କୋଭିଡ ସେଣ୍ଟରର ଖାଦ୍ୟରେ ବିଛା
Advertisement
Article Detail0/zeeodisha/odisha722066

କୋଭିଡ ସେଣ୍ଟରର ଖାଦ୍ୟରେ ବିଛା

ପାରଳାଖେମୁଣ୍ଡି ବେତାଗୁଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ରାତ୍ରି  ଭୋଜନ ପାଇଁ  ଖାଦ୍ୟ ପୁଡିଆ ଦିଆଯାଇଥିବା ବେଳେ ଆକ୍ରାନ୍ତ ଜଣକ ପୁଡିଆ ଖୋଲିବା ବେଳକୁ ସେଥିରୁ ଏକ ମଲା ବିଛା ରହିଥିବା ଦେଖିବାକୁ ପାଇଥିଲେ ।

ଫାଇଲ ଫଟୋ

ସୁଜିତ ବିଷୋୟୀ, ଗଜପତି: ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା କୋରୋନା ଆକ୍ରାନ୍ତଙ୍କୁ ଦିଆଯାଇଥିବା ଖାଦ୍ୟରେ ବିଛା । ପାରଳାଖେମୁଣ୍ଡି ବେତାଗୁଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ରାତ୍ରି  ଭୋଜନ ପାଇଁ  ଖାଦ୍ୟ ପୁଡିଆ ଦିଆଯାଇଥିବା ବେଳେ ଆକ୍ରାନ୍ତ ଜଣକ ପୁଡିଆ ଖୋଲିବା ବେଳକୁ ସେଥିରୁ ଏକ ମଲା ବିଛା ରହିଥିବା ଦେଖିବାକୁ ପାଇଥିଲେ । ଫଳରେ ସେହି  ରୁମରେ ରହିଥିବା ଅନ୍ୟ ଆକ୍ରାନ୍ତ ମାନେ ମଧ୍ୟ ଖାଇନଥିଲେ ।

କିନ୍ତୁ ଏହା ପୂର୍ବରୁ ଅନ୍ୟ ରୁମରେ ଥିବା କିଛି ଆକ୍ରାନ୍ତ ବ୍ୟକ୍ତି ଖାଦ୍ୟ ଖାଇ ସାରିଥିଲେ । ବିଳମ୍ବିତ ରାତି ହୋଇଥିବାରୁ ଅଭିଯୋଗ ପରେ ମଧ୍ୟ ଖାଇବାକୁ ଆଉ ପାଇନଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ କୋରୋନା ପରିଚାଳନାରେ ଅବ୍ୟବସ୍ଥା ସମ୍ପର୍କରେ ବାରମ୍ୱାର ଅଭିଯୋଗ ପରେ ମଧ୍ୟ ପ୍ରଶାସନର ଅବହେଳା କରୁଥିବା ଅଭିଯୋଗ ହେଉଛି ।