Worlds Coldest City: ବିଶ୍ୱରେ ଏପରି ଏକ ସହର଼ ମହଜୁଦ ରହିଛି ଯେଉଁଠି ତାପମାତ୍ରା ହ୍ରାସ ପାଇବା ପ୍ରକ୍ରିୟା କ୍ରମାଗତ ଭାବରେ ଜାରି ରହିଥାଏ।
Trending Photos
World Coldest City of Yakutsk Russia: ଡିସେମ୍ବର ମାସ ଅଧା ହୋଇସାରିବା ପରେ ଏବେ ହାଡ଼ ଭଙ୍ଗା ଶୀତରେ କମ୍ପି ଉଠିଛନ୍ତି ଲୋକେ। କେବଳ ରାତି ବେଳା ନୁହେଁ ବରଂ ବର୍ତ୍ତମାନ ପ୍ରବଳ ଥଣ୍ଡା ମଧ୍ୟ ଦିନ ସମୟରେ ଲୋକଙ୍କୁ ଅସୁବିଧା ବଢାଇ ଦେଇଛି। ଯେଉଁଥିପାଇଁ ଲୋକେ ଶୀତ ବସ୍ତ୍ର ପିନ୍ଧି ବାହାରୁଛନ୍ତି। ଯେଉଁଠି ଦିନର ସର୍ବୋଚ୍ଚ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ହେଲେ କ'ଣ ଆପଣ ବିଶ୍ୱର ସବୁଠାରୁ ଥଣ୍ଡା ସହର ବିଷୟରେ ଜାଣିଛନ୍ତି। ଯେଉଁଠାରେ ଶୀତ ଋତୁରେ ତାପମାତ୍ରା ମାଇନସ୍ ୪୦ ଡିଗ୍ରୀ ରହିଥାଏ। ଏଭଳି ହାଡ଼ ଭଙ୍ଗା ଶୀତରେ ସେଠାରେ ଲୋକେ କିପରି ରହିଥାନ୍ତି?
ମସ୍କୋ ଠାରୁ ପ୍ରାୟ ୫୦୦୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି ୟାକୁତ୍ସକ
ବିଶ୍ୱର ସବୁଠାରୁ ଥଣ୍ଡା ସହର ଭାବରେ ଜଣାଶୁଣା ୟାକୁତ୍ସକ (World Coldest City of Yakutsk)। ଏହି ସହର ବିଶ୍ୱର ସର୍ବବୃହତ୍ତ ଦେଶ କୁହାଯାଉଥିବା ଋଷିଆର ବରଫାଚ୍ଛନ ସାଇବରିଆ ଅଞ୍ଚଳରେ (Siberia Region Russia) ଅବସ୍ଥିତ ରହିଛି। ଋଷିଆ ରାଜଧାନୀ ମସ୍କୋ (Russia Capital Moscow) ଠାରୁ ପ୍ରାୟ ୫୦୦୦ ହଜାର କିଲୋମିଟର ଦୂରରେ ଅବସ୍ଥିତ ରହିଛି ୟାକୁତ୍ସକ ସହର (Yakutsk City Russia)। ଏହି ସହର ବର୍ଷସାରା ବରଫ (Cold Wave in Yakutsk City) ଦ୍ୱାରା ଆବୃତ ହୋଇ ରହିଥାଏ। ୟାକୁତ୍ସକ ସହରରେ ସୂର୍ଯ୍ୟକିରଣ କେବଳ ନାମକୁ ମାତ୍ର ଦୃଶ୍ୟମାନ ହୋଇଥାଏ। ଶୀତ ଋତୁରେ ସବୁବେଳେ ତୁଷାରପାତ ହେଉଥିବାରୁ ୟାକୁତ୍ସକ ସହରର (Snowfall in Yakutsk City) ତାପମାତ୍ରା ସାଧାରଣତ ମାଇନସ୍ ୪୦ ଡିଗ୍ରୀ ରହିଥାଏ। ଏପରିକି ଗ୍ରୀଷ୍ମ ଋତୁରେ ଏଠାରେ ଦିନ ସମୟର ସର୍ବୋଚ୍ଚ ତାପମାତ୍ରା ୫ ଡିଗ୍ରୀ ଠାରୁ ୧୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥାଏ।
ଶୀତ ଋତୁରେ ତାପମାତ୍ରା ହୋଇଯାଏ ମାଇନସ୍ ୫୦ ଡିଗ୍ରୀ
ଶୀତ ଦିନେ ୟାକୁତ୍ସକ ସହରରେ ଜୀବନ ଅତିବାହିତ କରିବା କୌଣସି ସଂଘର୍ଷ ଠାରୁ କମ ନୁହେଁ। ତୁଷାରପାତ ହେତୁ ସେଠାକାର ରାସ୍ତା ସବୁବେଳେ ବରଫ ଦ୍ୱାରା ଆଚ୍ଛାଦିତ ହୋଇ ରହିଥାଏ। ଥଣ୍ଡା ପବନ ଏବଂ କୁହୁଡ଼ି ପାଗ କାରଣରୁ ଲୋକମାନେ ଚାହିଁଲେ ମଧ୍ୟ ଘରୁ ବାହାରକୁ ବାହାରି ପାରନ୍ତି ନାହିଁ। ଶୀତ ଋତୁରେ ୟାକୁତ୍ସକ ସହରର ତାପମାତ୍ରା (Yakutsk City Temperature in Winter Season) ବେଳେବେଳେ ମାଇନସ୍ ୫୦ ଡିଗ୍ରୀ ଠାରେ ପହଞ୍ଚିଯାଏ। ଏଭଳି ପାଗରେ ଯଦି କୌଣସି ବ୍ୟକ୍ତି ପର୍ଯ୍ୟାପ୍ତ ପରିମାଣର ଶୀତ ବସ୍ତ୍ର ବିନା ଘରୁ ବାହାରକୁ ବାହାରିଥାନ୍ତି, ତାହେଲେ ତାଙ୍କ ରକ୍ତ ଜମା ହୋଇଯିବା ସହ ହୃଦଘାତ କାରଣରୁ ତାଙ୍କର ପ୍ରାଣ ଚାଲି ଯାଇପାରେ।
Also Read: Interesting Facts: ବିଶ୍ୱର ଅଦ୍ଭୂତ ଦେଶ ଯେଉଁଠି ଏକତ୍ର ଖିଆଯାଏ ସକାଳ ଜଳଖିଆ ଏବଂ ରାତ୍ରୀ ଭୋଜନ
ଖାଦ୍ୟ ପାଇଁ କରିବାକୁ ପଡ଼େ ବହୁତ ସଂଘର୍ଷ
ଶୀତ ଋତୁ ବିଶ୍ୱର ସବୁଠାରୁ ଥଣ୍ଡା ସହର ଭାବରେ ଜଣାଶୁଣା ୟାକୁତ୍ସକ ବାସିନ୍ଦାଙ୍କ ପାଇଁ ଅନେକ ବଡ଼ ଆହ୍ୱାନ ସୃଷ୍ଟି କରିଥାଏ। ଯେଉଁଥିରେ ସବୁଠାରୁ ବଡ ଆହ୍ୱାନ ହେଉଛି ଖାଦ୍ୟ ସଂଗ୍ରହ। କ୍ରମାଗତ ଭାବରେ ତୁଷାରପାତ କାରଣରୁ ଏଠାରେ ଚାଷ କରିବା ସମ୍ଭବ ପର ହୋଇନଥାଏ। ମାଂସ ନାମରେ ମଧ୍ୟ କେବଳ ଗଚ୍ଛିତ କରି ରଖାଯାଇଥିବା ମାଛ ଉପଲବ୍ଧ ହୋଇଥାଏ। ଏଭଳି ପରିସ୍ଥିତିରେ ଶୀତ ଋତୁରେ ବଞ୍ଚିବା ପାଇଁ ଥଣ୍ଡା ଆରମ୍ଭ ହେବା ପୂର୍ବରୁ ଖାଦ୍ୟ ସଂଗ୍ରହ କରିବା ଆରମ୍ଭ କରି ଦେଇଥାନ୍ତି ୟାକୁତ୍ସକ ସହରର ଲୋକ।
ଲଗାତାର ଭାବେ ଷ୍ଟାର୍ଟ କରି ରଖିବାକୁ ପଡେ ଗାଡ଼ି
ଶୀତ ଦିନେ ୟାକୁତ୍ସକ ସହରରେ ପ୍ରବଳ ତୁଷାରପାତ ହେତୁ ରାସ୍ତାରେ ଗାଡି ଚଳାଇବା ଅତ୍ୟନ୍ତ ବିପଦଜନକ ହୋଇଯାଏ। ଏଠାରେ ଅତ୍ୟଧିକ ନିମ୍ନ ତାପମାତ୍ରା ହେତୁ ଲୋକଙ୍କୁ ନିଜ ଗାଡ଼ିର ଇଞ୍ଜିନ ସବୁବେଳେ ଷ୍ଟାର୍ଟ କରି ରଖିବାକୁ ପଡିଥାଏ। ଯଦି ସେମାନେ ଅଧା ଘଣ୍ଟା ପାଇଁ ଭୁଲ ବଶତଃ କୌଣସି ଗାଡ଼ିର ଇଞ୍ଜିନ୍ ବନ୍ଦ କରିଦିଅନ୍ତି, ତାହେଲେ ଶୀତଦିନେ ପୁନର୍ବାର ଗାଡ଼ି ଷ୍ଟାର୍ଟ କରିବା ପ୍ରାୟତଃ ଅସମ୍ଭବ ହୋଇଯାଏ।