋକଙ୍କ ଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି କେବଳ ୟଶଙ୍କ ଫିଲ୍ମ କେଜିଏଫ ଚାପ୍ଟର ୨ ନେଇ  ଚର୍ଚ୍ଚା ହେଉଛି  । ବକ୍ସ ଅଫିସରେ ଏହି ଫିଲ୍ମ ସୁନାମୀ ଆଣିଛି । ରିଲିଜର ପ୍ରଥମ ଦିନରୁ ଫିଲ୍ମ ରେକର୍ଡ ଭାଙ୍ଗିବାରେ ଲାଗିଛି । ଏପ୍ରିଲ ୧୪ରେ ଏହି ଫିଲ୍ମ ରିଲିଜ ହୋଇଥିଲା ।ରିଲିଜର ୧୫ ଦିନ ଭିତରେ ଏହି ଫିଲ୍ମ ଗୋଟିଏ ପରେ ଗୋଟିଏ ପୁରୁଣା ରେକର୍ଡ ଭାଙ୍ଗିବାରେ ଲାଗିଛି ।

 କେଜିଏଫ ଚାପ୍ଟର ୨  ବହୁ ଭାଷାରେ ରିଲିଜ କରାଯାଇଛି  । କନ୍ନଡ , ତାମିଲ , ତେଲୁଗୁ , ମଲୟାଲମ ,ହିନ୍ଦୀ ଭାଷାରେ ରିଲିଜ ହୋଇଛି ଏହି ଫିଲ୍ମ । ଖାସ୍ କରି ହିନ୍ଦୀ ବେଲ୍ଟରେ ଏହି ଫିଲ୍ମ ସର୍ବାଧିକ କଲେକସନ କରୁଛି । କେବଳ ହିନ୍ଦୀ ବେଲ୍ଟରେ ସର୍ବାଧିକ ଆୟ କରିଥିବା ଟପ୍ ୩ ଫିଲ୍ମ ଲିଷ୍ଟରେ ନିଜ ନାଁ ସାମିଲ କରିବାରେ ସଫଳ ହୋଇଛି । କେବଳ ୨ ସପ୍ତାହ ଭିତରେ ହିଁ ଏହି ଫିଲ୍ମ ବଡ଼ ବଡ଼ ଫିଲ୍ମକୁ ବକ୍ସ ଅଫିସରେ ମାତ୍ ଦେଇଛି ।
 ଫିଲ୍ମର ୧୫ତମ ଦିନର କଲେକସନ ସାମ୍ନାକୁ ଆସିଛି । ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଥିବା ଏହି ଫିଲ୍ମ ୧୫ ତମ ଦିନରେ ମଧ୍ୟ ନୂଆ ରେକର୍ଡ ନିଜ ନାଁରେ କରିଛି । ଫିଲ୍ମ ଗୁରୁବାର ୫.୬୮ କୋଟି ଟଙ୍କା କଲେକସନ କରିଛି । ଏହା ସହିତ ଏହି ଫିଲ୍ମର କେବଳ ହିନ୍ଦୀ ସଂସ୍କରଣ ୩୪୮.୮୧ କୋଟି ଟଙ୍କା ରୋଜଗାର କରିସାରିଲାଣି ।

Also Read: KKK-12 : ବିପଦକୁ ସାମ୍ନା କରିବେ ଟିଭିର ସଂସ୍କାରୀ ବୋହୂ

ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଫିଲ୍ମର କଲେକସନ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି ଫିଲ୍ମର ହିନ୍ଦୀ ସଂସ୍କରଣ ଖୁବଶୀଘ୍ର  ୪୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଥିବା ନେଇ ଅନୁମାନ କରୁଛନ୍ତି ସିନେ ସମୀକ୍ଷକ ।ରକି ଭାଇଙ୍କ ଏହି ଦମଦାର ଫିଲ୍ମ ହିନ୍ଦୀ ସୁପରଷ୍ଟାରଙ୍କ ବହୁ ଫିଲ୍ମକୁ ପଛରେ ପକାଇଦେଇଛି । ହିନ୍ଦୀ ବେଲ୍ଟରେ କଲେକସନ ମାମଲାରେ କେଜିଏଫ ଚାପ୍ଟର ୨ ସଲମାନ ଖାନ ଙ୍କ ସୁଲତାନ , ଆମିର ଖାନ  ଙ୍କ ପିକେଏବଂ ରଣବୀର କପୁର ଙ୍କ ସଞ୍ଜୁ ଫିଲ୍ମକୁ ମାତ୍ ଦେଇଛି ।ଏହି ୱିକେଣ୍ଡରେ ଫିଲ୍ମ ୪୦୦ କୋଟି ପାର କରିବ ବୋଲି ସିନେ ସମୀକ୍ଷକ ଅନୁମାନ କରୁଛନ୍ତି ।

 

ରିଲିଜ ପୂର୍ବରୁ ମଧ୍ୟ ୟଶଙ୍କ ଏହି ଫିଲ୍ମ ଟିକେଟ ଆଡଭାନ୍ସ ବୁକିଂରେ ସମସ୍ତ  ରେକର୍ଡକୁ ଭାଙ୍ଗି ଦେଇଛି । ଫିଲ୍ମର ଚାପ୍ଟର ୱାନରୁ ହିଁ ଦେଶବିଦେଶର ଦର୍ଶକଙ୍କ ୟଶଙ୍କ ଦିୱାନା ହୋଇଥିଲେ । ୟଶଙ୍କ ସହ ଚାପ୍ଟର ୨ରେ ସଞ୍ଜୟ ଦତ୍ତ (Sanjay Dutt) ଙ୍କ ଅଧିରା ଅବତାର ମଧ୍ୟ ସିନେମା ଘରେ ଧୁମ୍ ମଚାଉଛି । ଏହି ଫିଲ୍ମରେ  ରବୀନା ଟଣ୍ଡନ (Raveena Tandon) ଏବଂ  ପ୍ରକାଶ ରାଜ (Prakash Raj) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।