ସହରାଂଚଳ ଏବଂ ଗ୍ରାମାଂଚଳରେ କୋଭିଡ୍ ନିୟମ (Covid Guideline) ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବେ ବିଡିଓ, ତହସିଲଦାର ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ । ଲୋକେ ସତର୍କତା ଅବଲମ୍ବ ନ କଲେ କିମ୍ବା କୋଭିଡ୍ କଟକଣା ନମାନିଲେ ଅନ୍ୟ ରାଜ୍ୟ ଭଳି ପୁଣି ଥରେ ଲକ ଡାଉନ ଏବଂ ସର୍ଟ ଡାଉନ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।
Trending Photos
ଭୁବନେଶ୍ବର: କୋରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବେ ଆକ୍ସନ ମୁଡ୍ କୁ ପୁଣି ଥରେ ଫେରିଛି । ସଂକ୍ରମଣ ଉପରେ ରୋକ ଲଗାଇବା ଲାଗି ପୂର୍ବ ପ୍ରସ୍ତୁତି ପୁଣି ଥରେ ଆରମ୍ଭ କରିବା ସହ ମାସ୍କ ବ୍ୟବହାର କୁ କଡ଼ାକଡ଼ି କରାଯାଇଛି ।
ସହରାଂଚଳ ଏବଂ ଗ୍ରାମାଂଚଳରେ କୋଭିଡ୍ ନିୟମ (Covid Guideline) ପାଳନ ହେଉଛି କି ନାହିଁ ତାହାର ତଦାରଖ କରିବେ ବିଡିଓ, ତହସିଲଦାର ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ । ଲୋକେ ସତର୍କତା ଅବଲମ୍ବ ନ କଲେ କିମ୍ବା କୋଭିଡ୍ କଟକଣା ନମାନିଲେ ଅନ୍ୟ ରାଜ୍ୟ ଭଳି ପୁଣି ଥରେ ଲକ ଡାଉନ ଏବଂ ସର୍ଟ ଡାଉନ ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହ ଶ୍ରମିକ ମାନେ ପେରି ଅଂଶୁଘାତ ରେ ମୁକ୍ତି ପାଇବେ ସେଥିପାଇଁ ସୁବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଥିଲା ।
Also Read: ତିନି ଥର ଫେଲ ହେଲା Landing, ଏକ ଘଣ୍ଟା ଧରି ବିମାନରେ ପଡ଼ିଗଲା କାନ୍ଦ ବୋବାଳି
ସେପଟେ କୋରୋନା ମହାମାରୀ କେସ ସାରା ଦେଶରେ ଓ ଆମ ରାଜ୍ୟରେ ବଢିଥିବା ନେଇ ମଧ୍ୟ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି । ଭୁବନେଶ୍ୱର XIMBରେ ୨୧ ପଜିଟିଭ୍ କେସ ବାହାରିବା ପରେ ବିଭିନ୍ନ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସଚେତନତା ଚାଲିଛି। RTPCR, contact tracing ଓ survelliance ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛୁ। ମୁଖ୍ୟତଃ ବାହାର ରାଜ୍ୟରୁ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ହୋମ ଆଇସୋଲେସନକୁ ଅଧିକ ଗୁରୁତ୍ୱ ଦିଆଯାଉଛି କାରଣ ଅଧିକାଂଶ ଲକ୍ଷଣ ବିହୀନ। ବିଭିନ୍ନ ପର୍ଯ୍ୟାୟରେ ନିୟମ କଡ଼ାକଡ଼ି କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। କଟକଣା ବଢ଼ିପାରେ, ଉଚ୍ଚସ୍ତରରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ। ଲକଡାଉନ କି ନାଇଟ କର୍ଫ୍ୟୁ ହେବ, ସେ ନେଇ ନିଷ୍ପତ୍ତି ସରକାର ନେବେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର ।