Google surgical strike:ଗୁଗଲର ସର୍ଜିକାଲ ଷ୍ଟ୍ରାଇକ୍ ! ପ୍ଲେ ଷ୍ଟୋରରୁ ହଟିବ Shaadi.com ସମେତ ୧୦ଟି ଆପ୍
Advertisement
Article Detail0/zeeodisha/odisha2138067

Google surgical strike:ଗୁଗଲର ସର୍ଜିକାଲ ଷ୍ଟ୍ରାଇକ୍ ! ପ୍ଲେ ଷ୍ଟୋରରୁ ହଟିବ Shaadi.com ସମେତ ୧୦ଟି ଆପ୍

ଗୁଗଲ ପ୍ଲେ ଷ୍ଟୋରର ବିଲିଂ ସମସ୍ୟାକୁ ନେଇ  ପୁଣି ଥରେ ମାମଲା ଗରମ ହୋଇଛି । ଆମେରିକୀୟ ପ୍ଲେ ଷ୍ଟୋର କମ୍ପାନୀ ବିଲ୍ ପୈଠ କରୁନଥିବା ଆପ୍ ଡେଭଲପର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ପ୍ଲେ ଷ୍ଟୋରରୁ ୧୦ଟି ଭାରତୀୟ କମ୍ପାନିର ଆପ୍ କୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି ଗୁଗୁଲ୍ ।

SOCIAL MEDIA

Google surgical strike: ଗୁଗଲ ପ୍ଲେ ଷ୍ଟୋରର ବିଲିଂ ସମସ୍ୟାକୁ ନେଇ  ପୁଣି ଥରେ ମାମଲା ଗରମ ହୋଇଛି । ଆମେରିକୀୟ ପ୍ଲେ ଷ୍ଟୋର କମ୍ପାନୀ ବିଲ୍ ପୈଠ କରୁନଥିବା ଆପ୍ ଡେଭଲପର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି। ପ୍ଲେ ଷ୍ଟୋରରୁ ୧୦ଟି ଭାରତୀୟ କମ୍ପାନିର ଆପ୍ କୁ ହଟାଇବା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି ଗୁଗୁଲ୍ । ଏଥିରେ Naukri.com, Shaadi.com, 99acres.com ଭଳି ଲୋକପ୍ରିୟ ଆପ୍ ର ନାମ ରହିଛି। ସର୍ଚ୍ଚ ଇଞ୍ଜିନ କମ୍ପାନୀ କହିଛି ଯେ ଏହି ଆପ୍ ଡେଭେଲପରମାନେ ଏହାର ଗାଇଡଲାଇନକୁ ଗ୍ରହଣ କରିନାହାଁନ୍ତି, ତେଣୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।

ଗୁଗଲ ପ୍ଲେ ଷ୍ଟୋରର ପେମେଣ୍ଟ ପଲିସିକୁ ଅପଡେଟ୍ କରିଛି ଗୁଗୁଲ । ଏହି ଭାରତୀୟ କଂପାନିମାନେ ପ୍ଲେ ଷ୍ଟୋରର ସର୍ଭିସ୍ ଫି' ପୈଠ କରିନାହାନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଗୁଗଲ ନିଜର ପ୍ଲେ ଷ୍ଟୋରରୁ ୧୦ଟି ଭାରତୀୟ ଆପକୁ ହଟାଇ ଦେଉଛି । ଏହି କଂପାନିଗୁଡ଼ିକ ଗୁଗୁଲକୁ ସର୍ଭିସ ଫି' ପୈଠ କରିବାରେ କ୍ରମାଗତ ଭାବେ ବିଫଳ ହେଉଛନ୍ତି।

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିବ ଏହି ଆପଗୁଡିକ

ପ୍ଲେ ଷ୍ଟୋରରୁ ଗୁଗୁଲ ଯେଉଁ ୧୦ଟି ଆପ୍ କୁ ହଟାଇବ ସେଥିରେ Shaadi.com, କ୍ୱେକ୍ କ୍ୱେକ୍, ଷ୍ଟେଜ୍, Naukri.com ଭଳି ଇନଫୋଏଜ୍ ମାଲିକାନାରେ ଥିବା ଆପ୍ ଏବଂ 99acres.com ଭଳି ନାମ ରହିଛି। ସୂଚନାଯୋଗ୍ୟ, ସର୍ଭିସ ଫିକୁ ନେଇ ଭାରତୀୟ ଷ୍ଟାର୍ଟଅପ୍ ଏବଂ ଗୁଗୁଲ୍ ମଧ୍ୟରେ ବିବାଦ ଲାଗି ରହିଛି। ଏହି ଷ୍ଟାର୍ଟଅପ୍ କହିଛି ଯେ ଗୁଗଲର ସର୍ଭିସ ଫି ବହୁତ ଅଧିକ ।

ଗୁଗୁଲର ଅଧିକ ଫି'କୁ ବିରୋଧ

ପ୍ଲେ ଷ୍ଟୋରରୁ ଇନ୍ ଆପ୍ କ୍ରୟ ଏବଂ ଆପ୍ ଡାଉନଲୋଡ୍ ଉପରେ ଗୁଗୁଲ୍ ୨୬% ପର୍ଯ୍ୟନ୍ତ ସର୍ଭିସ୍ ଫି' କାଟିଥାଏ, ଯାହାକୁ ଷ୍ଟାର୍ଟଅପ୍ ମାନେ ବିରୋଧ କରନ୍ତି। ପେମେଣ୍ଟ ପଲିସି ଅଧୀନରେ ଗୁଗୁଲ ନିଜ ବ୍ଲଗ ପୋଷ୍ଟରେ ଏହି ଆପକୁ ହଟାଇବା ନେଇ ନିଶ୍ଚିତ କରିଛି । ତେବେ ଏହି ବ୍ଲଗ୍ ପୋଷ୍ଟରେ କଂପାନି କୌଣସି କମ୍ପାନିର ନାମ ଉଲ୍ଲେଖ କରିନାହିଁ।

୩ ବର୍ଷ ସମୟ ଦେଲେ

ଗୁଗୁଲ୍ ଏକ ବ୍ଲଗ୍ ପୋଷ୍ଟରେ କହିଛି ଯେ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି କମ୍ପାନୀଗୁଡ଼ିକୁ ୩ ବର୍ଷ ୩ ସପ୍ତାହ ସମୟ ଦେବା ପରେ ଆମେ ଆବଶ୍ୟକ ପଦକ୍ଷେପ ନେଇଛୁ। ଏହା କମ୍ପାନୀର ପଲିସିକୁ କାର୍ଯ୍ୟକାରୀ କରିବାରେ ସହାୟକ ହେବ ବୋଲି ଗୁଗଲ ବିଶ୍ୱାସ କରୁଛି । ଯଦି ବିଶ୍ୱର କୌଣସି ସ୍ଥାନରେ ଆମ ନୀତି ଉଲ୍ଲଂଘନ ହୁଏ ତେବେ ଆମେ ଏହା କରିଥାଉ ।