ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଯୁଦ୍ଧଂଦେହୀ ଡାକରା
Advertisement
Article Detail0/zeeodisha/odisha811755

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଯୁଦ୍ଧଂଦେହୀ ଡାକରା

ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ। ରାଜ୍ୟ ଶାସନରେ ସ୍ବଚ୍ଛତାକୁ ଗୁରୁତ୍ବ ନଦେଲେ ସବୁ ମୁଲ୍ୟହୀନ ହୋଇଯିବ। ତେଣୁ ଦୁର୍ନୀତିର ମୂଳୋତ୍ପାଟନ କରିବାକୁ ହେବ। 

ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଯୁଦ୍ଧଂଦେହୀ ଡାକରା

ଭୁବନେଶ୍ୱର: ସୋମବାର BJDର ରାଜ୍ୟ ପରିଷଦ ବୈଠକ ବସିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ନେତା-ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି। ପୂର୍ବପରି ସେ zero toleranceକୁ ଗୁରୁତ୍ୱ ଦେବା ସହ ଦୁର୍ନୀତି ବିରୋଧରେ ଲଢେଇ (Fight against corrption) ପାଇଁ ଆହ୍ୱାନ ଦେଇଛନ୍ତି।

BJD ର ରାଜ୍ୟ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ (Naveen Patnaik) କହିଛନ୍ତି:-

  • ଦୁର୍ନୀତି ଲଢେଇରେ ଆମ ସରକାର ବିଶ୍ୱାସ କରେ।
  • ଗରିବି, ଆଞ୍ଚଳିକ ବୈଷମ୍ୟ, ରୋଗ, ବିପର୍ଯ୍ୟୟ ବିରୋଧରେ ଆମେ ଲଢେଇ କରିଛୁ।
  • ଦୁର୍ନୀତି ରୋକିବାକୁ ନିଆଯିବ କଡା ଆଭିମୁଖ୍ୟ।
  • ଦୁର୍ନୀତି ବିରୋଧରେ ସାଲିସବିହୀନ ଲଢେଇ ଜୋରଦାର ହେବ।
  • ବର୍ଷେ ମଧ୍ୟରେ ୯୧ ଜଣଙ୍କ ଚାକିରି ବନ୍ଦ କରିଛୁ।
  • BJDର ସମସ୍ତ ନେତା ଓ ସବୁ ସରକାରୀ ବାବୁ ନିଜ ସମ୍ପତ୍ତି ତାଲିକା ଦେବେ।
  • ତୃଣମୂଳ ସ୍ତରରୁ ଉଚ୍ଚ ପଦସ୍ତ ଯାଏଁ ସମସ୍ତଙ୍କ ସମ୍ପତ୍ତି ତାଲିକା ପ୍ରତିବର୍ଷ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ।
  • ଡିସେମ୍ବର ୨୬ରେ ନିର୍ବାଚନସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ହେବ।
  • ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ନାଁ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ କରିବାକୁ ପ୍ରସ୍ତାବ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ, ଦୁର୍ନୀତି ହିଁ ବିକାଶର ସବୁଠାରୁ ବଡ଼ ଶତ୍ରୁ। ରାଜ୍ୟ ଶାସନରେ ସ୍ବଚ୍ଛତାକୁ ଗୁରୁତ୍ବ ନଦେଲେ ସବୁ ମୁଲ୍ୟହୀନ ହୋଇଯିବ। ତେଣୁ ଦୁର୍ନୀତିର ମୂଳୋତ୍ପାଟନ କରିବାକୁ ହେବ। ଦୁର୍ନୀତିଖୋରଙ୍କ ସମ୍ପତ୍ତି ବାଜ୍ୟାପ୍ତିରେ ଆମ ରାଜ୍ୟ ଓଡିଶା ସବୁଠୁ ଆଗରେ। ଓଡ଼ିଶାବାସୀଙ୍କ ହସ ଓ ବିଶ୍ବାସ BJDର ପୁଞ୍ଜି।

Also Read: ପୌର ନିର୍ବାଚନ ପୂର୍ବରୁ ନବୀନଙ୍କ ଟାର୍ଗେଟରେ ମୋଦି

ତେବେ ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ (Pradip Panigrahi) ଙ୍କ ଗିରଫ ପରେ ବିଜେଡି ସରକାରଙ୍କ ଦୁର୍ନୀତି ବିରୋଧି ଲଢେଇ କଥା ମନେ ପଡିଥିବା କୁହାଯାଇଛି। ଏହା ପ୍ରଥମ ଥର ନୁହେଁ ପୂର୍ବରୁ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକୁ ଦୁର୍ନୀତି ବିରୋଧି ଲଢେଇ କଥା କହିଛନ୍ତି। କିଛି ଭିଜିଲାନ୍ସ ହାତରେ ଧରା ପଡୁଛନ୍ତି, ତ ଆଉ କିଛି ଅଭୟ ପାଠକ (Abhay Pathak) ଙ୍କ ଭଳି କଳାଟଙ୍କାର ପାହାଡ ତିଆରି କରୁଛନ୍ତି। ଆଉ ସେହି ତାଲିକାରେ ସାମିଲ ହୋଇଥିଲେ ବିଧାୟକ ପ୍ରଦୀପ। ସେ ଆୟକର ରିଟର୍ଣ୍ଣସରେ ୫ ଲକ୍ଷ ଟଙ୍କା ଦେଖାଇ ଥିବା ବେଳେ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକସନ ହୋଇଥିଲା। ସରକାର ଜାଣିବା ପରେ ନିଜ ବିଧାୟକଙ୍କ ବିରୋଧ ନେଇଛନ୍ତି କଠୋର ପଦକ୍ଷେପ।