'ବିଜେପିର ବଳ ମୋଦି , ରାହୁଲ କଂଗ୍ରେସର ଏକ ଦୁର୍ବଳତା'
Advertisement
Article Detail0/zeeodisha/odisha604943

'ବିଜେପିର ବଳ ମୋଦି , ରାହୁଲ କଂଗ୍ରେସର ଏକ ଦୁର୍ବଳତା'

ଭାରତୀୟ ଜନତା ପାର୍ଟିର ବଳ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି କଂଗ୍ରେସର ଦୁର୍ବଳତା ରାହୁଲ ଗାନ୍ଧୀ । ଜନତା ଆମକୁ କେବଳ ଆମକୁ ଜନାଦେଶ ଦେଇନାହାଁନ୍ତି, ଆଶିର୍ବାଦ ମଧ୍ୟ ଦେଇଛନ୍ତି । ତେଣୁ ଆମ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି । ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅବସରରେ ଏଭଳି କିଛି କହିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶାହନବାଜ ହୁସେନ । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବଳ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି କଂଗ୍ରେସର ଦୁର୍ବଳତା ରାହୁଲ ଗାନ୍ଧୀ । ଜନତା ଆମକୁ କେବଳ ଆମକୁ ଜନାଦେଶ ଦେଇନାହାଁନ୍ତି, ଆଶିର୍ବାଦ ମଧ୍ୟ ଦେଇଛନ୍ତି । ତେଣୁ ଆମ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଛନ୍ତି । ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅବସରରେ ଏଭଳି କିଛି କହିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶାହନବାଜ ହୁସେନ । 

ବିଜେପିରେ ସଂଖ୍ୟାଲଘୁଙ୍କ ସଂଖ୍ୟା କମ କି ? ଏଭଳି ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ କହିଥିଲେ, ଏହା ଏକ ଭ୍ରମ ଧାରଣ । ଭାରତୀୟ ଜନତା ପାର୍ଟିରେ ବହୁ ପରିମାଣରେ ସଂଖ୍ୟାଲଘୁ ଅଛନ୍ତି । ଅନ୍ୟ ଦଳ ତୁଳନାରେ ବିଜେପିରେ ସଂଖ୍ୟାଲଘୁଙ୍କ ସଂଖ୍ୟା ଅଧିକ ବୋଲି କହିଥିଲେ ଶାହନବାଜ ହୁସେନ । 

fallback

ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏହି ନିର୍ବାଚନ ବେଶ ମହତ୍ୱପୂର୍ଣ୍ଣ । ଖୁଣ୍ଟି ଏବଂ ଜମଶେଦପୁରରେ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର ସଭାରେ ପ୍ରବଳ ଲୋକଙ୍କ ସମାଗମ ହୋଇଥିଲା । ଏଥର ରାଜ୍ୟରେ ବିଜେପି ୬୫ ପାର କରିବ ବୋଲି କହିଛନ୍ତି ଶାହନବାଜ । 

ସେହିପରି କଂଗ୍ରେସ-ଜେଏମଏମ-ଆରଜେଡି ମେଣ୍ଟକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି ବିଜେପି ପ୍ରବକ୍ତା । ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ମହାମେଣ୍ଟ ଗଠନ ହୋଇଥିଲା । ମାତ୍ର ଏପରି ମେଣ୍ଟ ପରାଜୟ ବରଣ କରିଥିଲା ବୋଲି କହିଛନ୍ତି ଶାହନବାଦ । ଏଥର ବିଜେପି ଝାଡଖଣ୍ଡରେ ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇଛି । 

ଆହୁରି ପଢନ୍ତୁ; ଆଜି ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି