କାହିଁକି ଖସୁଛି ଜିଡିପି ?

୨୦୧୯-୨୦୨୦ ଆର୍ଥିକ ବର୍ଷର ଦ୍ୱିତୀୟ ୩ ମାସରେ ଜିଡିପି ୪.୫%ରେ ପହଞ୍ଚିଛି। ଗତ ତ୍ରୟମାସିକ ତୁଳନାରେ ଜିଡିପିରେ ୦.୫% ହ୍ରାସ ପାଇଛି। ଅନ୍ୟପକ୍ଷରେ ଗତ ଆର୍ଥିକ ବର୍ଷ ୨୦୧୮-୧୯ ର ଦ୍ୱିତୀୟ ତ୍ରୟମାସିକକୁ ତୁଳନା କଲେ ଏଥିରେ ୨.୬% ହ୍ରାସ ହୋଇଛି। ଗତ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଜିଡିପି ୭.୧% ରହିଥିବା ବେଳେ ଏବେ ଏଥିରେ ହ୍ରାସ ଘଟିଛି ।

କାହିଁକି ଖସୁଛି ଜିଡିପି ?
ଫାଇଲ ଫଟୋ

ନୂଆଦିଲ୍ଲୀ: ୨୦୧୯-୨୦୨୦ ଆର୍ଥିକ ବର୍ଷର ଦ୍ୱିତୀୟ ୩ ମାସରେ ଜିଡିପି ୪.୫%ରେ ପହଞ୍ଚିଛି। ଗତ ତ୍ରୟମାସିକ ତୁଳନାରେ ଜିଡିପିରେ ୦.୫% ହ୍ରାସ ପାଇଛି। ଅନ୍ୟପକ୍ଷରେ ଗତ ଆର୍ଥିକ ବର୍ଷ ୨୦୧୮-୧୯ ର ଦ୍ୱିତୀୟ ତ୍ରୟମାସିକକୁ ତୁଳନା କଲେ ଏଥିରେ ୨.୬% ହ୍ରାସ ହୋଇଛି। ଗତ ବର୍ଷର ଦ୍ୱିତୀୟ କ୍ୱାର୍ଟରରେ ଜିଡିପି ୭.୧% ରହିଥିବା ବେଳେ ଏବେ ଏଥିରେ ହ୍ରାସ ଘଟିଛି ।

ଆହୁରି ପଢନ୍ତୁ; ବେଟା ଆଠ ନମ୍ୱରୀ, ବାପ୍ ଦଶ ନମ୍ୱରୀ...

ଗତ ତ୍ରୟମାସିକରେ ଜିଡିପି ଅଭିବୃଦ୍ଧି ଗତ ୬ ବର୍ଷରେ ସବୁଠାରୁ ଧିମା ରହିଥିଲା। ଜିଡିପି ସଂଖ୍ୟା ସହ ୮ କୋଟି ଇନ୍‌ଫ୍ରାଷ୍ଟ୍ରକଚର ଇଣ୍ଡଷ୍ଟ୍ରିଜ୍‌ର ତଥ୍ୟ ମଧ୍ୟ ଦିଆଯାଇଛି। ଏହା ସ୍ପଷ୍ଟ ପ୍ରମାଣିତ କରିଛି ଯେ ଅକ୍ଟୋବରରେ ଆଉଟ୍‌ପୁଟ୍‌ରେ ୫.୮% ହ୍ରାସ ହୋଇଛି। ପ୍ରାୟ ୬ରୁ ୮କୋଟି ଶିଳ୍ପ କ୍ଷେତ୍ର ଗଭୀର ପ୍ରଭାବିତ ହୋଇଥିବା ସୂଚନା ମିଳିଛି । 

ଆହୁରି ପଢନ୍ତୁ; 'ସାମନା'ରେ ପ୍ରଶଂସା, ଟ୍ୱିଟରରେ ଆକ୍ଷେପ

କୋଇଲା ସବୁଠାରୁ ଅଧିକ ପ୍ରଭାବିତ ହୋଇ ୧୭.୬% ହ୍ରାସ ଘଟିଛି । ଜୁଲାଇ-ସେପ୍ଟେମ୍ବର ତ୍ରୟମାସର ରେଜଲ୍ଟ ଆସିବା ପୂର୍ବରୁ  ୬ ଥର ନକାରାତ୍ମକ ଜିଡିପି ଆସି ସାରିଥିଲା ।  ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଜିଡିପି ୫%ରେ ପହଞ୍ଚିଥିଲା। ୬ ବର୍ଷରେ ଏହା ସବୁଠାରୁ ସର୍ବନିମ୍ନ ରହିଥିଲା। ଏହା ପୂର୍ବରୁ ଭାରତ, ଚୀନକୁ ପଛରେ ପକାଇ ସବୁଠାରୁ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଥିବା ଦେଶ ଥିଲା। କିନ୍ତୁ ୨୦୧୮-୧୯ର ଶେଷ କ୍ୱାର୍ଟରରେ ଏବଂ ୨୦୧୯-୨୦ର ପ୍ରଥମ କ୍ୱାର୍ଟରରେ ଭାରତର ଅଭିବୃଦ୍ଧି ଚୀନଠାରୁ ମଧ୍ୟ କମ୍‌ ସ୍ଥିତିରେ ପହଞ୍ଚିଛି। 

GDP growth falls

ଭାରତର ଅର୍ଥନୀତି ଅଭିବୃଦ୍ଧି ବିଭିନ୍ନ କାରଣରୁ ପ୍ରଭାବିତ ହୋଇଛି। ଘରୋଇ ଖର୍ଚ୍ଚରେ ହ୍ରାସ, ନିବେଶ ଓ ରପ୍ତାନୀରେ ହ୍ରାସ ଏଗୁଡ଼ିକରୁ ଅନ୍ୟତମ। କିନ୍ତୁ ଉତ୍ପାଦନ ପାଇଁ ଆବଶ୍ୟକ ଅର୍ଥର ମଧ୍ୟ ଅଭାବ ରହିଛି। ଏପରିକି ବଜାରରେ ଚାହିଦା ମଧ୍ୟ କମିବାରେ ଲାଗିଛି। ଗତ କିଛି ମାସରେ କେନ୍ଦ୍ର ସରକାର  ଅର୍ଥନୀତିରେ ସଂସ୍କାର ଆଣିବା ପାଇଁ ପ୍ରୟାସ କରିଛନ୍ତି। ବ୍ୟାଙ୍କଗୁଡ଼ିକ ଅଧିକ ଋଣ ଦେବାକୁ ଏଗୁଡ଼ିକରେ ନିବେଶ ହୋଇଥିଲେ ହେଁ ତାହା କେତେଦୂର ସଫଳ ଜଣାପଡ଼ିନାହିଁ । ଚଳିତବର୍ଷ ଲଗାତାର ୫ ଥର RBI ରେପୋ ରେଟରେ ହ୍ରାସ କରିଛନ୍ତି ।

ଆହୁରି ପଢନ୍ତୁ; ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର