ନିକଟରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ଏକ ଭିଡ଼ିଓ ଜୋରଦାର ଭାଇରାଲ ହୋଇଥିଲା । ଯେଉଁଥିରେ ଅଭିନେତା ସଲମାନ ଖାନଙ୍କୁ ଜଣେ CISF ର ଯବାନ ଯାଞ୍ଚ କରୁଥିବାର ନଜର ଆସିଥିଲେ । କିନ୍ତୁ ପରେ ଖବର ଆସିଥିଲା ଯେ ଯବାନଙ୍କ ଫୋନ ଜବତ କରାଯାଇଛି ।
Trending Photos
ମୁମ୍ବାଇ: ନିକଟରେ ମୁମ୍ବାଇ ବିମାନବନ୍ଦରରେ ଅଭିନେତା ସଲମାନ ଖାନଙ୍କ (Salman Khan) ଏକ ଭିଡିଓ ଜୋରଦାର ଭାଇରାଲ ହୋଇଥିଲା । ଯେଉଁଥିରେ ମୁମ୍ବାଇ ବିମାନବନ୍ଦରର (Mumbai Airport) ସୁରକ୍ଷାରେ ପୋଷ୍ଟ ଥିବା ଜଣେ CISF ଯବାନ ତାଙ୍କୁ ଯାଞ୍ଚ କରୁଥିବାର ନଜର ଆସିଥିଲେ । ଏହି ଭିଡିଓ ଦେଖିବାପରେ ଲୋକମାନେ ଯବାନଙ୍କୁ ବହୁତ ପ୍ରଶଂସା କରାଯାଇଥିଲା । କିନ୍ତୁ ନିକଟରେ ଖବର ଆସିଥିଲା ଯେ ଯବାନଙ୍କୁ ଏହି କାରଣରୁ ଦଣ୍ଡିତ କରାଯାଇଛି । କିନ୍ତୁ CISF ଏହାର ସ୍ପଷ୍ଟୀକରଣରେ କହିଛି ଯେ ସେ ନିଜ ଯବାନଙ୍କୁ ଦଣ୍ଡ ନୁହେଁ ବରଂ ନିଜ କର୍ତ୍ତବ୍ୟକୁ ଠିକ୍ ଭାବରେ ପାଳନ କରିଥିବା ଯୋଗୁଁ ତାଙ୍କୁ ପୁରସ୍କୃତ କରିଛି ।
ପ୍ରକୃତରେ ଏହି ଭିଡିଓଟି ସେହି ସମୟରେ ଯେତେବେଳେ ସଲମାନ ଖାନ ନିଜ ଫିଲ୍ମ ଟାଇଗର-୩ ର (Tiger-3) ସୁଟିଂ ପାଇଁ ଋଷ ଯିବାକୁ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ । ସଲମାନ ଯାଞ୍ଚ ନକରି ଭିତରକୁ ଯିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳେ ସୋମନାଥ ମହାନ୍ତି (Somnath Mohanty) ନାମକ ଜଣେ CISF ଯବାନ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ । ଏହି ଯବାନ ସଲମାନ ଖାନଙ୍କ (Salman Khan) ପ୍ରଭାବରେ ନ ଆସି ନିଜର କର୍ତ୍ତବ୍ୟ ପାଳନ କରିଥିଲେ । ଏହାପରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଥିଲା । ସୋସିଆଲ ମିଡ଼ିଆ ୟୁଜର ମାନେ ତାଙ୍କର କର୍ତ୍ତବ୍ୟନିଷ୍ଠାକୁ ବହୁତ ପ୍ରଶଂସା କରିବାକୁ ଲାଗିଥିଲେ । ସଲମାନଙ୍କ ପ୍ରଶଂସକମାନେ ମାନେ ମଧ୍ୟ ତାଙ୍କୁ ଦେଖି ସବୁକିଛି ଭୁଲିଯାଆନ୍ତି କିନ୍ତୁ ସୋମନାଥ ମହାନ୍ତି କୌଣସି ପ୍ରତିକ୍ରିୟା ନକରି ତାଙ୍କ କାର୍ଯ୍ୟ କରୁଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳିଥିଲା ।
ଅଧିକ ପଢ଼ନ୍ତୁ: 'ଆମେରିକାର ସେନାରେ ସାମିଲ ହେଲେ ଷ୍ଟିଭ୍ ସ୍ମିଥ୍', ସୋସିଆଲ ମିଡିଆରେ ଭାଇରଲ ହେଉଛି ଏହି ଫଟୋ
ଏହି ଖବର ଆସିବା ପରେ ଅନ୍ୟ ଜଣେ CISF ଯବାନଙ୍କ ତରଫରୁ ଖବର ଆସିଥିଲା ଯେ ଏଥିପାଇଁ ସୋମନାଥ ମହାନ୍ତିଙ୍କୁ ଦଣ୍ଡିତ କରାଯାଇଛି । ତାଙ୍କ ଫୋନ୍ ଜବତ କରାଯାଇଛି ଯାହା ଦ୍ୱାରା ସେ କୌଣସି ମିଡିଆ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିପାରିବେ ନାହିଁ, କିନ୍ତୁ ବର୍ତ୍ତମାନ CISF ଏହା ଉପରେ ସ୍ପଷ୍ଟୀକରଣ ଦେଇଛି । CISF ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ସୂଚନା ଦିଆଯାଇଛି ଯେ ସୋମନାଥ ମହାନ୍ତିଙ୍କୁ ଦଣ୍ଡ ଦିଆଯାଇ ନାହିଁ କିନ୍ତୁ ଏଥିପାଇଁ ପୁରସ୍କୃତ କରାଯାଇଛି । କାରଣ ସେ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିଥିଲେ ।
The contents of this tweet are incorrect & without factual basis. In fact, the officer concerned has been suitably rewarded for exemplary professionalism in the discharge of his duty. @PIBHomeAffairs
— CISF (@CISFHQrs) August 24, 2021
CISF ଦ୍ୱାରା କରାଯାଇଥିବା ଏକ ଟ୍ୱିଟ୍ରେ କୁହାଯାଇଛି ଯେ ଏହି ଟ୍ୱିଟ୍ରେ ଭୁଲ ତଥ୍ୟ ଦିଆଯାଇଛି । ପ୍ରକୃତ କଥା ହେଉଛି ଯେ କର୍ତ୍ତବ୍ୟ ପାଳନ କରିବା ପାଇଁ ଯବାନଙ୍କୁ ପୁରସ୍କୃତ କରାଯାଇଛି ।
ଆଜିକାଲି ସଲମାନ ଖାନ ଋଷର ଟାଇଗର-୩ ପାଇଁ ସୁଟିଂ କରୁଛନ୍ତି, ଯାହାର ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଏହି ଫିଲ୍ମରେ କ୍ୟାଟ୍ରିନା କୈଫ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଉଛନ୍ତି ଅମିତ ଶର୍ମା ।