ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଏକ ବିଲେଇସର୍ଡା ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କ ପଦବୀକୁ ୪୪ ଲକ୍ଷ ଟଙ୍କାରେ ନିଲାମ କରାଯିବା ନେଇ ଏବେ ଚାରିଆଡେ ଚର୍ଚ୍ଚାରେ ବିଷୟ ପାଲଟିଛି । ଏହି ନିଲାମ ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି ଏବଂ ଏହି ଅର୍ଥ ବିକାଶ କାର୍ଯ୍ୟରେ ବ୍ୟବହୃତ ହେବ ବୋଲି ପଞ୍ଚାୟତର ସଦସ୍ୟମାନେ ଦାବି କରିଛନ୍ତି ।
Trending Photos
Auction Of Sarpanch Post In Balangir: ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରପଞ୍ଚ ପଦବୀ ପାଇଁ ହୋଇଥିବା ନିଲାମ ପ୍ରସଙ୍ଗକୁ ନେଇ ରାଜ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି । ବଲାଙ୍ଗିର ଜିଲ୍ଲାର ପୁଇଁତଳା ବ୍ଲକ ବିଲେଇସର୍ଡା ପଞ୍ଚାୟତରେ (Bilaisarda village) ଏକ ପ୍ରଭାବଶାଳୀ ବ୍ୟକ୍ତି ସରପଞ୍ଚ ପଦବୀକୁ (Sarpanch Post) ୪୪ ଲକ୍ଷ ଟଙ୍କା ନିଲାମ କରିଛନ୍ତି । ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି ଏବଂ ଏହି ଅର୍ଥ ବିକାଶ କାର୍ଯ୍ୟରେ ବ୍ୟବହୃତ ହେବ ବୋଲି ପଞ୍ଚାୟତର ସଦସ୍ୟମାନେ ଦାବି କରିଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଖବର ଅନୁସାରେ ବିଡରମାନେ ୪ ଜଣ ପାର୍ଥିଙ୍କୁ ଏହି ନିଲାମରେ ସାମିଲ କରିଥିଲେ, ଯେଉଁଥିରୁ ଜଣେ ପାର୍ଥି ସରପଞ୍ଚ ପଦବୀ ପାଇଁ ସର୍ବାଧିକ ୪୪ ଲକ୍ଷ ଟଙ୍କାରେ ବିଡ୍ କରିଥିଲେ ଏବଂ ସରପଞ୍ଚ ପ୍ରାର୍ଥୀ ଭାବରେ ବିନା ନିର୍ବାଚିତ ହୋଇଥିଲେ । କହି ରଖୁଛୁ ଯେ ରାଜ୍ୟ ନିର୍ବାଚନ ଆୟୋଗ ନିର୍ବାଚନ ଖର୍ଚ୍ଚର ସର୍ବାଧିକ ସୀମାକୁ ୨ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି । ସ୍ଥାନୀୟ ଲୋକ କହିଛନ୍ତି ଯେ ଏହି ନିଲାମୀ ରାଶି ବିଲିସର୍ଡା ଗ୍ରାମରେ ଅବସ୍ଥିତ ଜଗନ୍ନାଥ ମନ୍ଦିରର ବିକାଶ କାର୍ଯ୍ୟରେ ବ୍ୟବହୃତ ହେବ ।
ବଲାଙ୍ଗୀରରେ ସରପଞ୍ଚ ପଦବୀ ନିଲାମ ଅଭିଯୋଗ ଆସିବା ପରେ ରାଜ୍ୟ ନିର୍ବାଚନ କମିଶନ ମଧ୍ୟ ଆକ୍ଟିଭ ହୋଇଛି । ରାଜ୍ୟ ନିର୍ବାଚନ କମିଶନ ଏନେଇ ଏକ ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିବା ସହ ଏହାର ରିପୋର୍ଟ ମାଗିଛନ୍ତି । ବୁଧବାର ଦିନ ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶରେ କୁହାଯାଇଛି ।
ଏହା ବି ପଢ଼ନ୍ତୁ: ମ୍ୟାଚ୍ ପୂର୍ବରୁ କୋଚ୍ ଚାହୁଁଥିଲେ ଟିମ୍ ଇଣ୍ଡିଆ କରୁ Sex, ପୁସ୍ତକରେ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା
ଏହା ବି ପଢ଼ନ୍ତୁ: ଶସ୍ତାରେ ଘର ବିକ୍ରି କରୁଛି ଏହି ବ୍ୟାଙ୍କ, ଜାଣନ୍ତୁ କିପରି କିଣି ପାରିବେ ଆପଣଙ୍କ ସ୍ବପ୍ନର ଘର?