ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଦେଶର ସେନା ଉପମୁଖ୍ୟ
Advertisement

ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଦେଶର ସେନା ଉପମୁଖ୍ୟ

ଚୀନ ଓ ପାକିସ୍ତାନ ସୀମା (Pakistan Border) କୁ ଲାଗିଥିବା ସୀମାରେଖା ଉପରେ କାର୍ଯ୍ୟ କରିବାରେ ଚଣ୍ଡୀ ପ୍ରସାଦ ମହାନ୍ତି (Chandi Parasad Mohanty) ଙ୍କର ସ୍ୱତନ୍ତ୍ର ଅଭିଜ୍ଞତା ଅଛି। ଅତୀତରେ ଆସାମ (Assam) ରେ ହୋଇଥିବା ଆତଙ୍କବାଦୀ ନିରୋଧି ଅଭିଯାନରେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। 

ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଦେଶର ସେନା ଉପମୁଖ୍ୟ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ, PMO, IMD ପରେ ଭାରତୀୟ ସେନାରେ ଆଉ ଜଣେ ଓଡିଆ ପୁଅଙ୍କୁ ମିଳିଳା ବଡ ଦାୟିତ୍ୱ। ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଦେଶର ୪୨ତମ ସେନା ଉପମୁଖ୍ୟ। ସେନାମୁଖ୍ୟ ହେବାରେ ସେ ହେଉଛନ୍ତି ପ୍ରଥମ ଓଡିଆ। ଏସ୍‌.କେ. ସାଇନିଙ୍କ ସ୍ଥାନ ନେବେ ଓଡ଼ିଆ ଅଫିସର ଚଣ୍ଡୀ ପ୍ରସାଦ। ଜାନୁଆରି ୩୧ରେ ଏସ୍‌.କେ. ସାଇନି ଅବସର ନେବେ।

ଗତବର୍ଷ ଭାରତୀୟ ସେନା (Indian Army) ର ଦଷିଣ କମାଣ୍ଡର ମୁଖ୍ୟ ଭାବେ ଚଣ୍ଡୀ ପ୍ରସାଦ ମହାନ୍ତି ଦାୟୀତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ସେ ତ୍ରୀଶକ୍ତି କର୍ପର (Eastern Command) କମାଣ୍ଡର ଥିଲେ। ଚୀନ ଓ ପାକିସ୍ତାନ ସୀମା (Pakistan Border) ରେ କାର୍ଯ୍ୟ କରିବାରେ ଚଣ୍ଡୀ ପ୍ରସାଦ (Chandi Parasad Mohanty) ଙ୍କର ସ୍ୱତନ୍ତ୍ର ଅଭିଜ୍ଞତା ଅଛି। ଅତୀତରେ ଆସାମ (Assam) ରେ ହୋଇଥିବା ଆତଙ୍କବାଦୀ ନିରୋଧି ଅଭିଯାନରେ ମଧ୍ୟ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ଏହା ବ୍ୟତୀତ, କଙ୍ଗୋରେ ଏକ ବହୁରାଷ୍ଟ୍ରୀୟ ସୈନ୍ୟ ଦଳର ମଧ୍ୟ ସେ ନେତୃତ୍ୱ ନେଇସାରିଛନ୍ତି। 

Also Read: Balakot Airstrike ଭାଇରାଲ ଚାଟ୍; ଗିରଫ ହେବେ ବରିଷ୍ଠ ସାମ୍ବାଦିକ!

ଜଗତସିଂହପୁର (Jagatsinghpur) ଜିଲ୍ଲା  ଜୟବଡ଼ରେ ଜନ୍ମିତ ଚଣ୍ଡୀ ପ୍ରସାଦ ମହାନ୍ତି ଅବସରପ୍ରାପ୍ତ ପ୍ରାଶାସନିକ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି ଓ ସ୍ୱର୍ଗତ ପ୍ରଫେସର ଡଃ. ସାରଦା ମହାନ୍ତିଙ୍କ ପୁତ୍ର। ବାଗସାହି ୟୁପି ସ୍କୁଲରୁ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରି ସେ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜ (ଦେହରାଦୁନ) ଏବଂ NDAରୁ ପେଶାଦାରୀ ଶିକ୍ଷା ଗ୍ରହଣ କରିଥିଲେ। M.phil ଏବଂ ମାଷ୍ଟର୍ସ ଇନ୍ ମ୍ୟାନେଜମେଣ୍ଟ (Masters in Management)  ଡିଗ୍ରୀ ଧାରଣ କରିଥିବା ଚଣ୍ଡୀ ପ୍ରସାଦ Defence Services Staff College, Wellington ରୁ ମଧ୍ୟ ସ୍ନାତ୍ତକ ଡିଗ୍ରୀ ହାସଲ କରିଛନ୍ତି। 

fallback

ଜୁନ ୧୯୮୨ରୁ ଚଣ୍ଡୀ ପ୍ରସାଦ ମହାନ୍ତି ଭାରତୀୟ ସେନାରେ କାର୍ଯ୍ୟରତ ଅଛନ୍ତି। ପ୍ରଥମେ ଜଣେ Liutenant ଭାବରେ ସେ ରାଜପୁତ ରେଜିମେଣ୍ଟରେ ଯୋଗ ଦେଇଥିଲେ। ଏହାପରେ ମହାନ୍ତି Captain, Major, Lt.Colonel, Colonel, Brigadier, Major Gen. ଏବଂ Lt.General ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ଭାରତ ସରକାର ତାଙ୍କୁ ଅତି ବିଶିଷ୍ଟ ସେବା ମେଡାଲ, ବିଶିଷ୍ଟ ସେବା ମେଡାଲ ଓ ସେନା ମେଡାଲରେ ସମ୍ମାନୀତ କରିଛନ୍ତି।