Modi-Maloni chemestry: ମୋଦି- ମାଲୋନି କେମେଷ୍ଟ୍ରି,ଜଳୁଛନ୍ତି ଜିଙ୍ଗ୍ ପିଙ୍ଗ୍
Advertisement

Modi-Maloni chemestry: ମୋଦି- ମାଲୋନି କେମେଷ୍ଟ୍ରି,ଜଳୁଛନ୍ତି ଜିଙ୍ଗ୍ ପିଙ୍ଗ୍

Modi-Meloni chemestry: ଭାରତ ଓ ଇଟାଲୀ ମଧ୍ୟରେ ରଣନୈତିକ ସମ୍ପର୍କ କ୍ରମାଗତ ଭାବେ ସୁଦୃଢ଼ ହେବାରେ ଲାଗିଛି, ଦୁଇ ଦେଶ ମଧ୍ୟରେ ବନ୍ଧୁତା କେତେ ସୁଦୃଢ଼, ଶୁକ୍ରବାର ୟୁଏଇରେ ଏହା ପୁଣି ଥରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମାଲୋନି ପରସ୍ପରକୁ ଭେଟିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

SOCIAL MEDIA

Modi-Meloni Chemistry: ଭାରତ ଓ ଇଟାଲୀ ମଧ୍ୟରେ ରଣନୈତିକ ସମ୍ପର୍କ କ୍ରମାଗତ ଭାବେ ସୁଦୃଢ଼ ହେବାରେ ଲାଗିଛି, ଦୁଇ ଦେଶ ମଧ୍ୟରେ ବନ୍ଧୁତା କେତେ ସୁଦୃଢ଼, ଶୁକ୍ରବାର ୟୁଏଇରେ ଏହା ପୁଣି ଥରେ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମାଲୋନି ପରସ୍ପରକୁ ଭେଟିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତ ଓ ଇଟାଲୀ ମଧ୍ୟରେ ବଢୁଥିବା ବନ୍ଧୁତ୍ୱ ଚୀନରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ଏକ ବଡ ଝଟକା ବୋଲି ବିଶ୍ୱାସ କରାଯାଉଛି ।  କାରଣ ଇଟାଲୀ ନିକଟରେ ଚୀନର ମହତ୍ୱାକାଂକ୍ଷୀ ପ୍ରକଳ୍ପ ବିଆରଆଇରୁ ଓହରିଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁବାଇରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମାଲୋନିଙ୍କୁ ଭେଟିଛନ୍ତି। ଦୁଇ ଦେଶ ମଧ୍ୟରେ ଏକ ସ୍ଥାୟୀ ଓ ସମୃଦ୍ଧ ଭବିଷ୍ୟତ ପାଇଁ ଭାରତ ଓ ଇଟାଲୀ ମଧ୍ୟରେ ସହଯୋଗପ୍ରୟାସ ପାଇଁ ମୁଁ ଉତ୍ସାହିତ ବୋଲି ସେ କହିଛନ୍ତି। ଖାସ୍ କଥା ହେଉଛି କୋପ୍  ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ନିଜେ ପ୍ରଧାନମନ୍ତ୍ରୀଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସ ର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍ ନିମନ୍ତ୍ରଣ କରିଥିଲେ।

ଜି-୨୦ ସମ୍ମିଳନୀରେ ମଧ୍ୟ ଭଲ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା।
ୟୁଏଇରେ କୋପ୍ ଶିଖର ସମ୍ମିଳନୀ  ପୂର୍ବରୁ ଜି-୨୦ ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମାଲୋନିଙ୍କ ମଧ୍ୟରେ ଭଲ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ସେହି ସମୟରେ  ପିଏମ ମୋଦି ଓ ମାଲୋନି ପରସ୍ପରକୁ ବେସ ଉଷ୍ମତା ସହିତ  ଭେଟିଥିଲେ ଏବଂ ଦୀର୍ଘ ସମୟ ବାର୍ତ୍ତାଳପ କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ମଧ୍ୟ ହୋଇଥିଲା, ଯେଉଁଥିରେ ବାଣିଜ୍ୟ, ପ୍ରତିରକ୍ଷା ଏବଂ ପ୍ରଯୁକ୍ତି ବିଦ୍ୟା ଭଳି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ଲେଖାଯାଇଥିଲା- 'ପିଏମ ମାଲନିଙ୍କ ସହ ସାକ୍ଷାତ ବହୁତ ଭଲ ଥିଲା। ଆମ ଆଲୋଚନାରେ ବାଣିଜ୍ୟ, ବାଣିଜ୍ୟ, ପ୍ରତିରକ୍ଷା ଆଦି କ୍ଷେତ୍ର ଉପରେ ଆଲୋଚନା ହୋଇଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମାଲୋନି ଲେଖିଥିଲେ ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା, ସେ ଭାରତର ଭବିଷ୍ୟତ ତିଆରି କରୁଛନ୍ତି, ଯିଏ କି ଇଟାଲୀର ସବୁଠାରୁ ନିକଟତମ ଏବଂ ଭାରତର ଭଲ ଇତିହାସ ଲେଖୁଥିବା ଭଲ ବ୍ୟକ୍ତି ଅଟନ୍ତି। 

କାହିଁକି ଈର୍ଷା କରୁଛନ୍ତି ଜିନପିଙ୍ଗ?
ଭାରତ ଏବଂ ଇଟାଲୀ ମଧ୍ୟରେ କ୍ରମାଗତ ସୁଦୃଢ଼ ସମ୍ପର୍କ ଚୀନ୍ ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ ହୋଇଛି, ବିଶେଷ କରି ଇଟାଲୀ ନିକଟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଡ୍ରିମ୍ ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ)ରୁ ଓହରିଯିବା କୁ ଘୋଷଣା କରିଛି। ଖାସ୍ କଥା ହେଉଛି ଚୀନର ଡ୍ରିମ୍ ପ୍ରୋଜେକ୍ଟରୁ ନିଜକୁ ଦୂରେଇ ରଖିଥିବା ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଗିଆ ମାଲୋନି ମଧ୍ୟପ୍ରାଚ୍ୟ କରିଡର ପାଇଁ ଆଗ୍ରହ ଦେଖାଇଛନ୍ତି। ଏହି କରିଡର ଭାରତ, ଆମେରିକା ଏବଂ ୟୁଏଇ ମଧ୍ୟରେ ହେବ, ଯେଉଁଥିରେ ନେପାଳ ଏବଂ ବାଂଲାଦେଶ ବ୍ୟତୀତ ଇଟାଲୀ, ଫ୍ରାନ୍ସ, ଜର୍ମାନୀରୁ ସାମଗ୍ରୀ ରପ୍ତାନି କରାଯିବ ।

ମାଲୋନି ପ୍ରଧାନମନ୍ତ୍ରୀ ହେବା ମାତ୍ରେ ବିଆରଆଇକୁ ବିରୋଧ କରିଥିଲେ
ଇଟାଲୀ ୨୦୧୯ରେ ଚୀନର ବିଆରଆଇ ପ୍ରକଳ୍ପ ସ୍ୱାକ୍ଷର କରିଥିଲା । କିନ୍ତୁ  ଜୋର୍ଜିଆ ମାଲୋନି ଇଟାଲୀର ପ୍ରଧାନମନ୍ତ୍ରୀ ହୋଇଥିଲେ, ସେତେବେଳେ ସେ ଏହାକୁ ବିରୋଧ କରିଥିଲେ। ସେପ୍ଟେମ୍ବରମାସରେ ଇଟାଲୀ ବୈଦେଶିକ ମନ୍ତ୍ରୀ ଯେତେବେଳେ ଚୀନ୍ ଗସ୍ତରେ ଯାଇଥିଲେ, ସେତେବେଳେ ସେ ପ୍ରଥମେ ବିଆରଆଇରୁ ଓହରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମାଲୋନି ଖୋଲାଖୋଲି ଭାବେ ଘୋଷଣା କରିଥିଲେ ଯେ ସେ ଚୀନର ବେଲ୍ଟ ଆଣ୍ଡ ରୋଡ୍ ପ୍ରୋଜେକ୍ଟରୁ ବାହାରିବାକୁ ଚାହୁଁଛନ୍ତି, କାରଣ ଇଟାଲୀ ଏହି ପ୍ରକଳ୍ପରୁ ଉପକୃତ ହୋଇନାହିଁ । ଏହି ଘୋଷଣା ପରେ ଚୀନ ମାଲୋନିଙ୍କୁ ବୁଝାଇବା ପାଇଁ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କୁ ଇଟାଲି ପଠାଇଥିଲା ଏବଂ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା ।

ମାଲୋନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱର ସବୁଠାରୁ ପ୍ରିୟ ନେତା ବୋଲି ବର୍ଣ୍ଣନା କରିଥିଲେ
ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ରାଇସିନା ଡାଇଲଗର ଅଷ୍ଟମ ସଂସ୍କରଣରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମାଲୋନିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା। ଦିଲ୍ଲୀରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ମାଲୋନି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦୁନିଆର ସବୁଠାରୁ ପ୍ରିୟ ନେତା ବୋଲି ବର୍ଣ୍ଣନା କରିଥିଲେ। ମାଲୋନି କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ କେତେ ବଡ଼ ନେତା ତାହା ପ୍ରମାଣିତ ହୋଇଛି। ମାଲୋନିଙ୍କ କଥା ଶୁଣିବା ପରେ ପ୍ରଧାନମନ୍ତ୍ରୀ ମୋଦି ହସୁଥିବାର ଦେଖିବାକୁ ମିଳିଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତ ଓ ଇଟାଲୀ ମଧ୍ୟରେ ୭୫ ବର୍ଷ ଧରି କୂଟନୈତିକ ସମ୍ପର୍କ ରହିଛି, କିନ୍ତୁ ପ୍ରତିରକ୍ଷା ସମ୍ପର୍କ ନାହିଁ। ଏବେ ଆମେ ଏହାକୁ ଆରମ୍ଭ କରୁଛୁ। ଏହି ବୈଠକରେ ଭାରତ ଓ ଇଟାଲୀ ମଧ୍ୟରେ ଏକ ଷ୍ଟାର୍ଟଅପ୍ ବ୍ରିଜ୍ ମଧ୍ୟ ଘୋଷଣା କରାଯାଇଥିଲା।