ବିଧାୟକ ଶିଖିବେ ନୌସେନାର ଯୁଦ୍ଧ କୌଶଳ
Advertisement
Article Detail0/zeeodisha/odisha811875

ବିଧାୟକ ଶିଖିବେ ନୌସେନାର ଯୁଦ୍ଧ କୌଶଳ

ଆଇନ ପ୍ରଣୟନ କାର୍ଯ୍ୟ କରୁଥିବା ଗଣତନ୍ତ୍ରର ଏହି ପ୍ରମୁଖ ନେତାମାନେ ଯୁଦ୍ଧ କୌଶଳ ଦେଖିବା ସହ କିଛି ବିଶେଷ ଅନୁଭବ ନେବେ।

ବିଧାୟକ ଶିଖିବେ ନୌସେନାର ଯୁଦ୍ଧ କୌଶଳ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ବ୍ଯସ୍ତ ରାଜନୈତିକ ଜୀବନରୁ ବାହାରି ସମୁଦ୍ରର ନୀଳ ଜଳରାଶିରେ ବୁଲିବେ ବିଧାୟକ, ମନ୍ତ୍ରୀ। କୋବଳ ବୁଲିବେନି ସେମାନେ ନୌସେନା ଜାହାଜରେ ଯୁଦ୍ଧ କୌଶଳ ଦେଖିବେ ଏବଂ ଶିଖିବେ। ବିଧାନସଭା ପକ୍ଷରୁ ଏଭଳି କିଛି ବିଶେଷ ଆୟଜନ କରାଯାଇଛି।

ସୂଚନା ପ୍ରକାରେ ମଙ୍ଗଳବାର ସକାଳ ସାଢେ ଛଅଟାରେ ୧୨୦ରୁ ଊର୍ଦ୍ଧ୍ୱ ବିଧାୟକ ୪ଟି ସ୍ବତନ୍ତ୍ର ବସ ଯୋଗେ ପାରାଦ୍ବୀପ (Paradeep) ଅଭିମୁଖେ ଯାତ୍ରା କରିବେ। ସେଠାରେ ୯ଟା ସୁଦ୍ଧା ପହଂଚି ବାଚସ୍ପତି (Odisha Speaker) ଙ୍କ ସମେତ ସମସ୍ତ ମନ୍ତ୍ରୀ, ବିଧାୟକ ନୌସେନାର ତିନୋଟି ଯୁଦ୍ଧ ଜାହାଜରେ ଗଭୀର ସମୁଦ୍ରକୁ ଯାତ୍ରା କରିବେ। ସମୁଦ୍ର ମଧ୍ଯକୁ ପାଖାପାଖି ୧୦୦ କିଲୋମିଟର ଯିବେ। ଏହି ସମୁଦ୍ର ଯାତ୍ରା ମଧ୍ଯରେ ନୌସେନା (Indian Navy) ର ଯୁଦ୍ଧ ସରଂଜାମ, ଯୁଦ୍ଧ କୌଶଳ ଏବଂ ଯୁଦ୍ଧ ସମୟରେ ଜାହାଜରେ ହେଲିକ୍ଯାପ୍ଟର ଆଦି କିଭଳି ଉଡାଣ କରେ ଏସବୁକୁ ଦେଖିବେ।

Also Read: ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଯୁଦ୍ଧଂଦେହୀ ଡାକରା

ଦିନ ୯ଟାରୁ ୪ଟା ପର୍ଯ୍ଯନ୍ତ ଯୁଦ୍ଧ ଜାହାଜ (War ship) ମଧ୍ଯରେ ସମସ୍ତ ବିଧାୟକ, ମନ୍ତ୍ରୀ ସମୟ ବିତାଇବେ। ଏପରିକି ଜାହାଜ ମଧ୍ଯରେ ଜଳଖିଆ ସହିତ ମଧ୍ଯାହ୍ଣ ଭୋଜନ ଆଦି ସମସ୍ତ ବ୍ଯବସ୍ଥା କରାଯାଇଛି। ସେଥିରେ ନୌସେନାର ଅଧିକାରୀ ମଧ୍ୟ ସାମିଲ ହେବ। ପ୍ରଥମଥର ପାଇଁ ସମସ୍ତ ବିଧାୟକ (Odisha MLA) ଙ୍କୁ ନେଇ ଏଭଳି ଆୟୋଜନ କରାଯାଇଥିବାରୁ ସବୁ ଦଳର ବିଧାୟକମାନେ ବେଶ ଖୁସି ଅଛନ୍ତି।

ଆଇନ ପ୍ରଣୟନ କାର୍ଯ୍ୟ କରୁଥିବା ଗଣତନ୍ତ୍ରର ଏହି ପ୍ରମୁଖ ନେତାମାନେ ଯୁଦ୍ଧ କୌଶଳ ଦେଖିବା ସହ କିଛି ବିଶେଷ ଅନୁଭବ ନେବେ ବୋଲି ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର (Surya Narayan Patra) କହିଛନ୍ତି।  ବିଭିନ୍ନ ସମୟରେ କିଛି ବିଧାୟକ ଏବଂ ମନ୍ତ୍ରୀ ଭିନ୍ନ ଭିନ୍ନ ଭାବେ ସମୁଦ୍ର ବୁଲିବାର ମଜା ନେଇଛନ୍ତି। କିନ୍ତୁ ଯୁଦ୍ଧ ଜାହାଜରେ ଏଭଳି ଏକା ସାଙ୍ଗରେ ସମସ୍ତ ବିଧାୟକ ସମୁଦ୍ର ବୁଲିବାର ଅନୂଭୂତି ପ୍ରଥମ। ଏପରିକି ରାଜନୈତିକ କ୍ଷେତ୍ରରେ ପରସ୍ପର ବିରୋଧାଭାଷୀ। କିନ୍ତୁ ଏହି ଟୁର୍ ସେମାନଙ୍କୁପ ଏକାଠି କରିବାର ସୁଯୋଗ ଆଣି ଦେଇଛି।