ମହାରାଷ୍ଟ୍ରରେ ନୂଆ ସରକାର !
Advertisement

ମହାରାଷ୍ଟ୍ରରେ ନୂଆ ସରକାର !

ସୁପ୍ରିମ୍‌କୋର୍ଟ ଫ୍ଲୋରଟେଷ୍ଟ ପାଇଁ ରାୟ ଦେବା ପରେ ବିଜେପିକୁ ସମର୍ଥନ ଦେଇଥିବା ଏନସିପିର ବରିଷ୍ଠ ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ । ଏହାର ଠିକ୍ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍‌ ସାମ୍ବାଦିକ ସମ୍ମିଳନୀ କରି ନିଜ ସପକ୍ଷରେ ସଂଖ୍ୟା ନ ଥିବା କହି ନିଜର ଇସ୍ତଫା ଘୋଷଣା କଲେ । ସେଇଠି ହିଁ ସ୍ପଷ୍ଟ ହେଇଗଲା ଶିବସେନା, ଏନସିପି ଓ କଂଗ୍ରେସ ସରକାର ଗଢିବା ନିଶ୍ଚିତ । 

ଡିଜାଇନ ଫଟୋ

କିନ୍ତୁ ଏ ସବୁ ଭିତରେ ଶିବସେନା ଜନତାଙ୍କ ରାୟକୁ ପ୍ରତ୍ୟାଖାନ କରିଥିବା କହି ନିଜର ବିଷ ଓଗାଳିଛି ବିଜେପି। ସେପଟେ ଅଜିତ ପାୱାର ପୁଣିଥରେ ଏନସିପିକୁ ଫେରିଆସିଥିବା ଶିବସେନା ମୁଖପାତ୍ର ସଞ୍ଜୟ ରାଉତ ଦାବି କରିଛନ୍ତି । ସଂନ୍ଧ୍ୟାରେ ଏନ୍‌ସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ ଉଦ୍ଧବଙ୍କୁ ସର୍ବସମ୍ମତି କ୍ରମେ ମେଣ୍ଟର ନେତା ଘୋଷଣା କରିବା ପରେ ଶରଦ ପାୱାର ଅଭିନନ୍ଦନ ଜଣାଇଛନ୍ତି ।

ସେପଟେ ଉଦ୍ଧବ ମହାରାଷ୍ଟ୍ରକୁ ଛତ୍ରପତି ଶିବାଜୀ ମହାରାଜଙ୍କ ମହାରାଷ୍ଟ୍ରରେ ପରିଣତ କରିବେ ବୋଲି କହିଛନ୍ତି । ବିଜେପିକୁ ସମାଲୋଚନା କରି ଉଦ୍ଧବ କହିଛନ୍ତି ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ପ୍ରସ୍ତୁତ । ଦରକାର ବେଳେ ଆମକୁ କୁଣ୍ଢାଉ ଥିଲ, ଦରକାର ନଥିଲେ ଛାଡ଼ି ପଳାଉଥିଲ । ତୁମେ ଆମକୁ ଦୂରେଇବାକୁ ଚାହୁଁଥିଲ କହି ବିଜେପିକୁ ଟାର୍ଗେଟ କରିଛନ୍ତି ଉଦ୍ଧବ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବୁଧବାର ସୁଦ୍ଧା ଗୃହର ସମସ୍ତ ସଦସ୍ୟ ଶପଥ ନେବା ଆବଶ୍ୟକ । ଏପରିକି ତୁରନ୍ତ ଫ୍ଲୋରଟେଷ୍ଟ ପାଇଁ ପ୍ରୋଟେମ୍‌ ସ୍ପିକର ନିଯୁକ୍ତି ପାଇଁ ମଧ୍ୟ କହିଛନ୍ତି କୋର୍ଟ ।

ନବନିଯୁକ୍ତ ଅସ୍ଥାୟୀ ବାଚସ୍ପତି ଫ୍ଲୋରଟେଷ୍ଟ ସିକ୍ରେଟ୍‌ ବାଲାଟ୍‌ରେ ନ କରିବା ସହ  ସିଧାପ୍ରସାରଣ ପାଇଁ ବି ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।  ରାଜ୍ୟପାଳ ଭଗତ ସିଂହ କୋଶିଆରୀ ବିଜେପିର କାଳିଦାସ କୋଲମ୍ବକରଙ୍କୁ ଅସ୍ଥାୟୀ ବାଚସ୍ପତି ନିଯୁକ୍ତ କରିଛନ୍ତି । ଆଜି ସକାଳ ୮ଟାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ବିଧାୟକମାନଙ୍କୁ ଶପଥ ପାଠ କରାଯିବ। କେବଳ ଦେଖିବାକୁ ବାକି ରହିଲା ଏ ମେଣ୍ଟ ସରକାର ସ୍ଥାୟିତ୍ୱ ଓ ଦାୟିତ୍ୱ କିଭଳି ରହୁଛି ।