ଇଂରାଜୀ ଦିଦିଙ୍କ 'ଅସମ୍ଭାଳ' ଜ୍ଞାନ, ଧାଡିଏ ବି ପଢି ପାରିଲେନି
Advertisement
Article Detail0/zeeodisha/odisha603388

ଇଂରାଜୀ ଦିଦିଙ୍କ 'ଅସମ୍ଭାଳ' ଜ୍ଞାନ, ଧାଡିଏ ବି ପଢି ପାରିଲେନି

ଶିକ୍ଷୟତ୍ରୀଙ୍କ ଇଂରାଜୀ ଜ୍ଞାନ ଦେଖି ଆବାକ ପର୍ଯ୍ୟବେକ୍ଷକ 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଅଛନ୍ତି ଇଂଲିସ ଟିଚର୍ । ହେଲେ ପଦୁଟିଏ ବି ଇଂରାଜୀ ଜଣା ନାହିଁ । ନା ଲେଖି ଜାଣିଛନ୍ତି, ନା ପଢି ପାରୁଛନ୍ତି । ଆଉ ପିଲାଙ୍କୁ କ'ଣ ପଢାଉଥିବେ, କେଜାଣେ । ଦେଶର ଭବିଷ୍ୟତଙ୍କ ଭାଗ୍ୟ ପୁଣି ତାଙ୍କ ହାତରେ । ପିଲାଏ ପଢିବେ କ'ଣ, ତାଙ୍କୁ ପଢାଇବ ବା କିଏ ? ଦିଦିଙ୍କ ଇଂରାଜୀ ଜ୍ଞାନ ଦେଖି ଖୋଦ ଜିଲ୍ଲା ମାଜିଷ୍ଟ୍ରେଟ ମଧ୍ୟ ଆବାକ । ଉତ୍ତର ପ୍ରଦେଶ ଉନ୍ନାଓର ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ଏମିତି ଏକ ଚିତ୍ର । ଆଉ ଏ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । 

ପୁରା ଘଟଣାଟି ଏପରି । ଉନ୍ନାଓ ସିକନ୍ଦରପୁର ସରୌସିର ଏକ ସରକାରୀ ବିଦ୍ୟାଳୟକୁ ପର୍ଯ୍ୟବେକ୍ଷଣରେ ଯାଇଥିଲେ ଜିଲ୍ଲା ମାଜିଷ୍ଟ୍ରେଟ ଦେବେନ୍ଦ୍ର କୁମାର ପାଣ୍ଡେ । ତେବେ ଏହି ସମୟରେ ଛାତ୍ରଛାତ୍ରୀ ଇଂରାଜୀରେ ପୁରା ଦୁର୍ବଳ ଥିବା ସେ ଜାଣିବାକୁ ପାଇଥିଲେ । ଇଂରାଜୀ ଶିକ୍ଷୟତ୍ରୀ ଠିକ ଭାବରେ ପିଲାଙ୍କୁ ପାଠ ପଢାଉନଥିବା ସେ ଅନୁମାନ କରିଥିଲେ । ଶେଷରେ ଶିକ୍ଷୟତ୍ରୀଙ୍କୁ ଡାକି ଇଂରାଜୀ ବହିର ଗୋଟିଏ ପାରା ପଢିବା ପାଇଁ କହିଥିଲେ । 

ତେବେ ଶିକ୍ଷୟତ୍ରୀ ଯାହା ପଢିଲେ, ତାହା ଦେଖି ଖୋଦ ଜିଲ୍ଲା ମାଜିଷ୍ଟ୍ରେଡ ମଧ୍ୟ ଆବାକ । କାହିଁକିନା କେଇ ଧାଡି ଇଂରାଜୀ ମଧ୍ୟ ପଢି ପାରିନଥିଲେ ଇଂରାଜୀ ଶିକ୍ଷୟତ୍ରୀ । ପିଲାଙ୍କ ପାଠ ପଢାଇବେ ବା କ'ଣ ? ଗୁରୁତ୍ୱପୂର୍ଣ୍ଣ କଥା ଥିଲା, ସେ ଥିଲେ ଇଂରାଜୀ ଶିକ୍ଷୟତ୍ରୀ । ଯଦି ଇଂରାଜୀ ଦିଦି ପଦୁଟିଏ ଇଂରାଜୀ କହିପାରୁନାହାଁନ୍ତି, ତେବେ ସେ ସ୍କୁଲର ପିଲା ଇଂରାଜୀ ଜାଣିବେ ବା କେମିତି ? 

ଏହା ଗତ ୨୮ ତାରିଖର ଘଟଣା ବୋଲି ଜଣାପଡିଛି । ତେବେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପର୍ଯ୍ୟବେକ୍ଷଣ ପରେ ଏବେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠୁଛି । ଇଂରାଜୀ ନ ଜାଣି ସେ ଇଂରାଜୀ ଶିକ୍ଷୟତ୍ରୀ ହେଲେ କେମିତି ? ସେ କେମିତି ଇଂରାଜୀ ପରୀକ୍ଷାରେ ପାସ କରୁଥିଲେ ? ତାଙ୍କ ନିଯୁକ୍ତରେ କିଛି ଅନିୟମିତତା ହୋଇନାହିଁ ତ ? ଆଉ ଏସବୁ ଭିତରେ ସବୁଠାରୁ ବଡ ପ୍ରଶ୍ନ, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ'ଣ ହେବ ? କେବଳ ଏହି ଗୋଟିଏ ସ୍କୁଲ ନୁହେଁ, ଦେଶରେ ଏମିତି ବହୁ ସ୍କୁଲ ରହିଛି । ଆଉ ଏ ପ୍ରକାର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ଅନ୍ଧାର ମଧ୍ୟକୁ ଚାଲି ଯାଉଛି ପିଲାଙ୍କ ଭବିଷ୍ୟତ । 

ଆହୁରି ପଢନ୍ତୁ; ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ ଦେବାକୁ ଏହି ଦୁଇ ସର୍ତ୍ତ ରଖିଥିଲେ ଶରଦ ପାୱାର