Railway Track Facts: କାହିଁକି ରେଳ ଧାରଣାରେ ବିଛା ଯାଇଥାଏ ମୁନିଆ ପଥର? କ'ଣ ରହିଛି ଏହା ପଛରେ ବୈଜ୍ଞାନିକ କାରଣ?
Advertisement

Railway Track Facts: କାହିଁକି ରେଳ ଧାରଣାରେ ବିଛା ଯାଇଥାଏ ମୁନିଆ ପଥର? କ'ଣ ରହିଛି ଏହା ପଛରେ ବୈଜ୍ଞାନିକ କାରଣ?

Railway Ballast Specification: ରେଳ ଧାରଣାରେ ମୁନିିଆ ପଥର ବିଛା ଯାଇଥିବାର ଆପଣ ଦେଖିବାକୁ ପାଇଥିବେ। ହେଲେ କ'ଣ ଆପଣ ଜାଣିଛନ୍ତି  ରେଳ ଧାରଣାରେ ଏପରି ମୁନିଆ ପଛରେ ବୈଜ୍ଞାନିକ କାରଣ ରହିଛି। 

Railway Track Facts: କାହିଁକି ରେଳ ଧାରଣାରେ ବିଛା ଯାଇଥାଏ ମୁନିଆ ପଥର? କ'ଣ ରହିଛି ଏହା ପଛରେ ବୈଜ୍ଞାନିକ କାରଣ?

Railway Track Ballast: ଟ୍ରେନ୍ ଯୋଗେ ଯାତ୍ରା କରିବା ସମୟରେ ଆପଣଙ୍କ ନଜର ରେଳ ଧାରଣା ଉପରେ ନିଶ୍ଚୟ ପଡ଼ିଥିବ। ଯେଉଁଠି ଆପଣ ଦେଖିବାକୁ ପାଇଥିବେ ଯେ ରେଳ ଧାରଣାରେ ତୀକ୍ଷ୍ଣ ଅର୍ଥାତ ମୁନିଆ ପଥର ବିଛା ଯାଇଥାଏ। ହେଲେ ରେଳ ଧାରଣାରେ କାହିଁକି ମୁନିଆ ପଥର ବିଛା ଯାଇଥାଏ ସେ ବିଷୟରେ ଅନେକ ଲୋକ ଜାଣିନଥାନ୍ତି। ହେଲେ ଏହି ପ୍ରଶ୍ନର ସାଧାରଣ ଉତ୍ତରରେ କୁହାଯାଏ ଜବାବରେ କୁହାଯାଏ ଯେ, ଯେତେବେଳେ ଟ୍ରେନ୍ ପ୍ରଥମ ଥର ପାଇଁ ରେଳ ଧାରଣାରେ ଦୌଡ଼ିଲା ସେତେବେଳେ, ସେତେବେଳେ ମଧ୍ୟ ସେହି ମୁନିଆ ରେଲୱେ ଟ୍ରାକ ତଳେ ରଖାଯାଇଥିଲା। ହେଲେ ଯଦି ଆମେ ଏହା ପଛରେ ରହିଥିବା ବୈଜ୍ଞାନିକ କାରଣ ଉପରେ ଆଲୋଚନା କରିବା, ତାହେଲେ ରେଳ ଧାରଣା ତଳେ ତୀକ୍ଷ୍ଣ ଅର୍ଥାତ ମୁନିଆ ପଥର ବିଛାଇବା ପଛରେ ଅନେକ କାରଣ ରହିଛି।

କାହିଁକି ରେଳ ଧାରଣାରେ ବ୍ୟବହୃତ ହୋଇଥାଏ ସ୍ଲିପର୍ସ?
ରେଳ ଧାରଣା (Railway Track) ବାସ୍ତବରେ ଆମକୁ ଯେପରି ଦେଖାଯାଇଥାଏ ତାହା ସେତିକି ସରଳ ନୁହେଁ। ରେଲୱେ ଟ୍ରାକ୍ ତିଆରି (Railway Track Construction) କରିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। ରେଳ ଯାତ୍ରୀଙ୍କ ସୁରକ୍ଷା ସହିତ ଜଡ଼ିତ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଅର୍ଥାତ ରେଲୱେ ଟ୍ରାକ୍ ଅନେକ ସ୍ତରରେ ନିର୍ମିତ ହୋଇଯାଏ। ଯାହାର ନିର୍ମାଣରେ ତୀକ୍ଷ୍ଣ ଅର୍ଥାତ ମୁନିଆ ପଥର ବ୍ୟବହୃତ ହୋଇଥାଏ। କେବଳ ସେତିକି ନୁହେଁ ଆପଣ ନିଶ୍ଚିତ ଭାବରେ ରେଳ ଧାରଣାରେ ଛୋଟ ଛୋଟ ପଟି ରହିଥିବାର ଦେଖିବାକୁ ପାଇଥିବେ। ଯାହା କଂକ୍ରିଟ ଦ୍ୱାରା ନିର୍ମିତ ହୋଇଥାଏ। କଂକ୍ରିଟ ଦ୍ୱାରା ନିର୍ମିତ ଏହି ପଟି ଉପରେ ଲୁହା ନିର୍ମିତ ରେଲୱେ ଟ୍ରାକ (Iron Made Railway Track) ରହିଥାଏ। ଯାହାକୁ ସ୍ଲିପର୍ସ (Railway Sleepers) କୁହାଯାଏ। କଂକ୍ରିଟ ଦ୍ୱାରା ନିର୍ମିତ ସ୍ଲିପର୍ସ (Concrete Made Slippers) କାମ ହେଉଛି ରେଳ ଧାରଣା ଉପରେ ପଡୁଥିବା ବଳ ଏବଂ ଏହାର ଓଜନକୁ ନିୟନ୍ତ୍ରଣ ରଖିବା। ଏହା ବ୍ୟତୀତ ଏହାର ଚାରିପାଖରେ ମୁନିଆ ପଥର ଭର୍ତ୍ତି କରି ରଖା ଯାଇଥାଏ। 

କିପରି ହୋଇଥାଏ ଟ୍ରାକ୍ ବାଲାଷ୍ଟ ଗଠନ?
ରେଳ ଧାରଣାରେ ବିଛା ଯାଉଥିବା ମୁନିଆ ପଥରକୁ ରେଲୱେ ଟ୍ରାକ ବାଲାଷ୍ଟ (Railway Track Ballast) କୁହାଯାଏ। ରେଲୱେ ଟ୍ରାକ ନିର୍ମାଣରେ ଏପରି ତୀକ୍ଷ୍ଣ ପଥର ବ୍ୟବହାର କରିବା ପଛରେ ଅନେକ କାରଣ ରହିଛି। ଟ୍ରେନ ଭାରସାମ୍ୟ ବଜାୟ ରଖିବା ପାଇଁ ରେଲୱେ ଟ୍ରାକ ବାଲାଷ୍ଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଟ୍ରେନ୍ ଟ୍ରାକ୍ ନିର୍ମାଣ କରିବା ପାଇଁ ଭୂମି ସହିତ ପାଞ୍ଚଟି ସ୍ତର ରହିଥାଏ। ସବୁଠାରୁ ଉପରେ କଂକ୍ରିଟ୍ ଷ୍ଟ୍ରିପ୍, ଯାହା ସ୍ଲିପର୍ସ ନାମରେ ଜଣାଶୁଣା ତାହା ରହିଥାଏ। ସ୍ଲିପର୍ସ ତଳେ ଟ୍ରାକ ବାଲାଷ୍ଟ ରହିଥାଏ। ଟ୍ରାକ ବାଲାଷ୍ଟ ସବ୍-ବାଲାଷ୍ଟ ଏବଂ ଏହାର ପରବର୍ତ୍ତୀ ସ୍ତରରେ ସବ୍-ଗ୍ରେଡ୍ ରହିଥାଏ। ସବୁଠୁ ତଳେ ଭୂମି ରହିଥାଏ।

ଯେତେବେଳେ ରେଳ ଧାରଣାରେ ଟ୍ରେନ୍ ଦ୍ରୁତ ଗତିରେ ଦୌଡ଼ିଥାଏ, ସେତେବେଳେ ଏହି ମୁନିଆ ପଥର ଅର୍ଥାତ ଟ୍ରାକ ବାଲାଷ୍ଟ ପରସ୍ପର ସହ ଯୋଡ଼ି ହୋଇ ରହିଥାଏ। ଯେଉଁଥିପାଇଁ ଟ୍ରେନ ରେଳ ଧାରଣା ଉପରେ ଭାରସାମ୍ୟ ବଜାୟ ରଖିଥାଏ। ରେଲୱେ ଟ୍ରାକ ତଳେ ରହୁଥିବା ସ୍ଲିପର୍ସ କଂକ୍ରିଟ ପୂର୍ବରୁ କାଠ ଦ୍ୱାରା ତିଆରି ହେଉଥିଲା। ହେଲେ ପାଣିପାଗ ଏବଂ ବର୍ଷା କାରଣରୁ କାଠ ନିର୍ମିତ ସ୍ଲିପର୍ସ ଖୁବ ଶୀଘ୍ର ନଷ୍ଟ ହୋଇଯାଉଥିଲା। କେବଳ ସେତିକି ନୁହେଁ ଏହାକୁ ବାରମ୍ବାର ବଦଳାଇବାରେ ଅସୁବିଧା ହେଉଥିଲା। ରେଳ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଥିବାରୁ କାଠ ନିର୍ମିତ ସ୍ଲିପର୍ସ ଉପରେ ଅନେକ ଅନୁସନ୍ଧାନ କରିଥିଲା ରେଳବାଇ। 

ରେଳ ଧାରଣାରେ କାହିଁକି ବ୍ୟବହୃତ ହୋଇଥାଏ ମୁନିଆ ପଥର?
ରେଳ ଧାରଣାରେ ମୁନିଆ ପଥର ବ୍ୟବହାର କରାଯାଇଥାଏ। ଏହାର କାରଣ ହେଉଛି ଯଦି ଏହି ମୁନିଆ ପଥର ନଦୀ ଶଯ୍ୟା ଉପରେ ପଡ଼ିଥିବା ପଥର ପରି ଚିକ୍କଣ, ଗୋଲାକାର ହେବ, ତାହେଲେ ଟ୍ରେନ କମ୍ ବେଗରେ ଯାତ୍ରା କରୁଥିଲେ ମଧ୍ୟ ରେଳ ଧାରଣାରେ ଚାଲିବା ବଦଳରେ ରେଲୱେ ଟ୍ରାକ ଠାରୁ ଦୂରେଇ ଯିବ। ରେଳ ଧାରଣାରେ ରହିଥିବା ତୀକ୍ଷ୍ଣ ପଥର ପାଇଁ କଂକ୍ରିଟ୍ ନିର୍ମିତ ସ୍ଲିପର୍ସ  ଅଧିକ ଶକ୍ତିଶାଳୀ ଏବଂ ଦୀର୍ଘସ୍ଥାୟୀ ହୋଇ ରେଳ ଧାରଣାକୁ ଯୋଡ଼ି ରଖିଥାଏ। 

କିପରି ନିର୍ମିତ ହୋଇଥାଏ ରେଲୱେ ଟ୍ରାକ ବାଲାଷ୍ଟ?
ରେଲୱେ ଟ୍ରାକ୍ ବାଲାଷ୍ଟ ତିଆରି କରିବାର ପ୍ରକ୍ରିୟା (Railway Track Ballast Making Process) ବହୁତ ବୈଜ୍ଞାନିକ। ଏଭଳି ବିଶେଷ ଧରଣର ପଥର ତିଆରି ପାଇଁ ଗ୍ରାନାଇଟ୍, ଟ୍ରାପ୍ ରକ୍, କ୍ୱାର୍ଟଜାଇଟ୍, ଡୋଲୋମାଇଟ୍ କିମ୍ବା ଚୂନ ପଥରର ପ୍ରାକୃତିକ ଜମା (Natural Deposits) ବ୍ୟବହୃତ ହୋଇଥାଏ।