Irfan Pathan:ଇରଫାନ ଦେଖାଇଲେ ପତ୍ନୀଙ୍କ ଚେହେରା, ୟୁଜର୍ସ କହିଲେ ଇସଲାମକୁ ଭୁଲିଗଲେ
Advertisement

Irfan Pathan:ଇରଫାନ ଦେଖାଇଲେ ପତ୍ନୀଙ୍କ ଚେହେରା, ୟୁଜର୍ସ କହିଲେ ଇସଲାମକୁ ଭୁଲିଗଲେ

ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ୍ ସୋସିଆଲ ମିଡିଆରେ ହଠାତ୍ ଟ୍ରେଣ୍ଡକରିବା ଆରମ୍ଭ କରିଛନ୍ତି। ଇରଫାନ ନିକଟରେ ତାଙ୍କ ବିବାହ ବାର୍ଷିକୀ ଅବସରରେ ଏକ ଫଟୋ ସେୟାର କରି ଟ୍ରେଣ୍ଡ୍ ଓ ଟ୍ରୋଲ୍ ହେଉଛନ୍ତି । ଇରଫାନ ପଠାନ ତାଙ୍କ ପତ୍ନୀ ସଫା ବାଗଙ୍କ ସହ ନିଜର ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ  ପ୍ରଥମ ଥର ପାଇଁ  ନିଜ ପତ୍ନ

SOCIAL MEDIA

Irfan Pathan:

ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ୍ ସୋସିଆଲ ମିଡିଆରେ ହଠାତ୍ ଟ୍ରେଣ୍ଡକରିବା ଆରମ୍ଭ କରିଛନ୍ତି। ଇରଫାନ ନିକଟରେ ତାଙ୍କ ବିବାହ ବାର୍ଷିକୀ ଅବସରରେ ଏକ ଫଟୋ ସେୟାର କରି ଟ୍ରେଣ୍ଡ୍ ଓ ଟ୍ରୋଲ୍ ହେଉଛନ୍ତି । ଇରଫାନ ପଠାନ ତାଙ୍କ ପତ୍ନୀ ସଫା ବାଗଙ୍କ ସହ ନିଜର ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ  ପ୍ରଥମ ଥର ପାଇଁ  ନିଜ ପତ୍ନୀଙ୍କ ଚେହେରା ମଧ୍ୟ ଦୁନିଆକୁ ଦେଖାଇଥିଲେ।  ଏପର୍ଯ୍ୟନ୍ତ ସେ ପ୍ରତିଥର ବୁର୍ଖା ପିନ୍ଧିଥିବା ପତ୍ନୀଙ୍କ ଫଟୋ ସେୟାର କରୁଥିଲେ। ତେବେ ଇରଫାନଙ୍କ ଏହି ଫଟୋ ସେୟାରକୁ ମୁସଲିମ ରୁଢିବାଦୀ ସହଜରେ ନେଇ ନାହାନ୍ତି। ସେମାନେ ଏହାକୁ ନେଇ ଇରଫାନକୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଇରଫାନଙ୍କ ଏମିତି କାମ ପାଇଁ ଇସଲାମ ବିପଦରେ ବୋଲି କହିବାକୁ ମଧ୍ୟ ଏହି ଟ୍ରୋଲର ମାନେ ପଛାଇ ନାହାନ୍ତି।

ଇରଫାନ ପଠାନ ଏହି ଫଟୋ ସେୟାର କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିନ୍ତୁ କିଛି ଲୋକଙ୍କୁ ଏହା ପସନ୍ଦ ଆସିନଥିଲା, ଯେଉଁଥିପାଇଁ ଇରଫାନ ପଠାନଙ୍କ ପୋଷ୍ଟ ରେ ଅନେକ ଅଶ୍ଳୀଳ ମନ୍ତବ୍ୟ ଦିଆଯାଇଛି ଏବଂ ଏପରିକି ଲୋକମାନେ ଇରଫାନଙ୍କୁ ଇସଲାମର ଦ୍ୱାହି ଦେଇ  ଫଟୋକୁ ଡିଲିଟ୍ କରିବାକୁ କହିଛନ୍ତି ।

ଇରଫାନ ପଠାନଙ୍କ ପୋଷ୍ଟରେ ଆସିଥିବା କମେଣ୍ଟରେ ଲୋକେ ନିଜର କ୍ରୋଧ ପ୍ରକାଶ କରିଛନ୍ତି । କିଛି ଲୋକ ଲେଖିଛନ୍ତି ଯେ ଭାଇ ତାଙ୍କୁ (ଇରଫାନଙ୍କ ପତ୍ନୀ) ପରଦାରେ ରହିବାକୁ ଦେଇଥାନ୍ତେ, କିଛି ଲୋକ ଏଭଳି ମୁସଲମାନମାନଙ୍କୁ ଦେଖି ଲଜ୍ଜା ଲାଗୁଛି ବୋଲି ଲେଖିଛନ୍ତି।  ଫଟୋ ସେୟାର କରିଥିବାରୁ ଅନେକ ଲୋକ ଇରଫାନ ପଠାନଙ୍କୁ ଗାଳି ଗୁଲଜ କରିବା ସହ କହିଛନ୍ତି ଯେ ଯଦି ପରଦା ହଟାଇବାର ଥିଲା  ତେବେ ଏତେଦିନ ପରଦାରେ  କାହିଁକି ରଖିଥିଲ ବୋଲି ପ୍ରଶ୍ନ କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ ଇରଫାନ ପଠାନ ଏବଂ ସଫା ବେଗ ୨୦୧୬ ରେ ବିବାହ କରିଥିଲେ, ସଫା ବେଗ ହାଇଦ୍ରାବାଦର ବାସିନ୍ଦା ଏବଂ ଜଣେ ମଡେଲ ଅଟନ୍ତି । ଦୁହେଁ ମକ୍କାରେ ବିବାହ କରିଥିଲେ ଏବଂ ବର୍ତ୍ତମାନ ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି । କ୍ରିକେଟରୁ ଅବସର ନେବା ପରେ ଇରଫାନ ପଠାନ ଟିଭି କମେଣ୍ଟ୍ରି କରିବା ସହ ସୋସିଆଲ ମିଡିଆରେ ରିଲ୍ ମଧ୍ୟ ପୋଷ୍ଟ କରନ୍ତି।

ଇରଫାନ ପଠାନଙ୍କୁ ଭାରତର ଶ୍ରେଷ୍ଠ ଅଲରାଉଣ୍ଡର ଙ୍କ ମଧ୍ୟରେ ଗଣନା କରାଯାଏ, ତାଙ୍କ ପରେ ଟିମ୍ ଇଣ୍ଡିଆ ପାଖରେ କୌଣସି ଦ୍ରୁତ ବୋଲର ଅଲରାଉଣ୍ଡର ନାହାନ୍ତି ଯିଏ ଦୀର୍ଘ ଦିନ ଧରି ତିନୋଟି ଫର୍ମାଟରେ ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିପାରିବେ ।