ଲାଲୁ କହିଲେ ହାକୁଟି ଆସୁଛି, ମୋଦି ସରକାରରୁ କିଏ ବୋଧେ ମନେପକାଉଛି
Advertisement
Article Detail0/zeeodisha/odisha605098

ଲାଲୁ କହିଲେ ହାକୁଟି ଆସୁଛି, ମୋଦି ସରକାରରୁ କିଏ ବୋଧେ ମନେପକାଉଛି

ରେଳ ବିଭାଗ ଉପରେ ସିଏଜି ରିପୋର୍ଟକୁ ନେଇ ଲାଲୁଙ୍କ ଟ୍ୱିଟ । ରେଳ ବିଭାଗ ଏବେ କ୍ଷତିରେ ଚାଲିଥିବା ସିଏଜି ରିପୋର୍ଟ କହୁଛି । ଆଉ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ତେରଛା ତୀର ମାରିଛନ୍ତି ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ମଜାଳିଆ ଅନ୍ଦାଜରେ କଥା କହି ସବୁବେଳେ ବେଶ ଚର୍ଚ୍ଚିତ ରହୁଥିବା ଲାଲୁ ମଜାଳିଆ ଢଙ୍ଗରେ ସରକାରଙ୍କୁ କଟାକ୍ଷ କରିଛନ୍ତି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ରେଳ ବିଭାଗ ଉପରେ ସିଏଜି ରିପୋର୍ଟକୁ ନେଇ ଲାଲୁଙ୍କ ଟ୍ୱିଟ । ରେଳ ବିଭାଗ ଏବେ କ୍ଷତିରେ ଚାଲିଥିବା ସିଏଜି ରିପୋର୍ଟ କହୁଛି । ଆଉ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ତେରଛା ତୀର ମାରିଛନ୍ତି ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ମଜାଳିଆ ଅନ୍ଦାଜରେ କଥା କହି ସବୁବେଳେ ବେଶ ଚର୍ଚ୍ଚିତ ରହୁଥିବା ଲାଲୁ ମଜାଳିଆ ଢଙ୍ଗରେ ସରକାରଙ୍କୁ କଟାକ୍ଷ କରିଛନ୍ତି । 

ଟ୍ୱିଟ କରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ କହିଛନ୍ତି, ବୋଧେ ମୋତେ ଏବେ କେହି ମନେପକାଉଛନ୍ତି । ବହୁତ ହାକୁଟି ଆସୁଛି । ରେଳ ମନ୍ତ୍ରୀ ଥିବା ବେଳେ ରେଳ ବିଭାଗ ପ୍ରତି ଲାଲୁଙ୍କ ବେଶ ଅବଦାନ ରହିଥିଲା । ଯେଉଁ କଥାକୁ ଇଙ୍ଗିତ କରି ସେ ଏପରି କହିଛନ୍ତି । କାହିଁକିନା ସିଏଜି ରିପୋର୍ଟ କହୁଛି, ବିଗତ ୧୦ ବର୍ଷ ମଧ୍ୟରେ ରେଲୱେ କ୍ଷତି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । 

ଏବେ ସଂସଦରେ ରେଳ ବିଭାଗ ଉପରେ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇଥିଲା । ଏହି ରିପୋର୍ଟ ଅନୁସାରେ ୨୦୧୫-୧୬ରେ ରେଲୱେ ପରିଚାଳନା ଅନୁପାତ ୯୦ ପ୍ରତିଶତ ରହିଥିଲା । ୨୦୧୬-୧୭ରେ ଏହା ୯୬ ପ୍ରତିଶତ ଥିଲା । ତେବେ ୨୦୧୭-୧୮ ଆର୍ଥିକ ବର୍ଷରେ ଏହା ୯୮ ପ୍ରତିଶତରେ ପହଞ୍ଚିଛି । ଅତ୍ୟଧିକ ପରିଚାଳନା ଖର୍ଚ୍ଚ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । 

ଆହୁରି ପଢନ୍ତୁ; 'ବିଜେପିର ବଳ ମୋଦି , ରାହୁଲ କଂଗ୍ରେସର ଏକ ଦୁର୍ବଳତା'