Cyclone Michaung: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 'ମିଗ୍‌ଜାଉଁ', ପାଣିପାଗ ବିଭାଗ ଜାରି କଲା ଆର୍ଲଟ୍
Advertisement

Cyclone Michaung: ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 'ମିଗ୍‌ଜାଉଁ', ପାଣିପାଗ ବିଭାଗ ଜାରି କଲା ଆର୍ଲଟ୍

Cyclone Michaung: ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ଏହି ଘୂର୍ଣ୍ଣିବଳୟ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି ଏବଂ ଡିସେମ୍ବର ୨-୩ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ।

 

Cyclone Michaung Update

Cyclone Michaung Update: ବଙ୍ଗୋପସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେଇଛି, ଯାହା ଆସନ୍ତା ଦୁଇ ଦିନ ମଧ୍ୟରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ କହିଛି ଯେ ଡିସେମ୍ବର ୪ ତାରିଖ ସନ୍ଧ୍ୟା ସୁଦ୍ଧା ଆନ୍ଧ୍ରପ୍ରଦେଶର ମାଚିଲିପାଟନମ୍ ଓ ଚେନ୍ନାଇ ଉପକୂଳରେ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁପାରେ । ପାଣିପାଗ ବିଭାଗ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ନିମ୍ନ ଚାପ ଅଞ୍ଚଳ ଏହାର କେନ୍ଦ୍ର ଚେନ୍ନାଇ ଉପକୂଳଠାରୁ ୮୦୦ କିଲୋମିଟର ଦୂରରେ, ମାଚିଲିପାଟନମ୍ ଠାରୁ ୯୭୦ କିଲୋମିଟର ଦୂରରେ, ଆନ୍ଧ୍ରପ୍ରଦେଶର ବାପାଟଲା ଠାରୁ ୯୯୦ କିଲୋମିଟର ଦୂରରେ ଓ ପୁଡୁଚେରୀର ଉପକୂଳଠାରୁ ୭୯୦ କିଲୋମିଟର ଦୂରରେ ଅବସ୍ଥିତ । 

ଜାତୀୟ ସଙ୍କଟ ପରିଚାଳନା କମିଟି କଲା ବୌଠକ
କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନସିଏମସି) ଆଜି ଏକ ବୌଠକ କରି ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା 'ମାଇଚାଙ୍ଗ' ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ମନ୍ତ୍ରଣାଳୟ / ବିଭାଗର ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା । ଭାରତ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ (ଆଇଏମଡି) ବାତ୍ୟା 'ମାଇଚୋଙ୍ଗ'ର ପରିସ୍ଥିତି ବିଷୟରେ କମିଟିକୁ ସୂଚନା ଦେଇଛନ୍ତି । ଦକ୍ଷିଣ ପୂର୍ବ ଏବଂ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଉପକୂଳରେ ଥିବା ନିମ୍ନଚାପ ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୩ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏହା ୨ ତାରିଖ ଏକ ଗଭୀର ଅବପାତରେ ପରିଣତ ହେବ ଓ ବଙ୍ଗୋପସାଗରର ଦକ୍ଷିଣ-ପଶ୍ଚିମ ଉପକୂଳରେ ୩ ଡିସେମ୍ବରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଅଛି । ଆହୁରି ମଧ୍ୟ, ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ନିକଟରେ ଏବଂ ଉତ୍ତର ତାମିଲନାଡୁ ଉପକୂଳବର୍ତ୍ତୀ ଡିସେମ୍ବର ୩ ତାରିଖ ଅପରାହ୍ନ ସୁଦ୍ଧା ପହଞ୍ଚିବ ।

ଓଡ଼ିଶାର ଏହି ଅଞ୍ଚଳରେ ବର୍ଷା ସମ୍ଭାବନା
ଏହି ବାତ୍ୟାର ଆଂଶିକ ପ୍ରଭାବ ଆମ ରାଜ୍ୟ ଓଡ଼ିଶାର ପଡି଼ପାରେ । ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା ପ୍ରଭାବ ଯୋଗୁଁ ଓଡି଼ଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହୋଇପାରେ । ଏଥିମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କାଳାହାଣ୍ଡି, କନ୍ଦମାଳ ଇତ୍ୟାଦି ଅଞ୍ଚଳ ଅନ୍ତର୍ଭୁକ୍ତ । ପାଣିପାଗ ବିଭାଗ କହିଛି ଯେ ଆନ୍ଧ୍ରପ୍ରଦେଶ ଓ ରୟାଲାସିମା ଅଞ୍ଚଳର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ।

ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ 
ପାଣିପାଗ ବିଜ୍ଞାନୀମାନେ କହିଛନ୍ତି ଯେ ନିମ୍ନ ଚାପ ଅଞ୍ଚଳ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଆଡକୁ ଗତି କରୁଛି ଏବଂ ଡିସେମ୍ବର ୨-୨ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି । ମାଇଚୋଙ୍ଗ ବାତ୍ୟା ଯୋଗୁଁ ତାମିଲନାଡୁ, ପୁଡୁଚେରୀ ଓ କରାଇକାଲର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ତେଣୁ ଭାରତୀୟ ପାଣିପାଗ ବିଭାଗ ଏଠାରେ ଏକ ଅରେଞ୍ଜ ଆର୍ଲଟ ଜାରି କରିଛି ।